କେବିସିରେ ୨୫ଲକ୍ଷ ଟଙ୍କା ଜିତିଥିବା କହି ଫୋନ୍ କଲେ ଲୁଟେରା, ଆଉ ତା’ପରେ..

ରାଉରକେଲା: ଲଟେରୀ ପ୍ରଲୋଭନ ଦେଖାଇ ଲୁଟିଲେ ଅଦୃଶ୍ୟ ଲୁଟେରା । ଠକେଇର ଶିକାର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କଚାରୁ ଗ୍ରାମର ସାନିଆ ସିଂ । କେବିସିରେ ୨୫ ଲକ୍ଷ ଟଙ୍କା ଜିତିଥିବା କହି ଫୋନ କରିଥିଲେ ଲୁଟେରା । ବିଶ୍ଵାସ ଜନ୍ମାଇବା ପାଇଁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଜାଲି ଲୋଗୋ ଓ ସିଲ ବ୍ୟଵହାର କରି ଲୁଟିଥିବା ଅଭିଯୋଗ ହୋଇଛି ।

କେବିସି ନାଁରେ ଠକେଇ । ଅର୍ଥ ପ୍ରଲୋଭନ ଦେଖାଇ ହରିଲୁଟ୍ । ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ସୁନ୍ଦରଗଡ ଗ୍ରାମାଞ୍ଚଳର ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍ । ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କଚାରୁ ଗ୍ରାମର ସାନିଆ ସିଂ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଥିବା ଫୋନ ଆସିଥିଲା । ଜାଲ ଲୋଗ ବ୍ୟବହାର କରି ବିଶ୍ୱାସ ଜନ୍ମାଇଥିଲେ ଠକ । ଟ୍ୟାକ୍ସ ଜମା କରିବାକୁ କହି ତାଙ୍କ ନିକଟରୁ  ୩୭ ହଜାର ୫ଶହ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଶୁଣନ୍ତୁ କିପରି ଜାଲ ବିଛାଇଥିଲେ ଠକ ।

ବିଶ୍ଵାସ ଜନ୍ମାଇବା ପାଇଁ ଠକମାନେ ସେମାନଙ୍କ ଅଫିସର ଭିଡିଓ କରି ପଠାଇବା ସହ  ଲଟେରୀ ଅର୍ଥ ପାଇଵା ଶତ ପ୍ରତିଶତ ଗ୍ୟାରେଣ୍ଟି ଓ ସାର୍ଟିଫିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଖାଲି ସାନିଆ ନୁହନ୍ତି ଅନ୍ୟମାନଙ୍କ ନିକଟରୁ ମଧ୍ୟ ଏମିତି କଲ ଆସୁଥିବା ମଧ୍ୟ ଅଭିଯୋଗ ହେଉଛି । ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ମାତିଛନ୍ତି ସାଇବର ଠକ । ତେବେ ଏହାକୁ ଏକସେପ୍ଟ କରିବା ପୂର୍ବରୁ ଭଲଭାବେ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Leave a Reply