ଓମିକ୍ରନକୁ କାହିଁକି ଗୁଡ୍‌ ନ୍ୟୁଜ୍‌ ବୋଲି କହୁଛନ୍ତି ବୈଜ୍ଞାନିକ ?

ନୂଆଦିଲ୍ଲୀ:  ଦୈନିକ ଓମିକ୍ରନ୍ ସଂଖ୍ୟା ବଢ଼ୁଛି ଏବଂ କ୍ରମାଗତ ଭାବରେ ରେକର୍ଡ଼ କରୁଛି । ଏହା ପୂର୍ବରୁ ଓମିକ୍ରନ୍ ଭଳି କୌଣସି ଭୂତାଣୁ ଏତେ କ୍ଷିପ୍ର ଗତିରେ ବ୍ୟାପୁ ନଥିଲା । ଏତେ ପରେ ବୈଜ୍ଞାନିକଙ୍କୁ ଓମିକ୍ରନ୍ ମଧ୍ୟରେ କ’ଣ ଗୁଡନ୍ୟୁଜ୍ ଦେଖିବାକୁ ମିଳିଲା ? ଯାହାକୁ ସେ ଏକ ଭଲ ଖବରର ଆଖ୍ୟା ଦେଇଛନ୍ତି ? କାଲିଫର୍ଣ୍ଣିଆର ହମନି ୟୁନିଭର୍ସିଟିର ଇମ୍ୟୁନୋଲୋଜିଷ୍ଟ ମୋନିକା ଗାନ୍ଧିଙ୍କ କହିବା ହେଉଛି  ଏହି ଭୂତାଣୁ ଏବେ ଆମ ସହିତ ସର୍ବଦା ରହିବ । କିନ୍ତୁ ତାଙ୍କର ବିଶ୍ୱାସ ରହିଛିଯେ, ଏହି ନୂଆ ଭ୍ୟାରିଆଣ୍ଟ୍ ଆମ  ଶରୀରର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଦେବ ଏବଂ ମହାମାରୀ ଧୀରେ ଧୀରେ ଦବିଯିବ ।

କିନ୍ତୁ ଏହି ଭାଇରସ୍ ଆମ ସହିତ ସବୁଦିନ ପାଇଁ ରହିବ । ଏଭଳି ସ୍ଥିତିରେ ଏହା କିଭଳି ଏକ ଗୁଡ ନ୍ୟୁଜ୍ ହୋଇପାରେ ? ତେବେ କହିରଖୁଛୁଯେ, ଓମିକ୍ରନ୍ ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ପ୍ରଭାବଶାଳୀ । ଯାହା ଭ୍ୟାକ୍ସିନ୍ ସହିତ ମିଶି ଅଧିକ ମଜବୁତ ହୋଇଯାଉଛି । ତେଣୁ ଭାଇରସ୍ ଆମ ମଧ୍ୟରେ କାୟା ବିସ୍ତାର କରୁଥିଲେ ମଧ୍ୟ ଆମେ ତା ସହିତ ଲଢ଼ିପାରିବା ବୋଲି କହୁଛନ୍ତି ବୈଜ୍ଞାନିକ ।

ଦକ୍ଷିଣ ଆଫ୍ରିକା ହେଉଛି ପ୍ରଥମ ଦେଶ ଯେଉଁଠାରେ ପ୍ରଥମ ଥର ଓମିକ୍ରନ୍ ଠାବ ହୋଇଥିଲା । ସେଠାରେ ହୋଇଥିବା ଗବେଷଣା ଅନୁସାରେ ଦକ୍ଷିଣ ଆଫ୍ରିକାରେ ଚତୁର୍ଥ ଲହର ଆରମ୍ଭ ହୋଇ ସାରିଲାଣି । କିନ୍ତୁ ଏହି ସମୟରେ ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କ ସଂଖ୍ୟା ଡେଲଟା ଭ୍ୟାରିଆଣ୍ଟ ଭଳି ତୃତୀୟ ଲହର ମୁକାବିଲାରେ ୭୩ ପ୍ରତିଶତ କମ୍ ହୋଇପାରେ ।

ଆରମ୍ଭରୁ ବୈଜ୍ଞାନିକ ଏହାର ମ୍ୟୁଟେସନକୁ ନେଇ ଚିନ୍ତିତ ଥିଲେ । ତଥ୍ୟ ଅନୁସାରେ ଏହି ମ୍ୟୁଟେଟେଡ୍ ଭାଇରସ୍‌ ଭ୍ୟାକ୍ସିନେଟେଡ୍ ଶରୀରକୁ ଚକମା ଦେଉଛି ।

ବୈଜ୍ଞାନିକଙ୍କ ଅନୁସାରେ କରୋନାର ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ୍ କମ୍ ଗମ୍ଭୀର ଏବଂ କମ୍ ଘାତକ । ମୂଷାକୁ ନେଇ ହୋଇଥିବା ଗବେଷଣା ଅନୁସାରେ ଓମିକ୍ରନ୍ ସିଧାସଳଖ ଫୁସଫୁସ୍ ଉପରେ ପ୍ରଭାବ ପକାଉନାହିଁ । ଏହା ଶ୍ୱାସନଳୀରେ ଅଟକିଯାଉଛି ଏବଂ ସେଠାରେ ସଂଖ୍ୟା ବୃଦ୍ଧି କରୁଛି । କିନ୍ତୁ ସେହି ସ୍ଥାନ ହେଉଛି ଶରୀରର ଇମ୍ୟୁନିଟି ସେଣ୍ଟର  । ଯାହା କ୍ଷିପ୍ର ଗତିରେ ଆକ୍ଟିଭ୍ ହୋଇଥାଏ । ଯାହା ଓମିକ୍ରନ୍ ଭୂତାଣୁର ପ୍ରଭାବ କମ୍ କରିବାକୁ ଲାଗିଥାଏ । ଯାହା ଫୁସଫୁସ୍ ଉପରେ ପ୍ରଭାବ ପକାଇବାରେ ଅସମର୍ଥ ହୋଇଯାଏ । ତେବେ କ୍ଷିପ୍ର ବେଗରେ ବଢ଼ୁଥିବା ଓମିକ୍ରନର ପ୍ରଭାବ ମଧ୍ୟମ ଧରଣର ରହୁଥିବାରୁ କରୋନାର ପ୍ରଭାବ କମିଯିବ ଏବଂ ମହାମାରୀ ଚାଲିଯିବ ବୋଲି କହୁଛନ୍ତି ବୈଜ୍ଞାନିକ ।

Leave a Reply