ଆଖି ପିଛୁଳାକେ ବଦଳି ଯିବ କାରର ରଙ୍ଗ

1 min read

ନୂଆଦିଲ୍ଲୀ: ସୌଖୁନୀ କାର୍ କିଣୁଥିବା ଲୋକଙ୍କ ମନରେ ସବୁବେଳେ ଗୋଟିଏ ଦୁଃଖ । ଏତେ ଟଙ୍କା ଦେଇ ମନ ପସନ୍ଦର କାର କିଣିବେ । ହେଲେ ସେମାନଙ୍କୁ ଗୋଟିଏ ରଙ୍ଗର କାର୍ କିଣିବାକୁ ପଡ଼ିବ । ଏକାଧିକ ରଙ୍ଗ ସେମାନଙ୍କର ପସନ୍ଦ ଥିଲେ ବି ସେତେଟା କାର୍ କିଣିବା ସମ୍ଭବ ହୋଇନଥାଏ । କାରଣ ଗୋଟିଏ ସୌଖୁନୀ କାର୍ ତ ବ୍ୟାଙ୍କ ଖାତା ଖାଲି କରିଦେବ । ହେଲେ ଏବେ ଏହି ଚିନ୍ତା ଦୂର ହେବାକୁ ଯାଉଛି । ଶୀଘ୍ର ବଜାରକୁ ଆସୁଛି ରଙ୍ଗ ବଦଳାଉଥିବା କାର୍ । ଆଖି ପିଛୁଲା ମାରିବା ବେଳକୁ ଆପଣଙ୍କ କାରର ରଙ୍ଗ କଳାରୁ ଧଳା ହୋଇଯାଉଥିବ ।

ଏଥିରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ । ବହୁ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ପୋଷ୍ଟରେ ଦେଖିଥିବେ ଛିଡ଼ା ହୋଇଥିବା କାରର ରଙ୍ଗ କେମିତି ଆପେ ଆପେ ବଦଳିଥାଏ । ସେଗୁଡ଼ିକ ତ ଭିଡିଓ ଏଡିଟିଂର କମାଲ । ହେଲେ ଏବେ ସତ ସତିକା ରଙ୍ଗ ବଦଳାଉଥିବା କାର୍ ମାର୍କେଟକୁ ଆସୁଛି । ଆଉ ଏହି କାର୍ ନେଇ ଆସୁଛି BMW । ଗୋଟିଏ ବଟମ୍ ଟିପିବା ମାତ୍ରେ ବଦଳି ଯିବ କାରର ରଙ୍ଗ ।

ବିଳାଶପୂର୍ଣ୍ଣ କାର୍ ନିର୍ମାଣ ପାଇଁ ପରିଚିତ BMW ବଜାରକୁ ଛାଡ଼ିଛି ନିଜର M-Brand ଇଲେକ୍ଟ୍ରିକ କାର୍ iX M60 । ଗୋଟିଏ ବଟମ୍ ମାରିଲେ କାରର ବାହାର ରଙ୍ଗ ବଦଳି ଯାଉଛି । ଆଖି ପିଛୁଲା ମାରିବା ବେଳକୁ ଏହାର ରଙ୍ଗ କଳାରୁ ଧଳା ଓ ଧଳାରୁ ଗ୍ରେ ହୋଇଯାଉଛି ।

ଆମେରିକାରେ ଚାଲିଥିବା କଞ୍ଜୁମର ଇଲେଟ୍ରୋନିକ୍ସ ଶୋ’ (CES-2022)ରେ BMW ଏହାର ପ୍ରର୍ଦଶନ କରିଛି । ଏହାର ନାଁ BMW iX M60 Flow ରଖାଯାଇଛି ।

କେମିତି ବଦଳିଥାଏ କାର୍ ରଙ୍ଗ

ଏବେ ଭାବୁଥିବେ ଏତେ ଶୀଘ୍ର କାରଟିର ରଙ୍ଗ କେମିତି ବଦଳି ଯାଉଛି । କମ୍ପାନୀ କାରରେ ଇ-ଇଙ୍କ ବ୍ୟବହାର କରିଛି । ଏଥିରେ କୋଟି କୋଟି ମାଇକ୍ରୋ କ୍ୟାପସୁଲ ରହିଛି । ଯାହା ମଣିଷ ଚୁଟି ପରିଧି ସହ ସମାନ । ପ୍ରତି ମାଇକ୍ରୋ କ୍ୟାପସୁଲରେ ଧଳା ରଙ୍ଗର ନେଗେଟିଭ ଚାର୍ଜ ଓ କଳା ରଙ୍ଗର ପଜେଟିଭ ଚାର୍ଜ ପିଗମେଣ୍ଟ ରହିଛି । ବଟମ ଚିପି ପିଗମେଣ୍ଟକୁ ସୂଚନା ପଠାଇବା ମାତ୍ରେ ଏହା କାରର ବାହାର ଅଂଶର ରଙ୍ଗ ବଦଳାଇ ଦେଇଥାଏ । ସହଜ ଭାଷାରେ ଭୁଝାଇବାକୁ ହେଲେ ମୋବାଇଲ ସ୍କ୍ରିନରେ ଓ୍ବାଲପେପର୍ ବଦଳିବା ପରି ଏହା ଆପେ ଆପେ ବଦଳି ଯାଇଥାଏ । BMWର ଏହା ଏକ ପାଓ୍ବାରଫୁଲ SUB । ଏହା ୬୧୦ ହର୍ସ ପାଓ୍ବାର କ୍ଷମତା ସୃଷ୍ଟି କରିଥାଏ ।

Leave a Reply