spot_img
Home Blog Page 4862

ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ଅଶ୍ୱିନୀ ହେଲେ ନମ୍ୱର ୧

କାନପୁର: ଭରତୀୟ ଦଳର ଅଫ ସ୍ପିନର ରବିଚନ୍ଦନ ଅଶ୍ୱିନୀଙ୍କ ଆଉ ଏକ କୀର୍ତ୍ତମାନ । ଚଳିତ ବର୍ଷ ୩୯ ଟେଷ୍ଟ ଓ୍ୱିକେଟ ହାସଲ ସହ ସର୍ବାଧିକ ଓ୍ୱିକେଟ ହାସଲକାରୀଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଅଶ୍ୱିନୀ । ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି । କାନପୁରେ ଖେଳାଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଓ୍ୱିଲ୍‌ ୟଙ୍ଗଙ୍କ ଓ୍ୱିକେଟ ଅକ୍ତିଆର ସହ ସେ ଏହି କୀର୍ତ୍ତମାନ ସ୍ଥାପନ କରିଛନ୍ତି । ୟଙ୍ଗଙ୍କୁ ସେ ୮୯ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ କରିଛନ୍ତି ।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସହ ଚଳିତ ବର୍ଷର ଆରମ୍ଭ କରିଥିଲେ ଅଶ୍ୱିନୀ । ଅଣ୍ଟା ବ୍ୟାଥା ଯୋଗୁଁ ସେ ସିଜିନର ଶେଷ ମ୍ୟାଚରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ବ୍ୟାକ୍ କରିବା ସହ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ୪ଟି ମ୍ୟାଚ୍‌ରେ ସେ ୩୨ଟି ଓ୍ୱିକେଟ ହାସଲ କରିଥିଲେ । ସେ ଉଭୟ ବୋଲ ଓ ବ୍ୟାଟ ମାଧ୍ୟମରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ହୋମ୍ ଗ୍ରାଉଣ୍ଡ ଚେନ୍ନାଇରେ ସେ ହାସଲ କରିଥିବା ଶତକ ବଳରେ କୋହିଲୀ ବାହିନୀ ସିରିଜକୁ ଅମୀମାଂସିତ ରଖିବାରେ ସଫଳ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଯୋଡହସ୍ତରେ ଦ.ଆଫ୍ରିକୀୟ ଖେଳାଳୀଙ୍କ ଭାରତକୁ ନିବେଦନ, ‘ଆମ ଦେଶକୁ ଖେଳିବାକୁ ଆସ’

ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଅଶ୍ୱିନ ଯଦି ଦକ୍ଷିଣ ଆଫ୍ରିକ ବିରୋଧରେ ଟେଷ୍ଟ ସିରିଜ ଖେଳନ୍ତି, ତେବେ ସେ ୨୦୨୧ ବର୍ଷରେ ସର୍ବାଧିକ ଓ୍ୱିକେଟ ହାସଲକାରୀଭାବେ ବର୍ଷ ଶେଷ କରିବାର ସୁଯୋଗ ପାଇବେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ କୌଣସି ଓ୍ୱିକେଟ ହାସଲ କରିନାରିନଥିଲେ ବି ତୃତୀୟ ଦିନରେ ଅଶ୍ୱିନୀ ଓ୍ୱିଲ୍ ୟଙ୍ଗକୁ ଆଉଟ କରିବା ସହ ଭାରତୀୟ ଦଳ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା । ତେବେ ଲାଥମ୍‌ଙ୍କ ବିପକ୍ଷ ଏଲବିଡବ୍ଳ୍ୟୁ ଅପିଲକୁ ଅମ୍ପାୟର ନାକଚ କରିଥିବା ବେଳେ ଭାରତୀୟ ଦଳ ମଧ୍ୟ ରିଭ୍ୟୁ ନେଇନଥିଲା  । ଫଳରେ ଏକ ଆର. ଅଶ୍ୱିନୀ ଆଉ ଏକ ଓ୍ୱିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସମସ୍ତ ଓ୍ୱିକେଟ ହରାଇ ନ୍ୟୁଜିଲ୍ୟାଣ୍ଡ ଦଳ ୨୯୬ ରନ୍ କରିବାରେ ସମର୍ଥ ହୋଇଥିବା ବେଳେ ଭାରତୀୟ ଦଳ ୪୯ରନ୍‌ରେ ଆଗୁଆ ରହିଛି ।

ଏଥିସହିତ ପଢ଼ନ୍ତୁ: ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ବଡ଼ ପ୍ରଭାବ

୧୦ ବର୍ଷ ହେଲା କରୁଥିଲା ଗଞ୍ଜେଇ କାରବାର, ଅର୍ଜିଥିବା ୨ କୋଟିରୁ ଅଧିକ ସମ୍ପତ୍ତି ଜବତ

ଅନୁଗୁଳ: ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳ ଗାଁର ଗଞ୍ଜେଇ ବେପାରୀ ପିଣ୍ଟୁ ସାହୁଙ୍କୁ ସମ୍ପତ୍ତି ଜବତ କରିଛି ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିଣ୍ଟୁ ଘରେ ଏସଡିପିଓଙ୍କ ନେତୃତ୍ୱରେ ରେଡ୍ କରିଥିଲା ପୋଲିସ ।

Police Seized Property Worth 2 Crores Of Ganja Mafia At Angul

ରେଡ୍ ବେଳେ ପିଣ୍ଟୁ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଏଥିସହ ମିଳିଥିବା ୬ଟି ପାସବୁକକୁ ଫ୍ରିଜ୍ ପାଇଁ ପଦକ୍ଷେପ ନିଆଯାଇଛି । ପିଣ୍ଟୁ ଘରୁ ବିପୁଳ ସୁନା, ଏକ ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ମିନି ଟ୍ରକ୍ ସମେତ ପିକଅପ ଭ୍ୟାନ୍, କାର , ଟେଣ୍ଟ ହାଉସ୍ ସାମଗ୍ରୀ, ଜମି ପଟ୍ଟା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଜବତ କରିଛି ପୋଲିସ । ଜବତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Police Seized Property Worth 2 Crores Of Ganja Mafia At Angul

ପିଣ୍ଟୁ ୧୦ ବର୍ଷରୁ ଅଧିକ ଦିନ ହେଲା ଗଞ୍ଜେଇ କାରାବାରରେ ସମ୍ପୃକ୍ତ ରହିଥିଲା । ଗତ ଜୁଲାଇ ମାସରେ ରାଜସ୍ଥାନ ପୋଲିସ ଅନୁଗୁଳରେ ପିଣ୍ଟୁର ସନ୍ଧାନ କରିଥିଲା । ସେବେଠୁ ଏଯାଏଁ ସେ ଫେରାର ଅଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲେ ମଧ୍ୟ ଏଯାଏଁ ସେ ଧରା ପଡ଼ିନାହିଁ । ଗଞ୍ଜେଇ କାରବାର କରି ଅମାପ ସମ୍ପତ୍ତି ଠୁଳ କରିଥିଲା ପିଣ୍ଟୁ ।

ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ସୂର୍ଯ୍ୟ ପରାଗକୁ ନେଇ ଅନେକ ଜ୍ୟୋତିଷ ଏବଂ ଧାର୍ମିକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ସବୁ ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ। ତେବେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୪ରେ ପଡୁଛି । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ, ଯେଉଁଥିପାଇଁ ସୂତକ ଅବଧି ଲାଗିବ ନାହିଁ।ଆଣ୍ଟାର୍କଟିକା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକାରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଭ।ରତୀୟ ସମୟ ପ୍ରାୟ ଦିନ ୧୧ଟାରୁ ଆରମ୍ଭ ହୋଇ ଅପର।ହ୍ଣ ୩ଟା ୭ରେ ସରିବ । ମଧ୍ୟାହ୍ନ ୧ଟା ୩ ସମୟରେ ସର୍ବାଧିକ ପରାଗ ଘଟିବ ।

ଆସନ୍ତୁ ଜାଣିବା ବର୍ଷର ଶେଷ ସୂର୍ଯ୍ୟ ପରାଗ କେଉଁ ରାଶିର ଭାଗ୍ୟ ବଦଳାଇବ…

ମିଥୁନ ରାଶି-

ଏହି ରାଶିର ବ୍ୟକ୍ତି ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ| ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସଙ୍ଗେସଙ୍ଗେ ବୈବାହିକ ଜୀବନ ସୁଖମୟ ହେବ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ଅଛି|
କଠିନ ପରିଶ୍ରମ କଲେ ସବୁ କାର୍ଯ୍ୟରେ ସଫଳତା ପାଇବେ| ଡିସେମ୍ବରରେ ମଙ୍ଗଳ, ବୁଧ, ସୂର୍ଯ୍ୟ ଏବଂ ଶୁକ୍ର ରାଶିର ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ବଦଳିଯିବ ।

ସିଂହ ରାଶି-

ଆର୍ଥିକ ଦିଗ ସୁଦୃଢ ହେବା ସହ ଯେକୗେଣସି ପ୍ରକାରର ନିବେଶ କଲେ ମଧ୍ୟ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ତେ ଆପଣଙ୍କ ପ୍ରଶଂସା କରିବେ | ବ୍ୟବସାୟରେ ଲାଭବାନ ହେବେ| ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇବେ।

କନ୍ୟା ରାଶି-

ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକମାନଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବାର ସୁଯୋଗ ପାଇବା ସହିତ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ| ଏହି ରାଶିର ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରିବ | ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ଅଛି | ଆର୍ଥିକ ସ୍ଥିତି ସୁଦୃଢ ହେବ।

ମକର ରାଶି-

ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟ ଖୁବ୍ ଶୁଭଙ୍କର ହେବ| ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ |କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ମିଳିବ। ନୂତନ ଚାକିରିର ସୁଯୋଗ ମିଳିବା ସହ ଧନପ୍ରାପ୍ତି ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସାମିଲ ହେବାର ସୁଯୋଗ ପାଇବେ।

ମଝି ସମୁଦ୍ରରେ ତେଲ ଓ କେମିକାଲ ଟ୍ୟାଙ୍କର ବୋଝେଇ ଜାହାଜ ସହ ଆଉ ଏକ ଜାହାଜର ଧକ୍କା

0

ଓଖା: ସମୁଦ୍ରରେ ଦୁଇ ଜାହାଜ ମଧ୍ୟରେ ଧକ୍କା । ଓଖାଠାରୁ ୧୨ ନଟିକାଲ ମାଇଲ ଦୂରରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଥିବା ସମସ୍ତ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ଜାହାଜରେ ଥିବା ତେଲ ବହିନଥିବା ଇଣ୍ଡିଆନ୍ କୋଷ୍ଟ ଗାର୍ଡ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଜଣାଯାଇଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ତୈଳ ଏବଂକେମିକା ଟ୍ୟାଙ୍କର ବୋଝେଇ ଜାହାଜର ୧୮୩ ମିଟର ଲମ୍ୱ ।

କୋଷ୍ଟ ଗାର୍ଡର ସୂଚନା ମୁତାବକ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ମଝି ସମୁଦ୍ରରେ ଏହି ଜାହାଜ ମଧ୍ୟରେ ହାଲୁକା ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏମଭି ଆଭିଏଟର ଏବଂ ଅଏଲ/କେମିକାଲ ବୋଝେଇ ଟ୍ୟାଙ୍କର ଏମ୍‌ଭି ଆଣ୍ଟଲାଟିକ୍ ମଧ୍ୟରେ ହୋଇଛି । ଏମଭି ଆଭିଏଟର ମାର୍ଶଲ ଆଇସଲ୍ୟାଣ୍ଡ ପଟୁ ଆସୁଥିବା ବେଳେ ଏମ୍‌ଭି ଆଣ୍ଟଲାଟିକ୍ ହଂକଂ ପଟୁ ଆସୁଥିଲା ।

ଖବର ପାଇବା ପରେ ଇଣ୍ଡିଆନ କୋଷ୍ଟ ଗାର୍ଡ ଜାହାଜ ସି-୪୦୩ ଏବଂ ଓଖା ପଟୁ ସି-୪୧୧ ଜାହାଜକୁ ଘଟଣାର ସବିଶେଷ ତଥ୍ୟ ହାସଲ ଏବଂ ଗ୍ୟାସ ଓ ତେଲ ଲିକ୍ ଯେଭଳ ନହେବ ସେ ସମ୍ପର୍କିତ ପଦକ୍ଷେପ ନେବା ପାଇଁ ପଠାଯାଇଛି । ଏଥିସହିତ ଇଣ୍ଡଆନ କୋଷ୍ଟ ଗାର୍ଡ ହେଲିକପ୍ଟରକୁ ମଧ୍ୟ ପ୍ରଦୂଷଣର ମାତ୍ରା ଆକଳନ ନେଇ ପଠାଯାଇଛି ।

ଏଥିସହିତ ପଢ଼ନ୍ତୁ: ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

ନ୍ୟୁୟର୍କ: ସାରା ଦୁନିଆରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି। ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି।

ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ବ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି।

ତାମିଲନାଡୁରେ ବର୍ଷା ବିତ୍ପାତ; ୮ ମୃତ

ଚେନ୍ନାଇ: ତାମିଲନାଡୁରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ୪୮ ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତାମିଲନାଡୁ, ପୁଡୁଚେରି ସହ ସମୁଦ୍ର ଉପକୂଳବର୍ତ୍ତି ଜିଲ୍ଲାମାନଙ୍କୁ ଏହି ସତର୍କ ସୂଚନା ଜାରି ହୋଇଛି । ଏନେଇ ରାଜ୍ୟର ୨୩ ଜିଲ୍କାରେ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ  ସରକାର । ଧନ ଜୀବନ ସୁରକ୍ଷା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଗତକାଲି ବି ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ମଦୁରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏପରି ସ୍ଥିତିକୁ ନଜରରେ ରଖି ଗତକାଲି ମଦୁରାଇର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଥିଲା ଜିଲ୍ଲା ପ୍ରଶାସନ ।

ରାଜ୍ୟରେ ବର୍ଷା ଯୋଗୁ  ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଭାବରେ ୧୦ ହଜାର ୫ଶହ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁ ଅନେକ ସହରରେ ଜୀବନଯାତ୍ରା ବ୍ୟାହତ ହୋଇଛି । ଚେନ୍ନାଇ, ଟୁଟିକୋରନ, ସାଲେମ, ଭେଲୋର, କାଞ୍ଚିପୁରମ ସମେତ ଅଧିକାଂଶ ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ ଗତ ଦୁଇ ଦିନ ପୂର୍ବରୁ ପୋଡୁକୋଟଇ, ରାମନାଥପୁରମ, ତୋଡୁକୋଟି, ସିବଗଙ୍ଗା, ମଦୁରାଇ ଭଳି ୧୨ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଥିଲା  ।

ଯୋଡହସ୍ତରେ ଦ.ଆଫ୍ରିକୀୟ ଖେଳାଳୀଙ୍କ ଭାରତକୁ ନିବେଦନ, ‘ଆମ ଦେଶକୁ ଖେଳିବାକୁ ଆସ’

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଏଣ୍ଟ “ଓମିକ୍ରମ”କୁ ନେଇ ଚିନ୍ତାରେ ପୂରା ବିଶ୍ବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ନୂଆ ଭାରିଏଣ୍ଟକୁ ନେଇ ଉଦବେଗ ପ୍ରକାଶ କରିଛି । ଏହି ନୂଆ ଭାରିଏଣ୍ଟ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଅଧିକ ସଂକ୍ରମଣ ହେଉଛି । ତେବେ ଏହି ନୂଆ ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ସିରିଜ ଉପରେ ସଙ୍କଟ ଦେଖା ଦେଇଛି । ଭାରତ ଏହି ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ ।

ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଫରହାନ ବେହରଦୀନ ହାତ ଯୋଡି ଭାରତୀୟ ଟିମକୁ କହିଛନ୍ତି ଭାରତୀୟ ଟିମ୍ ତାଙ୍କ ଦେଶକୁ ସିରିଜ ଖେଳିବା ପାଇଁ ଆସନ୍ତୁ । ବେହରଦୀନ ଟୁଇଟ କରି ଲେଖିଛନ୍ତି କି “ମୁଁ ଭାବୁଛି କି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ନେସନ ଆସନ୍ତା ମାସରେ ଆମ ଦେଶକୁ ଆସିବ! ଦକ୍ଷିଣ ଆଫ୍ରିକାର ଭବିଷ୍ୟତ ଖେଳାଳିଙ୍କ ପାଇଁ ଏହି ସିରିଜ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ବେହରଦୀନ ।

ଆସନ୍ତା ଡିସେମ୍ବର ୮-୯ ତାରିଖ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୧୭ରେ ଜୋହନସବର୍ଗରେ ପ୍ରଥମ ଟେଷ୍ଟ ଖେଳିବ । ଏହି ସିରିଜରରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ଚାରୋଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ଦକ୍ଷିଣ ଆଫ୍ରିକା କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏହାକୁ ଲକ୍ଷ କରି ଭାରତ ଦକ୍ଷିଣ ଆଫ୍ରିକା ସିରିଜକୁ ସ୍ଥଗିତ ରଖିପାରେ ବୋଲି ଆଶା କରାଯାଉଛି ।

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ନଗଦ ୪୨ ଲକ୍ଷ ଟଙ୍କା ଜବତ

ବାରିପଦା: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କୁବେର ସନ୍ତୋଷଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ । ଦୁଇଦିନ ଧରି ୧୧ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସ ରେଡ୍ । ସନ୍ତୋଷଙ୍କ ବାଲେଶ୍ୱରସ୍ଥିତ ଘରୁ ମିଳିଥିଲା ନଗଦ ୪୨ ଲକ୍ଷ ଟଙ୍କା । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷ ଦାସଙ୍କୁ ଜେରା କରିଥିଲା ଭିଜିଲାନ୍ସ ।

ଏହାସହ ପୋଲିସରେ ରେଡ଼ ସମୟରେ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ଥିବା ନେଇ କାଗଜ ପତ୍ର ଜବତ ହୋଇଛି  । ସେହିପରି  ସାଙ୍ଗକୁ ପ୍ଳଟ, ଜମି, ଫିକ୍ସଡ ଡିପୋଜିଟର ପତ୍ତା ପାଇଛି ଭିଜିଲାନ୍ସ ।

 

ଗୋଲାମୁଣ୍ଡାରେ ‘ମୋ ପରିବାର ବିଜୁ ପରିବାର’, ବିଜେଡ଼ିରେ ମିଶିଲେ ଶତାଧିକ କର୍ମୀ

କଳାହାଣ୍ଡି:  ଗୋଲାମୁଣ୍ଡା ବ୍ଲକ କୁହୁରା ଓ ଚହକା ବିଜେଡି ପକ୍ଷରୁ ମୋ ପରିବାର ବିଜୁ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ସମସ୍ତେ ବିଜେଡିର ସାମିଲ ହୋଇଥିବା କହିଛନ୍ତି । ଏ ଅବସରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଲୋକଙ୍କୁ ଉପଢୌକନ ସହ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରିଥିଲେ  ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶତାଧିକ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି  । ବିଜୁ ଜନତା ଦଳ ତୃଣମୂଲ ସ୍ତରରେ ଆହୁରି ସଶକ୍ତ କିପରି ସେନେଇ ଉପସ୍ଥିତ ଲୋକଙ୍କୁ ମନ୍ତ୍ର ଦେଇଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ।

ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: ରାମାୟଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ ଉପରେ ଗବେଷଣା କରିବା ପାଇଁ ଶ୍ରୀଲଙ୍କା କାମ ଆରମ୍ଭ କରିଛି। ଏଥିପାଇଁ ୨୦୧୯ ମସିହାରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।

ଐତିହାସିକଙ୍କ ସମେତ ବହୁ ଲୋକଙ୍କ ବିଶ୍ୱାସ ରହିଛି ଯେ, ରାବଣ ଜଣେ ପୗେରାଣିକ ଚରିତ୍ର ନୁହଁନ୍ତି ବରଂ ସେ ସତସତିକା ମଣିଷ । ଯିଏକି ଶ୍ରୀଲଙ୍କା ଉପରେ ରାଜୁତି କରୁଥିଲେ ।

କରୋନା ମହାମାରୀ ସମୟରେ ଏହି ଗବେଷଣା ଅଟକି ରହିଥିଲା। ହେଲେ ଏବେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ସରକାର ପୁଣିଥରେ ଗବେଷଣା ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଯାହା ୨୦୨୨ ମସିହା ପ୍ରାରମ୍ଭରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଇଛି ।

ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ଉପ-ସଭାପତି ଶଶି ଦାନାତୁଙ୍ଗେ କହିଛନ୍ତି ଯେ,  ଆସନ୍ତା ବର୍ଷ ଆରମ୍ଭରୁ ଏହି ଗବେଷଣା କରାଯିବ। ଆଉ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି ରାଜପକ୍ସାସ୍ । ଅପରପକ୍ଷେ ରାବଣ ଓ ପୁଷ୍ପକ ବିମାନ ସହ ଦୁଇ ଦେଶର ସମ୍ପର୍କ ଯୋଡିହୋଇଥିବାରୁ ଏହି ଗବେଷଣାରେ ଭାରତ ମଧ୍ୟ ଅଂଶ ଗ୍ରହଣ କରୁ ବୋଲି ଇଚ୍ଛା ପ୍ରକାଶ କରିଛି ଶ୍ରୀଲଙ୍କା ।

ଉଲ୍ଲେଖଯୋଗ୍ୟ, ଏନେଇ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ତ୍ବବିତ୍, ଭୂତତ୍ତ୍ବବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା । ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି ।