spot_img
Home Blog Page 4863

ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

ଲକ୍ଷ୍ନୌ: ପ୍ରଚାର ଓ ପ୍ରସାର ସର୍ବସ୍ୱ ହେଉଛି ଭରତୀୟ ଜନତା ପାର୍ଟି । ଲୋକଙ୍କ ପାଇଁ କାର୍ଯ୍ୟ କରିବା ଅପେକ୍ଷା ଦଳୀୟ ନେତା ଓ ମନ୍ତ୍ରୀ ପ୍ରଚାର ପ୍ରସାରରେ ଅଧିକ ନିୟୋଜିତ ଥାନ୍ତି । ଲୋକଙ୍କ ପାଇଁ ଯାହା କାର୍ଯ୍ୟ କରନ୍ତି ତାହା ଠାରୁ ଅଧିକ ପ୍ରଚାର କରିଥନ୍ତି । ଏଭଳି କି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟା ପ୍ରଚାର କରିବାକୁ ମଧ୍ୟ ପଛାନ୍ତି ନାହିଁ ବୋଲି ବିରୋଧୀ ଅଭିଯୋଗ କରିଥାନ୍ତି । ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେଉଥିବା ଜେଓ୍ୱର ବିମାନବନ୍ଦରର ଫଟୋ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏଥିରେ ବାହାଦୂରୀ ନେବା ଲାଗି ରାଜ୍ୟ ସରକାର ଭିନ୍ନ ଉପାୟ ଆପଣାଉଛନ୍ତି ।  ଭୁଲ ଫଟୋ ଜରିଆରେ ଲୋକଙ୍କୁ ମିଥ୍ୟ ସ୍ୱପ୍ନ ଦେଖାଉଛନ୍ତି  । ଗତ ୨୫ ତାରିଖରେ ଉତ୍ତରପ୍ରଦେଶ ନୋଏଡାର ଜେଓ୍ୱାରରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଶିଳାନ୍ୟାସ  କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିମାନ ବନ୍ଦର ୨୦୨୪ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି । ଏହି ଉପଲକ୍ଷେ ନୋଏଡା ବିମାନ ବନ୍ଦର ମଡେଲ ଡିଜାଇନର ଏକ ଫଟୋ ଜାରି କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଯେ ନୋଏଡା ବିମାନ ବନ୍ଦରର ନକ୍ସା ବଦଳରେ ସେଥିରେ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋ ଜାରି ହୋଇଥିଲା । ଏହି ଫଟୋକୁ ଦେଖାଇ ସରକାର ନିଜର ଉପଲବ୍ଧ ଜଣାଇବାକୁ ଚାହିଁଛନ୍ତି । ବହୁ କେନ୍ଦ୍ରମନ୍ତ୍ରୀ ଓ ଅଫିସର ମଧ୍ୟ ଏହି ଫଟୋକୁ ନେଇ ମତ ପ୍ରଦାନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହ୍ଲାଦ ସିଂହ ପଟେଲ, ଅନୁପମା ଦେବୀ, ଅର୍ଜୁନ ରାମ ମେଘଓ୍ୱାଲଙ୍କ ସହ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ନେତା ସମର୍ଥକ ଏହି ବେଜିଂ ଏୟାରପୋର୍ଟ ମଡେଲକୁ ନୋଏଡାରେ ନିର୍ମିତ ହେବାକୁ ଥିବା ମଡେଲ ଭାବେ ଦର୍ଶାଇଛନ୍ତି । ଏହି ଫଟୋକୁ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଏସିଆର ସବୁଠାରୁ ବଡ଼ ଏୟାରପୋର୍ଟ ଭାବେ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିଜ ସହିତ ୩୫ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆଣିବ । ଏହାଦ୍ୱାରା ୧ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଲେଖିଛନ୍ତି ।

ଅନ୍ୟପଟେ ଏହି ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ ରାଷ୍ଟ୍ରୀୟ ସ୍ୱୀକୃତିପ୍ରାପ୍ତ ମିଡିଆର କର୍ମକର୍ତ୍ତା ସେନ ଶିଓ୍ୱେଇ । ସେ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ନିଜର ସଫଳତା ଭିତ୍ତିଭୂମିର ପ୍ରମାଣ ଲାଗି ଭାରତ ସରକାରଙ୍କ କର୍ମକର୍ତ୍ତାମାନେ ଚୀନ ବେଜିଂର ଡାକ୍ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରର ଫଟୋକୁ ବ୍ୟବହାର କରିଛନ୍ତି । ଏହି ବିମାନ ବନ୍ଦର ୧୩ଶହ ହେକ୍ଟର ଜମିରେ ନିର୍ମିତ ହେବାକୁ ଯାଉଥିବାବେଳେ ଖର୍ଚ୍ଚ ହେବ ୧୦ ହଜାର ୫୦ କୋଟି ଟଙ୍କା ।

ଏଥିସହିତ ପଢ଼ନ୍ତୁ: କାହିଁକି ଭୟଙ୍କର ଓମିକ୍ରାନ୍ କରୋନା ଭେରିଆଣ୍ଟ୍ ?

କୋରାପୁଟରେ ସ୍ମାର୍ଟ କାହାଣୀ: ପହଁଚିଲା BSKY, ମିଳିବ ଉନ୍ନତ ଚିକିତ୍ସା

କୋରାପୁଟ: ଉପାନ୍ତରେ  ସ୍ମାର୍ଟ କାହାଣୀ । କୋରାପୁଟ ପାଇଲା ସ୍ମାର୍ଟ ହେଲ୍‌ଥ କାର୍ଡ । ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର 12 ଲକ୍ଷ ହିତାଧିକାରୀ ଉପକୃତ ହେବେ । ରାଜ୍ୟର ୯୬ଲକ୍ଷ ପରିବାରଙ୍କୁ କାର୍ଡ ଦିଆଯିବ । ସାଢେ ୩କୋଟି ଲୋକ ଉପକାର ପାଇବେ । ହସ୍ପିଟାଲରେ ଡକ୍ୟୁମେଣ୍ଟ ଦେବାକୁ ପଡିବନି । କେବଳ ସ୍ମାର୍ଟକାର୍ଡ ସାଥିରେ ନେବାକୁ ପଡିବ ।

୨୦୦ ବଡ ବଡ ହସ୍ପିଟାଲରେ ସୁବିଧା ପାଇବେ ହିତାଧିକାରୀ । ପରିବାରରେ 5 ଲକ୍ଷ, ମହିଳାଙ୍କ ପାଇଁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ । ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟେନ । ଜିଲ୍ଲା ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଭେଟି ଦେଲେ ନବୀନ । ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । କୋରାପୁଟ କଫି ନୂଆ ବ୍ରାଣ୍ଡ ଭାବେ ଉଭା ହୋଇଥିବାରୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ।

SBI ଉପରେ ଲାଗିଲା ୧ କୋଟିର ଫାଇନ୍

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବଡ଼ ବ୍ୟାଙ୍କ ହେଉଛି ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଭାରତର ବଡ଼ ବ୍ୟାଙ୍କ ଏସବିଆଇ ଉପରେ ୧ କୋଟି ଟଙ୍କାର ଫାଇନ୍ ପକାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଏସବିଆଇ ଉପରେ ଏହି ଫାଇନ୍ ପକାଇଛି ଆରବିଆଇ । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି  । ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ୧୯୪୯ର ଧାରା ୧୯(୨) ର ଉଲ୍ଲଘଂନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଏକ କୋଟି ଟଙ୍କାର ଫାଇନ୍ ଲଗାଇଛି । ନିୟାମକ ପ୍ରତିଶୃତି ପାଳନ ନ କରିବାରୁ ଏସବିଆଇ ଉପରେ ଏହି ଫାଇନ୍ ପଡ଼ିଛି ବୋଲି ଏକ ବିବୃତ୍ତିରେ କହିଛି ଆରବିଆଇ ।

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଉପରେ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ଧାରା-୪୭ A (1), ଧାରା-୪୬(4)(i) ଏବଂ ଧାରା ୫୧(1) ସାହାର୍ଯ୍ୟରେ ରିଜର୍ଭ ବ୍ୟାଙ୍କ ଫାଇନ୍ ଲଗାଇଛି । ଆରବିଆଇ ୩୧ ମାର୍ଚ୍ଚ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତିର ମୂଲ୍ୟାୟନ କରିବା ପାଇଁ ଏକ ଅନୁସନ୍ଧାନ କରିଥିଲା । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି । ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ ୧୯୪୯ ର ଉପ-ବିଭାଗ (୨) ରେ କୁହାଯାଇଛି ଯେ କୌଣସି କଂପାନୀ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସେହି କମ୍ପାନୀର ପେଡ୍-ଅପ୍ ସେୟାର କ୍ୟାପିଟାଲର ୩୦ ପ୍ରତିଶତରୁ ଅଧିକ ପରିମାଣର କୌଣସି କମ୍ପାନୀରେ ଅଂଶଧନ ଧାରଣ କରିପାରିବ ନାହିଁ । କିମ୍ବା ନିଜସ୍ୱ ପେଡ୍ ଅପ୍ ସେୟାର ପୁଞ୍ଜି ଏବଂ ସଂରକ୍ଷଣର ତିରିଶ ପ୍ରତିଶତ ରହିବ ।

ଏହା ସହିତ ଜଡିତ ସମସ୍ତ କାଗଜପତ୍ରକୁ ବି ଯାଞ୍ଚ କରିଥିଲା ଆରବିଆଇ । ତେବେ ଏହି ଯାଞ୍ଚ ସମୟରେ ଏସବିଆଇର କିଛି କାଗଜ ପତ୍ର ଠିକ୍ ନଥିଲା । ଯାହା ଫଳରେ ଏସବିଆଇକୁ ସ୍ପଷ୍ଟି କରଣ ମାଗିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । କିନ୍ତୁ ବ୍ୟାଙ୍କ ଦେଇଥିବା ସ୍ପଷ୍ଟି କରଣରେ ସନ୍ତୁଷ୍ଟ ହୋଇନଥିଲା ଆରବିଆଇ । ଯାହା ଫଳରେ ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ଏକ କୋଟିର ଫାଇନ୍ ଲଗାଇଥିଲା ରିଜର୍ଭ ବ୍ୟାଙ୍କ ।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଛାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକ ଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

ସେହିପରି ଏହି ଦୁର୍ଘଟଣାରେ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଜି ସକାଳୁ ଗଞ୍ଜାମରୁ ପିକନିକ ସାରି ଫେରିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲୋ  । ପରବର୍ତ୍ତୀ ସମୟରେ ଜଣାପଡିଛି ଯେ, ସମସ୍ତ ମୃତକ ହେଉଛନ୍ତି ଛାତ୍ର  ।

ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଅନେକ ଦେଶରେ ବିମାନସେବା ବ୍ୟାନ୍,ଜାଣନ୍ତୁ ଭାରତରେ ସ୍ଥିତି କ’ଣ ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢାଇଛି। ଆଉ ଏହି ନୂଆ ଭାରିଏଣ୍ଟ ପାଇଁ ସାରା ବିଶ୍ବକୁ ସତର୍କ କରିଦେଇଛି । ଏହାବ୍ୟତୀତ କରୋନାର ଏହି ନୂଆ ଭାରିଏଣ୍ଟର ପ୍ରଭାବ ବିଶ୍ୱ ବ୍ୟାପାର ସଙ୍ଗଠନ (WTO)ର ମିନିଷ୍ଟ୍ରିୟଲ୍ କନଫ୍ରେସ୍ ଉପରେ ମଧ୍ୟ ପଡିଛି।

କରୋନାର ସ୍ଥିତିକୁ ଦେଖି WTO ପକ୍ଷରୁ ମିନିଷ୍ଟ୍ରିୟଲ୍ କନଫ୍ରେସକୁ ରଦ୍ଦ କରିବା ପାଇଁ ଘୋଷଣା କରାଯାଇଛି। WTOର ଜେନେରାଲ କାଉନସିଲରେ ନଭେମ୍ବର ୨୬ ତାରିଖରେ ମିନିଷ୍ଟ୍ରିୟଲ୍ କନଫ୍ରେସ ଉପରେ ଚର୍ଚ୍ଚା ହୋଇଥିଲା । ଯାହା ପରେ ଏହାକୁ ରଦ୍ଦ କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

 

କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି ଆମେ କନଫ୍ରେସକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆଉ ଅନୁମତି ମିଳିବା ପରେ ଯାଇ ପୁଣିଥରେ ମିଟିଂ ଆୟୋଜିତ କରାଯିବ। ତେବେ ମହାମାରୀ କାରଣ ଯୋଗୁଁ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯିବାର ଆଶଙ୍କା ରହିଥିଲା ।

ନୂଆ ଭାରିଆଣ୍ଟର ସନ୍ଧାନ ପରେ ବିଶ୍ବର ଅନେକ ରାଷ୍ଟ୍ର ଅନ୍ତର୍ଦେଶୀୟ ଉଡାଣ ବାତିଲ ନେଇ ଚିନ୍ତା କରୁଛନ୍ତି । ଆମେରିକା, କାନଡା, ୟୁରୋପୀୟ ରାଷ୍ଟ୍ରସଂଘ, ସାଉଦିଆରବ ନୂଆ ପଦକ୍ଷେପ ସ୍ବରୂପ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନକୁ ନିଷିଦ୍ଧ କରିଛନ୍ତି । ସେପଟେ ଏହାର ପ୍ରଭାବ ଷ୍ଟକ ମାର୍କେଟ ଓ ତୈଳ ବଜାର ଉପରେ ପଡିଛି ।

Govt removes restrictions on domestic flight capacity from October 18

ଭାରତରେ କିଭଳି ରହିଛି ସ୍ଥିତି?

କରୋନାର ନୂଆ ଭାରିଏଣ୍ଟ ସାରା ଦୁନିଆରେ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଭାରତ ମଧ୍ୟ ସତର୍କ ହେବା ସଙ୍ଗେସଙ୍ଗେ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବାଂଲାଦେଶ, ମରିସସ୍, ବୋଟସବାନା, ଜିମ୍ବାୱେ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ ଭଳି ଦେଶ ଉପରେ କଡ଼ା ନଜର ରଖିଛି । ଏଥିସହିତ ଭାରତ ଆସୁଥିବା ଯାତ୍ରୀଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଯାଞ୍ଚ ମଧ୍ୟ କରାଯାଉଛି ।

ଭାରତରେ ଏଭଳି କୌଣସି ମାମଲା ନଜରକୁ ଆସିନଥିବା ବେଳେ ଭାରତ ସରକାର ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ପାଇଁ ଘୋଷଣା କରିଛନ୍ତି । ତେବେ ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ବିମାନ ସେବାକୁ ଆଉ କିଛି ଦିନ ଯାଏଁ ବନ୍ଦ ରଖିବାକୁ ମଧ୍ୟ ଦାବି କରାଯାଉଛି ।

କୋର୍ଟରେ ପହଁଚିଲେ ବ୍ରହ୍ମପୁର ବଧୁ, ସ୍ୱାମୀ ଘର ଆଗରେ ୬ଦିନ ଧରି ଥିଲେ ଧାରଣାରତ

ବ୍ରହ୍ମପୁର: ବ୍ରହ୍ମାନଗରରେ ନବ ବଧୁଙ୍କ ଧାରଣା ଘଟଣା ଆଜି କୋର୍ଟରେ ପହଁଚିଛି । ଏସଡିଜେଏମ କୋର୍ଟରେ ପହଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ ଓରଫ୍ ଡିମ୍ପଲ । ଆଜି ମାମଲାର ଶୁଣାଣି ଥିବାରୁ ତପସ୍ୱିନୀ ଅଦାଲତରେ ପହଞ୍ଚିଛନ୍ତି । ସେପଟେ ଆଜି ଷଷ୍ଠ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଧାରଣା । ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବାକୁ ସେ ଚେତାବନୀ ଦେଇଥିବା ବେଳେ, ସ୍ବେଚ୍ଛାସେବୀ ତାଙ୍କ ସହ ସ୍ବର ମିଳାଇଛନ୍ତି ।

ଗତକାଲି କଥାବାର୍ତ୍ତାର ଦୁଇଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏପରକି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଘରକୁ ଶାଶୁ ଘରକୁ ଯିବାର ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ । ଯୁବତୀ ଜଣକ ବାହା ହେବା ପାଇଁ ଜିଦରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ୍ ଓ ତାଙ୍କ ବାପା ତପସ୍ବିନୀଙ୍କ ସହ ବାହାଘର ହୋଇଥିବା ନେଇ ସ୍ବୀକାର କରିଛନ୍ତି । ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା ।

କିନ୍ତୁ ତପସ୍ୱିନୀ ଘରେ ଗଣ୍ଡଗୋଳ କରି ବାହାରି ଯାଇଥିଲେ ବୋଲି ସୁମିତ୍ କହିଛନ୍ତି । ତେବେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମା ଓ ଜେଜେମା ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି ବୋଲି କହିଛନ୍ତି ପରିବାର ଲୋକ ।

‘ଓମିକ୍ରୋନ୍’ ଭ୍ୟାରିଆଣ୍ଟର ଭୟାବହତା ମଧ୍ୟରେ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ପ୍ରବାହ ଦେଖାଯିବା ନେଇ ଆଶଙ୍କା ମଧ୍ୟରେ ଇରୋପୀୟ ଦେଶମାନଙ୍କରେ କରୋନା ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରୋନ୍’ ଚିହ୍ନଟ ହୋଇଛି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି କହିଛି । ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା କିଛି ଦେଶମାନଙ୍କରେ କରୋନା କଟକଣା ମଧ୍ୟ ଲାଗୁ କରାଯାଇଛି ।  ଏହାରି ମଧ୍ୟରେ ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ୟାବିନେଟ ସଚିବ ରାଜୀବ ଗୌବା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ନିତି ଆୟୋଗ ସଦସ୍ୟ ଡ.ଭିକେ ପଲ୍ ଉପସ୍ଥିତ ଥିଲେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୩୧୮ କରୋନା ମାମଲା ସାମ୍ନାକୁ ଆସିଛି । ୪୬୫ ଗଣ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ପ୍ରାଣ ହରାଇଥିବା ବେଳେ, ଏଯାବତ୍ ଦେଶରେ ମୋଟ କୋଭିଡ ମୃତକଙ୍କ ସଂଖ୍ୟା ୪ଲକ୍ଷ ୬୭ହଜାର ୯୩୩ରେ ପହଞ୍ଚିଛି ।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ୍ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ଯାହାକୁ ନଜରରେ ରଖି ଭାରତ ଏହି ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କିଛି ନିୟମାବାଳୀ ଜାରି କରିଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଯାତ୍ରୀଙ୍କ କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଦକ୍ଷିଣ ଆଫ୍ରିକା ସହିତ ହଂକଂ ଏବଂ ଇସ୍ରାଏଲରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ଥମୁନି ବାୟୁ ପ୍ରଦୂଷଣ; ସରକାରଙ୍କ ସତର୍କବାଣୀ

ଖୁଲମଖୁଲା ହେଉଛି ଜୁଆ ଖେଳ, ଚାଲିଛି ଗଞ୍ଜା ଲଢେଇ

ଢେଙ୍କାନାଳ: ଖୁଲମଖୁଲା ଚାଲିଛି ଜୁଆ ବେପାର । ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନରେ ଜୁଆଖେଳକୁ ରୋଜଗାରର ପନ୍ଥା ଭାବେ ବାଛୁଛନ୍ତି ଯୁବପିଢୀ । ଖାଲି ସହରାଞ୍ଚଳ କାହିକିଁ ଗାଁ ଗଣ୍ଡାର ଯୁବପିଢୀଙ୍କୁ ମଧ୍ୟ କିମିଆ କରିଛି ଜୁଆ ଖେଳ । ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଗୁଡିକରେ ଏବେ ଖୁଲମଖୁଲା ଚାଲିଛି ଜୁଆ ବେପାର । ଖାଲି ଜୁଆ କାହିଁକି ତିନିପତି, ଗଞ୍ଜା ଲଢେ଼ଇ ଆଦି ବେନିୟମ କାର୍ଯ୍ୟକୁ ବ୍ୟବସାୟ ରୂପ ଦେଇଛନ୍ତି ଯୁବପୀଢ଼ି ।

ଆଉ ସବୁଠାରୁ ବଡ଼ କଥା ଏହା କୌଣସି ଲୁଚା ଚୁପା ଜାଗାରେ ହେଉନାହିଁ । ବଜାର ଭିତର ହାଟ ଭିତରେ ସର୍ବସାଧାରଣଙ୍କ ଉପସ୍ଥିତରେ ହେଉଛି ଏହି ଜୁଆ ଖେଳ ।  ଏସବୁ ଜାଣିଶୁଣି ବି ସ୍ଥାନୀୟ ପୋଲିସ ସାଜିଛି ନିରବ ଦ୍ରଷ୍ଟା ପାଲଚିଛନ୍ତି । 2015 ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଞ୍ଜା ଲଢେଇକୁ ନିଷେଧ ଘୋଷଣା କରାଯାଇଥିଲା । ଯଦି କିଏ ଏହି ଅପରାଧ କରିବ ତାଙ୍କ ପାଇଁ କଠୋର ରୁ କଠୋର ଦଣ୍ଡବିଧାନ ର ବନ୍ଦୋବସ୍ତ ରହିଛି । କିନ୍ତୁ ଏସବୁ ବାଦ କଙ୍କଡାହାଡ଼ ଓ ପର୍ଯ୍ୟଙ୍ଗ ଥାନା ଅଧିନ ଥିବା ଏରିଆ ଗୁଡିକ ଓ ହାଟ ରେ ଖୁଲମ ଖୁଲା ଏହି ବେପାର ଚାଲିଛି ।

ତେବେ ପର୍ଯଙ୍ଗ ଥାନା ଅନ୍ତର୍ଗତ ସୋମବାର ଡୋଳିଆ ହାଟ, କଙ୍କଡାହାଡ଼ ଥାନା ଅଧିନ ସୁକୃବାର ହାଟ, ରବିବାର କଙ୍କଡାହାଡ଼ ଥାନା ଅଧିନ ଦଣ୍ଡାଧାର ହାଟ, ଗୁଡିକ ରେ ଚାଲିଛି  । ଏହି ଗୋଲଖ ଧନ୍ଦା ର ଖୁଲମ ଖୁଲାମ ବେଆଇନ ବେପାର।  ଆଉ ଏହି ହାଟ ଭିତରେ ଗଞ୍ଜା ଲଢେଇ ରେ ଭାଗ ନେଉଛନ୍ତି ସହ ସହ ଲୋକ । ଏପଟେ ଚାଲିଛି ଖୁଲମ ଖୁଲା ଚାଲିଛି ଜୁଆ ବେପାର।ତେବେ ଏସବୁ ଖବର କଣ ସ୍ଥାନୀୟ ପୋଲିସ ପାଖରେ ନାହିଁ।ନା ପୋଲିସ ଜାଣିଶୁଣି ଚୁପ ବସିଛି ।

ଟ୍ରଲି ବ୍ୟାଗରୁ ଜବତ ହେଲା ୩ କୋଟି ୭୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା

ମୁମ୍ବାଇ: ଟ୍ରଲି ବ୍ୟାଗରୁ ଜବତ ହେଲା ୩ କୋଟି ୭୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତିୟ ବିମାନ ବନ୍ଦରରୁ ଏହି ବିପୁଳ ଅର୍ଥ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ଜଣ ଯାତ୍ରୀଙ୍କ ବ୍ୟାଗରେ ଥିବା ଏକ ସ୍ବତନ୍ତ୍ର ଥଳିରେ ଏହି ବିପୁଳ ପରିମାଣର ବୈଦେଶିକ ମୁଦ୍ରା ରହିଥିଲା ।

ପରେ ସେମାନଙ୍କୁ ଗିରଫ କରିଥିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ। ଏହି ଦୁଇ ବ୍ୟକ୍ତି ସାରଜା ଯିବା ଲାଗି ଟିକେଟ କରିଥିଲେ । ସେମାନଙ୍କ ନିକଟରେ ଏହି ଅର୍ଥ ନେଇ କୌଣସି ନଥିପତ୍ର ବା ଲାଇସେନ୍ସ ନଥିଲା। ଜବତ ବୈଦେଶିକ ମୁଦ୍ରା ମଧ୍ୟରେ ଥିଲା ଆମେରିକୀୟ ଡଲାର ଓ ସାଉଦି ଦିରହାମ ।

ତେବେ ବିମାନ ବନ୍ଦରରେ ଏହି ଧରଣର ବେଆଇନ କାର୍ଯ୍ୟକଳାପ ରୋକିବା ଲାଗି ଡିଆରଆଇ ପକ୍ଷରୁ ଚାଲିଥିବା ଅପରେସନ ଚେକ୍ ସାର୍ଟସର ଡାଟା ଆନାଲିସିସ ପଦ୍ଧତିରେ ଏହି ମୁଦ୍ରା ଠାବ କରାଯାଇଥିଲା । ଶୁଳ୍କ ଆଇନ, ୧୯୬୨ର ଧାର ୧୧୦ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଆଇପିଏଲ-୨୦୨୨ରେ ହେବ ଟଙ୍କା ବର୍ଷା; ରାହୁଲ ହେବେ ଲକ୍ଷ୍ନୌ ଟିମର ଅଧିନାୟକ!

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଚାଲିଛି ପ୍ରଥମ ଟେଷ୍ଟ । ତେବେ ଏହି ମ୍ୟାଚ ମଧ୍ୟରେ ଏବେ ସମସ୍ତଙ୍କ ନଜର ରହିଛି ଆଇପିଏଲ ୨୦୨୨ ଉପରେ । ୨୦୨୨ରେ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ଏଥିସହ ଆଇପିଏଲର ପରବର୍ତ୍ତି ସିଜିନରେ ଆଉ ଦୁଇଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ତେବେ ମେଗା ଅକ୍ସନ ପୂର୍ବରୁ ଆସନ୍ତା ନଭେମ୍ବର ୩୦ ପୂର୍ବରୁ ସବୁ ଟିମ୍ କେଉଁ କେଉଁ ଖେଳାଳିଙ୍କୁ ଦଳରେ ରଖିଲେ ତାହାର ଲିଷ୍ଟ ପ୍ରଦାନ କରିବାକୁ ପଡ଼ିବ ।

ତେବେ ଏସବୁ ଭିତରେ କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । କିଛି ରିପୋର୍ଟ ଅନୁସାରେ ଶ୍ରେୟସ ଆୟରଙ୍କୁ ଆଉ ଦଳରେ ରଖିବନି ଦିଲ୍ଲୀ କ୍ୟାପିଟାଲ୍ସ । ଆୟର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ମ୍ୟାନେଜମେଣ୍ଟକୁ କହିଛି କି ସେ ଆଉ ଦିଲ୍ଲୀ ସହ ରହିବେ ନାହିଁ । ଅନ୍ୟପକ୍ଷରେ ନୂଆ କରି ହୋଇଥିବା ଦୁଇଟି ନୂଆ ଟିମ ଶ୍ରେୟସ ଆୟରଙ୍କୁ ନିଜ ଦଳକୁ ନେବା ପାଇଁ ଆଲୋଚନା କରିଛନ୍ତି । ସେହିପରି ଭାବରେ ଆୟରଙ୍କୁ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଚେଷ୍ଟା କରିବ । କାହିଁକି ନା ଆୟରଙ୍କ ଘର ମୁମ୍ବାଇ । ଯାହା ଫଳରେ ଭବିଷ୍ୟତରେ ମୂମ୍ବାଇ ଦଳର ଅଧିନାୟକ ପାଇଁ ଆୟରଙ୍କୁ ଦଳରେ ନେଇ ପାରନ୍ତି । ତେବେ କେଉଁ ଦଳକୁ ଆୟର ଯାଉଛନ୍ତି ତାହା ମେଗା ଅକ୍ସନରେ ହିଁ ଜଣା ପଡ଼ିବ । ତେବେ କେବଳ ଆୟର ନୁହଁନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧାଓ୍ବନଙ୍କୁ ନେବା ପାଇଁ ଦୁଇ ନୂଆ ଟିମ୍ ତାଙ୍କ ଦଳରେ ନେବା ପାଇଁ ନଜର ରଖିଛନ୍ତି ।

ସେହିପରି ଭାବରେ ଯଦି କେଏଲ ରାହୁଲ କଥା କହିବା ତାହାଲେ ରାହୁଲ ପଞ୍ଜାବ କିଙ୍ଗ୍ସ ସହ ଶେଷ ମ୍ୟାଚ ଖେଳି ସାରିଛନ୍ତି ବୋଲି କହିଛନ୍ତି । ରାହୁଲ ଆଗାମୀ ସିଜିନରେ ନୂଆ କରି ହୋଇଥିବା ଲକ୍ଷ୍ନୌ ଟିମ୍ ସହ ଯୋଗ ଦେଇ ପାରନ୍ତି । ଏଥିସହ ଲକ୍ଷ୍ନୌ ଟିମର ନେତୃତ୍ବ ମଧ୍ୟ ନେବାକୁ ଯାଉଛନ୍ତି କେଏଲ ରାହୁଲ । ସେହିପରି କୋଲକାତା ନାଇଟ ରାଇଡର୍ସ କଥା କହିବା ତାହାଲେ ଦୁଇ ସ୍ପିନର ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ରଖିବା ପାଇଁ ମନସ୍ତ କରିସାରିଛି । ସେହିପରି ଭାବରେ ତୃତୀୟ ଖେଳାଳି ଭାବରେ ଭେଙ୍କଟେଶ ଆୟରଙ୍କୁ ନେଇ ଆଲୋଚନା କରୁଥିବାର ସୂଚନା ମିଳିଛି । ଅନ୍ୟପକ୍ଷରେ କେକେଆରର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଓ ଅଲରାଉଣ୍ଡର ଆଣ୍ଡ୍ରେ ରସଲଙ୍କୁ ନେଇ ମଧ୍ୟ ବିଚାର କରୁଥିବାର ରିପୋର୍ଟ ପ୍ରକାଶ ପାଇଛି ।

ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ଅକ୍ସନ । ତେବେ ଏହି ଅକ୍ସନ ପୂର୍ବରୁ ସବୁ ଟିମକୁ ୪ ଜଣ ଖେଳାଳିଙ୍କୁ ରିଟେନ କରି ପାରିବେ । ଏଥିମଧ୍ୟରେ ଅତିବେଶୀରେ ୩ ଜଣ ଭାରତୀୟଙ୍କୁ ରଖିପାରିବେ ଓ ଅତିବେଶୀରେ ୨ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ରଖିପାରିବେ । ୪୨ କୋଟି ମଧ୍ୟରେ ଏହି ଚାରି ଜଣ ଖେଳାଳିଙ୍କୁ ରିଟେନ କରିପାରିବେ । ଅନ୍ୟପକ୍ଷରେ ମେଗା ଅକ୍ସନ ପାଇଁ ସମସ୍ତ ଟିମ ପାଖରେ ୯୦ କୋଟି ଟଙ୍କା ରହିବ ।