spot_img
Home Blog Page 4876

ତୁଟିବ ଆନ୍ଧ୍ର-ଓଡ଼ିଶା ବିବାଦ: ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ସମସ୍ୟାର ହେବ ସମାଧାନ । ଏନେଇ ଏର ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଏନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । କିଛି ଦିନ ତଳେ ଓଡ଼ିଶା ଆସି ଜଗନମୋହନ ରେଡ୍ଡି ଏ ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । କମିଟିରେ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଅଛନ୍ତି ।

ଏହି ଉଚ୍ଚ ସ୍ତରୀୟ କମିଟିରେ ଅଧ୍ୟକ୍ଷ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟ ଉନ୍ନୟନ କମିଶନର । ସଦସ୍ୟ ଅଛନ୍ତି ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ସଦସ୍ୟ ଅଛନ୍ତି ।  ଏହି କମିଟି ଗୋଷଣା ହୋଇଥିବା ନେଇ  ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ଜଣ ସଦସ୍ୟ ରହିବେ ।

ବଢିବ ନୌସେନାର ଶକ୍ତି, କାଲି ସାମିଲ ହେବ INS ଭେଲା

ନୂଆଦିଲ୍‌ଲୀ: ଭାରତୀୟ ମହାସାଗରରେ ରାଜ୍ କରିବ ଆଉ ଏକ ଡେଷ୍ଟ୍ରୟର। ଆସନ୍ତାକାଲି ଲଞ୍ଚ ହେବ ଆଇଏନଏସ ଭେଲା। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ବୁଡାଜାହାଜର ମୁତୟନ ଯୋଗୁ ବଢିବ ଦେଶର ପ୍ରତିରକ୍ଷା। ସମୁଦ୍ର ଅଞ୍ଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏହାକୁ ଚାଲେଞ୍ଜ ଦେବା ଲାଗି ପ୍ରସ୍ତୁତ ହୋଇଛି ଭାରତ।

ଏହି ଜାହାଜର ମୁତୟନ ଦ୍ବାରା ଭାରତର ସାମୁଦ୍ରିକ ଯୁଦ୍ଧକୌଶଳରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ ବେଲା ଶତ୍ରୁ ପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ କରିପାରିବ ଟାର୍ଗେଟ । ଭାରତୀୟ ନୌସେନାର ୧୭୦ରୁ ଅଧିକ ଯୁଦ୍ଧଜାହାଜକୁ ସାମିଲ କରିବା ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହା ଯୋଗୁ ଭାରତର ପ୍ରତିରକ୍ଷା ଶକ୍ତିଶାଳୀ ହେବ ।

Indian Navy's stealth guided missile destroyer Visakhapatnam commissioned

ପୂର୍ବରୁ ଆଇଏନଏସ ବିଶାଖାପଟନମକୁ ନୌସେନାରେ କରାଯାଇଥିଲା ସାମିଲ । ଗତ ସପ୍ତାହରେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ସତୀଶ ନାମଦେଓ ଘୋରମାଡେ କହିଥିଲେ- ଆଇଏନଏସ ବିଶାଖାପଟଣମ ଓ କାଲଭରି ଶ୍ରେଣୀର ବୁଡାଜାହାଜ ବେଲା ଜରିଆରେ ଭାରତର ପ୍ରତିରକ୍ଷା ସୁଦୃଢ ହେବ । ଆଇଏନଏସ ଭେଲା ପ୍ରୋଜେକ୍ଟ-୭୫ରେ ନିର୍ମିତ ହୋଇଛି । ଏହି ଶ୍ରେଣୀର ଆଉ ଦୁଇଟି ଜାହାଜ ୨୦୨୩ରେ ମୁତୟନ ହେବ ।

କ୍ୟାଟ୍ରିନାଙ୍କ ଗାଲ ପରି ସଡ଼କ ହେବା ଉଚିତ୍, ଏଭଳି ବୟାନ ଦେଲେ ରାଜସ୍ଥାନର ମନ୍ତ୍ରୀ

0

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଡ୍ଡା । ରାଜସ୍ଥାନର ରାସ୍ତା ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ହେବ ବୋଲି କହିଛନ୍ତି ରାଜେନ୍ଦ୍ର । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ ନୂଆ ନୂଆ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଡ୍ଡା ଏଭଳି ବୟାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରାଜେନ୍ଦ୍ରଙ୍କୁ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ମିଳିଛି । ଏହି ଅବସରରେ ନିଜ ନିର୍ବାଚନୀମଣ୍ଡଳ ଉଦୟପୁରଓ୍ବାତିରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଭିଡ ଭିତରୁ ଜଣେ ଲୋକ ରାସ୍ତାର ଦୁରାବସ୍ଥାକୁ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହି ଅବସରରେ ରାଜେନ୍ଦ୍ର, କ୍ୟାଟ୍ରିନାଙ୍କ ଗାଲ ପରି ଆଗକୁ ରାସ୍ତା ତିଆରି ହେବ ବୋଲି କହିଥିଲେ । ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁପ୍ରସାଦ ଯାଦବ ବିହାରର ରାସ୍ତାକୁ ହେମା ମାଳିନୀଙ୍କ ଗାଲ ପରି କରିଦେବେ ବୋଲି କହିଥିଲେ । ଏଥିରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା ।

 

୮୧ ଡାକ୍ତରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ ପବ୍ଲିକ୍‌ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା ଖାଲି ପଦ ସଂପର୍କରେ ସୂଚୀତ କରିଛନ୍ତି । ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ ।  ଓ.ପି.ଏସ୍‌.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ ।

ଏହି ଅଧାରରେ ମେଡିକାଲ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ସଂପୃକ୍ତ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏହିଫଳରେ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ।

ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ୱାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ୱାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍‌ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର। ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ୱାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି  । Artificial Intellegence ଓ Machine Learning ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି applicationରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଥିଲେ ।

ଏହାଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍‌ ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି। ଏଥିରେ ୱେବ୍‌ସାଇଟ୍‌, ମୋବାଇଲ ଆପ୍‌, ୱେବ ଚାଟବଟ (web chatbot), ହ୍ୱାଟ୍‌ସଆପ, ଚିଠି ଏବଂ ଟୁଇଟର ଓ ଫେସ୍‌ବୁକ୍‌ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡଲ୍‌ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ ।

ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହାବ୍ୟତୀତ ସେମାନଙ୍କୁ SMS ଓ whatsapp ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସଂପର୍କରେ ଜଣାଇ ଦିଆଯିବ । ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍‌, ଡିକ୍‌ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ ।

ସୂଚନାଯୋଗ୍ୟ ଯେ ଏହି ଓଡିଆ ଭର୍ଚୁଆଲ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ତିନି ବର୍ଷ ମଧ୍ୟରେ ଏହା ସଫଳତାର ସହ କାର୍ଯ୍ୟ କରିବା ସହିତ ଏହାକୁ ଆହୁରି ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଏହି ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍‌ମାଟରେ ଡିଜିଟାଇଜ କରାଯାଇ ୱେବ୍‌ପୋର୍ଟାଲରେ ରଖାଯାଇଛି । ଏହାସହିତ ଦଶ ହଜାର ପୁସ୍ତକର ପିଡିଏଫ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି । ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍‌ ଓ ଗବେଷକ ମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି । ଓଡିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି ।

ଏହାସହିତ ପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନୀତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବ୍‌ସାଇଟ୍‌ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବାପାଇଁ ପ୍ରୟାସ ଜାରି ରହିଛି । ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଜନଶୁଣାଣୀ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପଲବ୍‌ଧତା । ଏହା ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ। ଭର୍ଚୁଆଲ ଏକାଡେମୀର ଏହି ନୂତନ ୱେବ୍‌ସାଇଟ ଓଡିଆ ଭାଷାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ ।

 

‘ଠାକୁର ନାଁରେ ଭୋଟ ମାଗୁଥିବା ବିଜେପି ପ୍ରମାଣିତ କରିଛି ଯେ ସେ କେତେ ସଂସ୍କାରୀ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି  । ଆଜି ଭଳି ଏକ ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେ ଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆସିଥିଲେ  । କିନ୍ତୁ ସଂସ୍କୃତି ଏବଂ ଠାକୁରଙ୍କ ନାଁରେ ଭୋଟ ହାତୋଉଥିବା ଭାରତୀୟ ଜନତା ପାର୍ଟ୍ଟି ଅଣ୍ଡା ମାଡ଼ କରି ପ୍ରମାଣିତ କରିଦେଇଛି ଯେ, ସେ କୁସଂସ୍କାରୀ  ।

ବିଜେପିର ଏହା ହିଁ ଅସଲ ପ୍ରକୃତି  । ତାଙ୍କ ଦଳ ଆଜି ପ୍ରମାଣିତ କରିଦେଇଛି ଯେ, ସେ କେତେ ସଂସ୍କାରୀ ? ଆଧ୍ୟାତ୍ମିକ କାର୍ଯ୍ୟରେ ଅଣ୍ଡା ମାଡ ନ କରିଥିଲେ ବିଜେପି ସଂସ୍କାରୀ ବୋଲି ଜଣାପଡିଥାନ୍ତା  । ବାହାରେ ଲୋକେ ଆଲୋଚନା କରୁଛନ୍ତି ବିଜେପି ସଂସ୍କାରୀ ନୁହେଁ  । ନିଜର ପ୍ରକୃତି କୁ ବିଜେପି ଛାଡିବ କେମିତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପଞ୍ଚାନନ  । ବିଜେପି ଧର୍ମ, ଠାକୁର ନାଁରେ ଭୋଟ ପାଉଛି  । କିନ୍ତୁ ଏଭଳି ଏକ  ଆଧ୍ୟାତ୍ମିକ କାମରେ ପ୍ରତିବାଦ ଗ୍ରହଣୀୟ ନୁହେଁ  । ସେହିପରି ପଞ୍ଚାନନ କହିଛନ୍ତି କିନ୍ତୁ ବିଜେପି ନା ଠାକୁରଙ୍କୁ ଚିହ୍ନିଚି ନା ଧର୍ମକୁ ଚିହ୍ନିଚି  ।

‘ମୁଁ ଚଣ୍ଡିଗଡ଼ରେ ଅଛି, ତଦନ୍ତରେ ସହଯୋଗ କରିବି’ କହିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର

ମୁମ୍ବାଇ: ଦୀର୍ଘଦିନର ଅପେକ୍ଷା ପରେ ମୁହଁ ଖୋଲିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏକ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ମୁଁ ଏବେ ଚଣ୍ଡିଗଡ଼ରେ ଅଛି ଓ ମୁମ୍ବାଇ ଗଲେ ଯାଞ୍ଚ କମିଟିକୁ ତଦନ୍ତରେ ସହଯୋଗ କରିବି ।

ସୂଚନା ଅନୁଯାୟୀ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ମୁମ୍ବାଇ ଓ ଥାଣେରେ ୫ଟି ମାମଲା ରୁଜୁ ହୋଇଛି। ନିକଟରେ ଶ୍ରୀ ସିଂହଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ସମୟରେ ଗିରଫଦାରୀକୁ ନେଇ କୋର୍ଟରୁ ତାଙ୍କୁ ଆଶ୍ୱସ୍ତୀ ମିଳିଥିଲା । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଦର୍ଶାଇଥିଲେ ପରମବୀରଙ୍କ ଓକିଲ।

ଯାହାକୁ ନେଇ କୋର୍ଟ କହିଥିଲେ ଯେ, ଏହା ଆଶ୍ଚର୍ଯ୍ୟଜନକ ଘଟଣା । ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କୁ ମୁମ୍ବାଇ ଆସିବା ଓ ଏଠାରେ ରହିବାକୁ ଡର ଲାଗୁଛି ।

ପରମବୀରଙ୍କ ନାଁରେ କି ଅଭିଯୋଗ ରହିଛି?

ଜୁଲାଇ ୨୨ ତାରିଖରେ ମୁମ୍ବାଇର ମରିନ ଡ୍ରାଇଭ ଥାନାରେ ଜଣେ ବିଲଡରଙ୍କୁ ୧୫ କୋଟି ଟଙ୍କା ଅର୍ଥ ମାଗିବା ନେଇ ପରମବୀର ସିଂହଙ୍କ ସମେତ ୫ଜଣ ପୋଲିସ କର୍ମୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ପରେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ପରେ କାହାର ଖୋଜଖବର ମିଳିନଥିଲା । ତେବେ  ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଛି ।

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ପୁଅ ବାହାଘରେ ବାପା ମୃତ

ମାଲକାନଗିରି: ଚାଲିଥିଲା ରୋଷଣୀ । ବର ସାଜିଥିଲା ପୁଅ, ନାଚୁଥିଲେ ବରଯାତ୍ରୀ । ସମସ୍ତେ ବେଶ୍ ଖୁସିରେ ଥିଲେ , ପୁଅର ବାହାଘରେ ବାପା ମଧ୍ୟ ସବୁ କଥା ବୁଝିବା ସହ ଖୁସିକୁ ଉପଭୋଗ କରୁଥିୁଲେ । ହେଲେ କ୍ଷଣିକରେ ବିଗିଡ଼ିଗଲା ସବୁକିଛି ।  ହଠାତ ମାଡ଼ି ଆସିଲା କାଳରୂପୀ ଟ୍ରକ୍ । ନାଚରେ ମସଗୁଲ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ  । ଆଉ ଖୁସିରେ ଚାପିଦେଲା ବାପାକୁ । ଆଉ ଦେଖିଲା ବେଳକୁ…

ବରଯାତ୍ରୀ ଗାଡ଼ି ଉପରେ ମାଡ଼ିଗଲା ଟ୍ରକ  । ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣିରେ ଘଟିଛି ଅଘଟଣ । ମିଳିଥିବା ସୂଚନା ମୁତାବକ ବରଯାତ୍ରୀଙ୍କ ଗାଡ଼ି ଉପରେ  ମାଡିଯାଇଛି ଏକ  ଟ୍ରକ । ଟ୍ରକ ମାଡିଯିବା ଫଳରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ପାଣ୍ଡ୍ରିପାଣି ସରପଞ୍ଚ ।ଆହତଙ୍କୁ ପାଣ୍ଡ୍ରିପାଣି ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।

ପାଣ୍ଡ୍ରିପାଣି ଗାଁ ନିକଟରେ ବାହାଘର ଚାଲିଥିବାବେଳେ ବରଯାତ୍ରୀ ପଟୁଆରରେ ଯାଉଥିଲେ  । ଠିକ ଏହି ସମୟରେ ରାସ୍ତାରେ ଏକ ଟ୍ରକ ଯାଉଥିଲା  । ଏବଂ ରାସ୍ତା ପାର୍ଶ୍ୱରେ ପଟୁଆରରେ ଯାଉଥିବା ବରଯାତ୍ରୀଙ୍କ ଉପରକୁ ଏହି ଟ୍ରକଟି ମାଡ଼ି ଯାଇଥିଲା  ।  ସେପଟେ ଟ୍ରକ ଡ୍ରାଇଭରକୁ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ । ଖବର ଅନୁଯାୟୀ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପାଇଁ ଯାଉଥିଲେ ବରଯାତ୍ରୀ  । ଏହି ଦୁର୍ଘଟଣାରେ ଖୋଦ ବରର ପିତା ଅର୍ଥାତ ପାଣ୍ଡ୍ରିପାଣି ସରପଞ୍ଚଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି  ।

 

କ୍ରାଇମବ୍ରାଞ୍ଚର ୮ ପୋଲିସ କର୍ମଚାରୀଙ୍କ ଉପରେ ଡକାୟତ ଅଭିଯୋଗ

ଲକ୍ଷ୍ନୈା : ଲକ୍ଷ୍ନୈା ପୋଲିସ କ୍ରାଇମ୍ ବ୍ରାଞ୍ଚ ଉପରେ ଡକାୟତି ମାମଲା ରୁଜ୍ଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୈାର ଡିସିପି ଇଷ୍ଟ ପୋଲିସ କ୍ରାଇମ୍ ବ୍ରାଞ୍ଚର ୮ ଜଣ ପୋଲିସ କର୍ମଚାରୀଙ୍କ ଉପରେ କାନପୁରର କାକାଦେବ ଥାନାରେ ମାମଲା ରୁଜ୍ଜୁ କରିଯାଇଥିବା ଜଣାପଡ଼ିଛି ।  ଅଭିଯୋଗ ମୁତାବକ ଗତ ଜାନୁଆରୀ ମାସରେ ଡିସିପି ଇଷ୍ଟର ଟିମ୍ କ୍ରିକେଟରେ ବେଟିଙ୍ଗ୍ ଲଗାଇଥିବା କାନପୁରର ୮ ଜଣ ଯୁବକଙ୍କୁ ଗିରଫ କରିଥିଲା । ଗିରଫ କରିଥିବା ଯୁବକମାନଙ୍କୁ ପୋଲିସ ପ୍ରଥମେ ୧ କୋଟି ଟଙ୍କା ମାଗିଥିବା ବେଳେ ପରେ ୪୦ ଲକ୍ଷ ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ଏଥିମଧ୍ୟରୁ ୪ ଜଣ ଯୁବକଙ୍କୁ ପୋଲିସ ଗୈାମତିନଗର ଥାନାରୁ ଜେଲ ପଠାଇଦେଇଥିଲା ।

ଅନଲାଇନ୍ ବେଟିଙ୍ଗ୍ ଖେଳିବା ଆଧାରରେ ପୋଲିସ ଯୁବକମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ କରିବା ପରେ ପୋଲିସ ୧ କୋଟି ଟଙ୍କାର ଡିମାଣ୍ଡ କରିଥିଲା । ଶେଷରେ ୪୦ ଲକ୍ଷ ଟଙ୍କାରେ ରାଜି ହୋଇଥିଲା । ପୋଲିସଙ୍କୁ ଯୁବକମାନେ ୪୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ୪ ଜଣ ଯୁବକଙ୍କୁ ଛାଡ଼ିଦେଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖିଥିଲା । ଏଥିମଧ୍ୟରୁ ମୟଂକ ସିଂ ନାମକ ଜଣେ ଯୁବକ ଲକ୍ଷ୍ନୈାର ୮ ପୋଲିସ କର୍ମୀଙ୍କ ନାଁରେ କାନପୁର ଥାନାରେ ଡକାୟତିର ଅଭିଯୋଗ କରିଥିଲେ । ଲକ୍ଷ୍ନୈା ପୋଲିସ କମିଶନର ଡିକେ ଠାକୁରଙ୍କ କହିବାନୁସାରେ ଏହି ୮ ଜଣ ପୋଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ଖୁବ୍ ଶୀଘ୍ର ମାମଲାର ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ ହେବ ।

ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର  ପ୍ରତାପ ଦେବ । ପ୍ରତାପ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶାବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ ।

ଓଡ଼ିଶା ବିଜେପି କୌଣସି ଲୋକ ପ୍ରସଙ୍ଗ ଉଠାଉନାହିଁ, ବରଂ ସମ୍ବେଦନଶୀଳ ମାମଲାରେ ଶସ୍ତା ଏବଂ ନିମ୍ନମାନର ରାଜନୀତିରେ ଲିପ୍ତ ରହୁଛି, ଯେଉଁଥିପାଇଁ ସେମାନେ ମିଥ୍ୟା ଅଭିଯୋଗ ଏବଂ କୁତ୍ସିତ ବିବୃତ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦେଇପାରୁ ନାହାନ୍ତି । ଯେତେବେଳେ ପ୍ରମାଣ ଦେବାକୁ ଏବଂ ନ୍ୟାୟ ପାଇବା ପାଇଁ ଏହାକୁ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି, ସେତେବେଳେ ସେମାନେ ଚୁପ୍ ରହୁଛନ୍ତି ଓ ମିଥ୍ୟା ଏବଂ ଅପବାଦର ଅଭିଯାନ ଜାରି ରଖୁଛନ୍ତି । ଓଡିଶା ବିଜେପି ଷଡଯନ୍ତ୍ର କରି ଓଡିଶାର ୬ ଲକ୍ଷ ଗରିବ ଏବଂ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଓଡିଶା ବିଜେପି ଏଭଳି ଷଡଯନ୍ତ୍ର କରିଛି ଯେ ଯେଭଳି ଓଡିଶାରୁ ଚାଉଳ ଉଠାଣ ବନ୍ଦ ହୋଇଯିବ ଏବଂ ଏହାଦ୍ୱାରା ରାଜ୍ୟର ଚାଷୀମାନେ ପ୍ରଭାବିତ ହେବେ ।

ଏଲପିଜି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ନେଇ ଓଡିଶା ବିଜେପିର କୌଣସି ଉତ୍ତର ନାହିଁ ଯାହା ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୪୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି । ଓଡିଶା ବିଜେପି ଚାହୁଁଛି ପ୍ରକୃତ ଲୋକ ପ୍ରସଙ୍ଗରୁ ଓଡିଶାର ଲୋକଙ୍କ ଦୃଷ୍ଟି ହଟାଇବାକୁ ଏବଂ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବା ପାଇଁ ଖୋଲାଖୋଲି ମିଥ୍ୟା ତଥା ମନଗଢା ଅଭିଯାନରେ ଲିପ୍ତ ରହୁଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ବିଜେପି ନିମ୍ନମାନର ରାଜନୀତି କରିବା ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।