spot_img
Home Blog Page 4861

ଫୋର୍ବସ ତାଲିକାରେ ସୁନ୍ଦରଗଡ଼ର ଆଶା ଦିଦି ମାତିଲଦା କୁଲ୍ଲୁ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫୋର୍ବସ ଇଣ୍ଡିଆ ପକ୍ଷରୁ ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଛି ପାଓ୍ୱାରଫୁଲ ଓ୍ୱିମେନ୍‌ଙ୍କ ତାଲିକା । ଆଉ ଏଥିରେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଶା ଦିଦି ମାତିଲଦା କୁଲ୍ଲୁ । ଯାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ, ସେ କୋଭିଡ ଯୁଦ୍ଧରେ ସମର୍ପିତ ହଜାର ହଜାର କୋଭିଡ ଯୋଦ୍ଧାଙ୍କ ପ୍ରତୀକ । ଯେଉଁମାନେ ବହୁ ମୂଲ୍ୟ ଜୀବନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବୋଲି ଲେଖିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବାରାଗାଁ ତହସିଲ ଅନ୍ତର୍ଗତ ଗୋରଗାଡ଼ବାହାଲ ଗାଁର ମହିଳା ମାତିଲଦା କୁଲ୍ଲୁ ଆଶା ଦିଦି ଭାବେ କାର୍ଯ୍ୟ କରୁଛନ୍ତି ।  ସେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଫୋର୍ବସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସେ ସକାଳ ୫ ଟାରୁ ଘରୁ ଉଠି ନିଜ ଘରର ସମସ୍ତ କାମ ଶେଷ କରି ପ୍ରତିଟି ଲୋକଙ୍କ ପାଖକୁ ପହଞ୍ଚନ୍ତି । ସ୍ୱାସ୍ଥ୍ୟ ସେବା ବିଷୟରେ ଲୋକଙ୍କୁ ସଚେତନ କରନ୍ତି ।

ଅନ୍ଧବିଶ୍ୱାସ, ଜାତିବାଦ ଏବଂ ଅସ୍ପୃଶ୍ୟତା ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ୪୫ ବର୍ଷୀୟା ମାତିଲଦା କୁଲ୍ଲୁ । ସେ ଗ୍ରାମାଞ୍ଚଳରେ ଗୁଣିଗାରେଡି ରୋକିବା ସହ ଲୋକଙ୍କୁ ମେଡିକାଲ ସୁବିଧା ବିଷୟରେ ସଚେତନ କରିଛନ୍ତି । ଲୋକଙ୍କୁ ଔଷଧ ସହ ମେଡାକାଲ ବିଷୟରେ ଶିକ୍ଷା ଦେଇଥିଲେ। କୋଭିଡ -୧୯ ଆରମ୍ଭରୁ କୁଲ୍ଲୁ କାର୍ଯ୍ୟ କରିଆସୁଛନ୍ତି । ସେ ମାସିକ ୪୫୦୦ ଟଙ୍କା ଦରମାରେ ଗାଁର ପ୍ରାୟ ୯୪୬ ଲୋକଙ୍କୁ ସେବାଯୋଗାଇ ଆସୁଛନ୍ତି ।

ସେ ଘର ପରିଦର୍ଶନ ବ୍ୟତୀତ, ଔଷଧ ଯୋଗାଇବା, ଗର୍ଭବତୀ ମହିଳାଙ୍କୁ ସହାୟତା କରନ୍ତି । ଏହା ସହ ସେ, ଅନ୍ୟାନ୍ୟ ନିୟମିତ କାର୍ଯ୍ୟଗୁଡ଼ିକ ହେଉଛି ଆଣ୍ଟେନେଟାଲ୍ / ପୋଷ୍ଟନାଟାଲ୍ ଚେକ୍ ଅପ୍, ପ୍ରତିରୋପଣ, ସାନିଟାଇଜେସନ୍, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା, ପୋଲିଓ ଏବଂ ଅନ୍ୟାନ୍ୟ ଟିକାକରଣ, ସର୍ଭେ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ମାତିଲଦା କହୁନ୍ତି ଯେ, ସେ ଯେଉଁ କାର୍ଯ୍ୟ କରନ୍ତି ସେ ସେଥିପାଇଁ ଗର୍ବ ଅନୁଭବ କରନ୍ତି । କହିଁକି ତାଙ୍କ ଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି ।

ମାତିଲଦାଙ୍କ ସହିତ ଆମାଜନ ପ୍ରାଇମ୍ ଭିଡିଓର ଭାରତ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ୍ ଅରୁଣନ୍ଦତି ଭଟ୍ଟାଚାର୍ଯ୍ୟ, ମାଡ୍ ଷ୍ଟ୍ରିଟ୍ ଡିନର ପ୍ରତିଷ୍ଠାତା ଏବଂ ସିଇଓ ଅଶ୍ୱିନୀ ଅଶୋକାନ୍, ପାରା ସୁଟର ଅବନୀ ଲେଖାରା, ପାରା ଆଥଲେଟ ଭାବନୀ ପଟେଲ, ପରିବେଶ ସାମାଜିକ କର୍ମୀ ଦିଶା ରାବି, କିନ୍ନର କ୍ୟାପିଟାଲର ପ୍ରତିଷ୍ଠାତା ଓ ସିଇଓ ହାର୍ଦ୍ଦିକ ଶାହ, ବିଓ୍ୱାଇଏଲ୍ ନାୟର ହସ୍ପିଟାଲ ମାଇକ୍ରୋବୟୋଲୋଜି ବିଭାଗ ମୁଖ୍ୟ ଡ. ଜୟନ୍ତୀ ଶାସ୍ତ୍ରୀ, ବ୍ରେନ୍ ସାଇଟ୍ ଏଆଇ ସିଇଓ ଏବଂ ସିଟିଓ ଲାଇନା ଇମାନୁଏଲ, ରମିଝିମ୍ ଅଗ୍ରଓ୍ୱାଲ, ଜିଷ୍ଟ ମନି ସିଇଓ ଏବଂ ଫାଉଣ୍ଟର ଲିଜ୍ଜୀ ଚାପମ୍ୟାନ୍, ଆଷ୍ଟ୍ରୋମେ କୋ ଫାଉଣ୍ଡର ଏବଂ ସିଇଓ ନେହା ସାତକ୍, ଆର୍କିଟେକ୍ ପ୍ରତିମା ଯୋଶୀ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରାଲୋଜି ଡ. ପ୍ରିୟ ଆବ୍ରାହମ୍, ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ, ଅଭିନେତ୍ରୀ ରାଶିକା ଦୁଗାଲ, ଆଇପିଏସ୍ ଅଧିକାରୀ ରୀମା ରାଜେଶ୍ୱରୀ, ଅଭିନେତ୍ରୀ ସାନ୍ୟା ମଲୋହତ୍ରା, ଓ୍ୱାଟରଫିଲ୍ଡ ଆଡଭାଇଜର ପ୍ରତିଷ୍ଠାତା ଏବଂ ସିଇଓ ସୌମ୍ୟ ରଞ୍ଜନ, ସୁଗାର କସ୍‌ମେଟିକ୍ସ କୋ ଫାଉଣ୍ଡର ଏବଂ ସିଇଓ ଭିନିତ୍ ସିଂହ ତାଲିକାରେ ସ୍ଥାନ ପାଇଛନ୍ତି ।

କ୍ୟାଟ୍ରିନା-ଭିକିଙ୍କ ବାହାଘରରେ ପ୍ରଥମ ଅତିଥି ଶଶାଙ୍କ ଖୈତାନ, ବଲିଉଡ୍ ସହ କି ସମ୍ପର୍କ…

ମୁମ୍ବାଇ: ଭିକି କୗେଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ରାଜସ୍ଥାନର ସବାଇ ମାଧୋପୁରରେ ୧୪ ଶତାବ୍ଦୀର ଏକ ସୁନ୍ଦର କିଲ୍ଲାରେ ଆସନ୍ତା ମାସରେ ବିବାହ ଅନୁଷ୍ଠିତ ହେବ।  ଏହାପୂର୍ବରୁ ଦୁହିଁଙ୍କ ବାହାଘରରେ କେଉଁମାନେ ଅତିଥି ଲିଷ୍ଟରେ ରହିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବଲିଉଡର ବହୁ ପ୍ରତୀକ୍ଷିତ ଏହି ବିବାହରେ କିଏ ପ୍ରଥମ ଅତିଥି ହେବ ତାର ଖୁଲାସା ହୋଇଛି।

୯ ଡିସେମ୍ବରରେ ରାଜସ୍ଥାନରେ ବିବାହ-
ଭିକି କୗେଶଲ ଏବଂ କ୍ୟାଟ୍ରିନାଙ୍କ ବିବାହ ପାରମ୍ପାରିକ ପଞ୍ଜାବୀ ରୀତିନୀତିରେ ହେବ। ଏହି ଦମ୍ପତି ଡିସେମ୍ବର ୯ରେ ରାଜସ୍ଥାନର ସିକ୍ସ ସେନ୍ସ ସ ଫୋର୍ଟ ବାରୱାରାରେ ବିବାହ କରିବେ ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୯ରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଡିସେମ୍ବର ୭ ଏବଂ ୮ ରେ ମେହେନ୍ଦୀ ଏବଂ ସଂଗୀତ କାର୍ଯ୍ୟକ୍ରମ ରହିଛି । ବିବାହ ପୂର୍ବରୁ ଶଶାଙ୍କ ଖୈତାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ବିକିଙ୍କ ତରଫରୁ ବରଯାତ୍ରୀ ଭାବରେ ସେ ରହିଛନ୍ତି। ଯିଏକି ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ଏହି ସେଲିବ୍ରିଟି ବିବାହରେ ତାଙ୍କ ନାମ ଅତିଥି ତାଲିକାରେ କନଫର୍ମ ହୋଇଛି।

କିଏ ହେବେ ଗେଷ୍ଟ?-

ଶଶାଙ୍କ ନିକଟରେ ‘ଗୋବିନ୍ଦା ମେରା ନାମ’ରେ ଭିକିଙ୍କ ସହ କାମ କରିଛନ୍ତି । ଏହି ଦମ୍ପତିଙ୍କର ଘନିଷ୍ଠ ବନ୍ଧୁ କରଣ ଜୋହର ମଧ୍ୟ ଏହି ବିବାହର ସାମିଲ ହେବେ| ନିର୍ଦ୍ଦେଶକ ଫରାହ ଖାନ ଏବଂ ଜୋୟା ଅଖତର ସାମିଲ ହେବେ ବୋଲି ଆଶା କରାଯାଉଛି। ଏପରିକି ସଙ୍ଗୀତ ପାଇଁ ବିକିଙ୍କ ତରଫରୁ ମ୍ୟୁଜିକ କୋରିଓଗ୍ରାଫ୍ କରିବେ ଫରାହ। ତେବେ ଏହି ହାଇଭୋଲଟେଜ୍ ମ୍ୟାରେଜରେ ସଲମାନ ଖାନ ସାମିଲ ହେବାର ଆଶା କମ୍ ରହିଛି ।

ଏହି ସମୟରେ ଏକ ଶୋ’ ପାଇଁ ସଲମାନ ୟୁଏଇରେ ଥିବେ । ଏହାବ୍ୟତୀତ କ୍ୟାଟ୍ରିନାଙ୍କ ବନ୍ଧୁ ଅଲ୍ଲି ଅବାସ ଜଫର ଦୁବାଇରେ ସାହିଦ କପୁରଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଯେଉଁଥିପାଇଁ ବିବାହରେ ସେ ସାମିଲ ହେବା ଆଶା କମ୍ ।

ଖାସ୍ କଥା ହେଉଛି ଏହି କପଲ୍ ବାହାଘର ପାଇଁ ରାଜସ୍ଥାନ ଆସିବା ପୂର୍ବରୁ ମୁମ୍ବାଇରେ କୋର୍ଟ ମ୍ୟାରେଜ୍ କରିବେ।

 

କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ତପସ୍ୱିନୀ, ସଖୀ ସୁରକ୍ଷା କେନ୍ଦ୍ରକୁ ନଯାଇ ପୁଣି ବସିଲେ ଧାରଣାରେ

ବ୍ରହ୍ମପୁର: ଶ୍ୱଶୁର ଘର ଆଗରୁ ଉଠିବେ, ସଖୀ ସୁରକ୍ଷା କେନ୍ଦ୍ରରେ ରହିବେ ତପସ୍ୱିନୀ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । ହେଲେ କୋର୍ଟଙ୍କ ଏହି ନିର୍ଦ୍ଦେଶର ଅବମାନନା କରାଯାଇଛି । କୋର୍ଟରେ ଧସେଇ ପଶି ଡିମ୍ପଲଙ୍କୁ ଟାଣିଟାଣି ଆଣିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ରାଜରାସ୍ତାରେ ଚଲାଇ ନେବା ସହ ଅଟୋରେ ପୁଣି ଧାରଣାସ୍ଥଳକୁ ଡିମ୍ପଲଙ୍କୁ ନେଇଛନ୍ତି ପ୍ରମିଳା । ରାଜରାସ୍ତାରେ ଡିମ୍ପଲଙ୍କୁ ଟାଣିଟାଣି ନେବା ବେଳେ ସହରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି ।

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ଆସନ୍ତା ୨୯ ତାରିଖ ଯାଏଁ ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ସଖୀ ସୁରକ୍ଷା କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତପସ୍ୱିନୀଙ୍କ ସୁରକ୍ଷା ଦାୟିତ୍ୱ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ଦିଆଯାଇଛି । ପରବର୍ତ୍ତୀ ଶୁଣାଣି ଦିନ ତପସ୍ୱିନୀଙ୍କୁ ନେଇ କୋର୍ଟରେ ହାଜର କରିବ ସଖୀ ସୁରକ୍ଷା କେନ୍ଦ୍ର । ଏସଡିଜେଏମ୍ ଦାୟିତ୍ୱରେ  ଥିବା ଟ୍ରାନ୍ସପୋର୍ଟ ଜଜ୍ ସଂଗ୍ରାମ କୁମାର ମିଶ୍ର ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କୋର୍ଟରେ ହାଜର ହେଲେନି ସୁମିତ୍, ନ୍ୟାୟ ମିଳିବା ଯାଏଁ ଘର ବାହାରେ ବସି ରହିବେ କହିଲେ ଡିମ୍ପଲ

୬ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ ଓରଫ୍ ଡିମ୍ପଲ । ମାର୍ଗଶୀର ମାସ ପ୍ରଥମ ଗୁରୁବାର ମାଣ ବି ଶ୍ୱଶୁର ଘର ଆଗରେ ବସାଇଥିଲେ । ଦୁଇଦିନ ତଳେ ତପସ୍ୱିନୀ ଦାଖଲ କରିଥିବା ପିଟିସନରେ ତ୍ରୁଟି ଥିବାରୁ ଆଜି ନୂଆ ପିଟିସନ୍ ଦାଖଲ କରିଥିଲେ । ଶୁଣାଣି ବେଳେ କୋର୍ଟକୁ ଆସିନଥିଲେ ସ୍ୱାମୀ ଡାକ୍ତର ସୁମିତ୍ ସାହୁ । ଶ୍ୱଶୁର ପ୍ରମୋଦ ସାହୁ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ ।

Berhampur Bride Row Tapaswini Will Stay In Sakhi Suraksha Centre Till Next Hearing

ଗତକାଲି ତପସ୍ୱିନୀ କଥାବାର୍ତ୍ତାର ୨ଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏପରକି ମାର୍ଗଶୀର ମାସର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘରକୁ ଯିବାର ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ । ଯୁବତୀ ଜଣକ ବାହା ହେବା ପାଇଁ ଜିଦରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ୍ ଓ ତାଙ୍କ ବାପା ତପସ୍ୱିନୀଙ୍କ ସହ ବାହାଘର ହୋଇଥିବା ନେଇ ସ୍ୱୀକାର କରିଛନ୍ତି ।

ନବରଙ୍ଗପୁର ବାସୀଙ୍କୁ ମିଳିଲା BSKY ସ୍ମାର୍ଟ ହେଲ୍‌ଥ କାର୍ଡ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଦିନ ଭର୍ଚୁଆଲ ମାଧ୍ୟମରେ ଉଭୟ କୋରାପୁଟ ଓ ନବରଙ୍ଗପୁରରେ ଏହି ସେବାର ଶୁଭାରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରେ ୧୩୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ପିଇବା ପାଣି ଠାରୁ ଆରମ୍ଭ କରି ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଛି । ଗୋଟିଏ ଦିନରେ  ୪୫କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ୪୯ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଲୋକାର୍ପିତ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ବାରା ଜିଲ୍ଲାର କୋଣ ଅନୁକୋଣରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିପାରିବ ।

କୋରାପୁଟର ୧୨ ଲକ୍ଷ  ଲୋକ ଏହି ସୁବିଧା ପାଇବା ବେଳେ ନବରଙ୍ଗପୁରର ୧୧ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ରାଜ ନେତା ତଥା ପୂର୍ବତନ ମନ୍ତ୍ରୀ  ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍‌ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି।  ସେହିଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ଯାହା ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ- କୋରାପୁଟରେ ସ୍ମାର୍ଟ କାହାଣୀ: ପହଁଚିଲା BSKY, ମିଳିବ ଉନ୍ନତ ଚିକିତ୍ସା

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ କୋରାପୁଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଚ ବିଧାୟକ ଶ୍ରୀ ରଘୁରାମ ପଡଲ ପ୍ରମୁଖ ଯୋଗ ଦେଇଥିବା ବେଳେ ନବରଙ୍ଗପୁରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା,  ସାଂସଦ ରମେଶଚନ୍ଦ୍ର ମାଝୀ ଓ ବିଧାୟକ ଶ୍ରୀ ସଦାଶିବ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ

0

ନୂଆଦିଲ୍ଲୀ: ରାଜଧାନୀରେ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ । ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଥିଲେ । ଏ ନେଇ ଦିଲ୍ଲୀର ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ, ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଗତ ୨୧ ତାରିଖରେ ପରବର୍ତ୍ତୀ ନୋଟିସ ଯାଏଁ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।

ଦେଶର ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିଗୁଡିକର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ପ୍ରଦୂଷଣ ରୋକିବାକୁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା । ମାତ୍ର ଦୁଇ ସପ୍ତାହ ପରେ ବି ଏକ୍ୟୁଆଇ ସୁଧୁରୁନାହିଁ । ଦିଲ୍ଲୀର ଏକ୍ୟୁଆଇ ପୂର୍ବବତ ୩୬୮ରେ ହିଁ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଗତ ୧୮ ତାରିଖରେ ବାହାର ରାଜ୍ୟର ଟ୍ରକ, ଦିଲ୍ଲୀ ଭିତରେ ପ୍ରବେଶ କରିବା ନେଇ ସରକାର କଟକଣା ଜାରି କରିଥିଲେ ।

ନିଶା ସେବନ ମାମଲାରେ ସହରାଞ୍ଚଳ ଠାରୁ ଆଗରେ ଗ୍ରାମାଞ୍ଚଳ ମହିଳା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷ ଓ ମହିଳା ନିଶା ସହ ତମାଖୁ ସେବନ କରୁଛନ୍ତି । ଏପରିକି ମଦ୍ୟପାନ କରିବାରେ ସହରିଆଙ୍କୁ ପଛରେ ପକାଇଛନ୍ତି ଗାଁ ମହିଳା । ନିଶା ସେବନ ଓ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣରୁ ଆସିଥିବା ରିପୋର୍ଟ ଭବିଷ୍ୟତ ପିଢି ପାଇଁ ବେଶ୍ ଚିନ୍ତା ଜନକ । ପୂର୍ବରୁ ଲୋକେ ନିଶା ଖାଉଥିବା ବେଳେ ଏବେ ନିଶା ଲୋକଙ୍କୁ ଖାଇଲାଣି ।

ନିଶା ସେବନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣରୁ ମଦ୍ୟପାନକୁ ନେଇ ପ୍ରକାଶ ପାଇଛି  ଚିନ୍ତାଜନକ ରିପୋର୍ଟ । ଓଡ଼ିଶାର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି । ସହରାଞ୍ଚଳରେ ୧.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୪.୯ ପ୍ରତିଶତ ମହିଳା ନିଶା କବଜାରେ । କେବଳ ସେତିକି ନୁହେଁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ୧୫ ବର୍ଷରୁ ଅଧିକ ବୟସ ବର୍ଗର ପୁରୁଷ ମଦ୍ୟପାନ କରୁଛନ୍ତି । ୨୯ ପ୍ରତିଶତ ପୁରୁଷ ରାଜ୍ୟରେ ମଦୁଆ ହୋଇଥିବା ବେଳେ ସହରାଞ୍ଚଳର ୨୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦ ପ୍ରତିଶତ । କେବଳ ମଦ ନୁହଁ ଏନଏଫଏଚଏସର ରିପୋର୍ଟ ଅନୁସାରେ ରାଜ୍ୟରେ ତମାଖୁ ଖାଉଛନ୍ତି ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ।

ସେପଟେ ମାତ୍ରାଧିକ ନିଶା ସେବନ ଦ୍ଵାରା ସମାଜରେ ଅପରାଧ ବଢ଼ିବା ସହ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉଛି । ଏନଏଫଏଚଏସର ରିପୋର୍ଟ ଅନୁସାରେ ୧୪ ପ୍ରତିଶତ ମହିଳା ଓ ୧୭ ପ୍ରତିଶତ ପୁରୁଷ ମଧୁମେହ ନିୟନ୍ତ୍ରଣ ପାଇଁ ଔଷଧ ଉପରେ ନିର୍ଭରଶୀଳ । କେବଳ ମଧୁମେହ ନୁହେଁ ୨୨ ପ୍ରତିଶତ ମହିଳା ଓ ୨୫ ପ୍ରତିଶତ ପୁରୁଷ ରକ୍ତଚାପର ଶିକାର । ଗାଁଠୁ ସହର ପ୍ରର୍ଯ୍ୟନ୍ତ ଫାଷ୍ଟଫୁଡ ଖାଇବା ସହ ସଫ୍ଟ ଡ୍ରିଙ୍କ୍ସର ସମସ୍ତଙ୍କୁ ଅଭ୍ୟସ୍ତ କରିଛି । ଫଳସ୍ୱରୂପ ୪୦ ବର୍ଷ ପରେ ପୁରୁଷ ବିଭିନ୍ନ ରୋଗାକ୍ରାନ୍ତ ହେଉଥିବା ବେଳେ ୫୦ ବର୍ଷରେ ମହିଳା ମାନେ ରୋଗାକ୍ରାନ୍ତ ହୋଇ ପଡୁଛନ୍ତି ।

ପେନାଲ୍ଟି କର୍ଣ୍ଣର ଗୋଲରେ ଜିତିଲା ମାଲେସିଆ, ବିଜୟ ଦେଲେ ଅଖିମୁଲ୍ଲାହ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ପୁରୁଷ ଜୁନିଅର ହକି ବିଶ୍ୱକପ୍ । ଘମାଘୋଟ୍ ଲଢ଼େଇ ଭିତରେ ଦକ୍ଷିଣ ଆଫ୍ରିକାକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ମାଲେସିଆ । ୩-୪ ଗୋଲରେ ଦଳ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ୍ ଜିତିଛି । ଉଭୟ ଦଳ ୩ଟି ଲେଖାଏଁ ଗୋଲ କରି ସମାନ ସ୍ଥିତିରେ ଥିବା ବେଳେ ମାଲେସିଆ ପକ୍ଷରୁ ମ୍ୟାଚର ୫୬ ମିନିଟରେ ପେନାଲ୍ଟି କର୍ଣ୍ଣର ଗୋଲ୍ କରି ଦଳକୁ ଜିତାଇଥିଲେ ଅଧିୟାନକ ଅନୁଆର ଅଖିମୁଲ୍ଲାହ ।

Hockey Men's Junior World Cup Malaysia Beat South Africa

ମାଲେସିଆ ପକ୍ଷରୁ ମ୍ୟାଚର ୨୯ ମିନିଟରେ ଖଲିଦ ମହମ୍ମଦ ଗୋଟିଏ ଗୋଲ୍ କରିଥିବା ବେଳେ ୪୧ ମିନିଟରେ କମାରୁଦ୍ଦିନ ଦ୍ୱିତୀୟ ଗୋଲ୍ ଓ ୪୯ ମିନିଟରେ ସାମସୁଲ୍ ସମୀର ତୃତୀୟ ଗୋଲ୍ ଦେଇଥିଲେ । ସେହିଭଳି ଦକ୍ଷିଣ ଆଫ୍ରକା ପକ୍ଷରୁ ମ୍ୟାଚର ୩୪ ମିନିଟରେ ମୋର୍ଗାନ ଗଏ ପ୍ରଥମ ଗୋଲ୍, ୪୮ ଓ ୫୪ ମିନିଟରେ କାମ୍ପବେଲ ଜରେଡ ୨ଟି ଗୋଲ୍ କରିଥିଲେ ।

Hockey Men's Junior World Cup Malaysia Beat South Africa

ମାଲେସିଆ ଦଳ ଚଳିତ ବିଶ୍ୱକପରେ ୩ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି । ଆଉ ଗୋଟିଏ ମ୍ୟାଚ୍ ଡ୍ର ରହିଛି । ଅନ୍ୟପଟେ ବେଲଜିୟମ-ଚିଲେ ମଧ୍ୟରେ ମୁକାବିଲା ଜାରି ରହିଛି । ସନ୍ଧ୍ୟା ୭ଟା ୩୦ରେ ପୁଲ ବିରେ ଭାରତକୁ ଭେଟିବ ପୋଲାଣ୍ଡ । ଚଳିତ ବିଶ୍ୱକପରେ ଭାରତ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ବିଜୟ ଓ ଅନ୍ୟଟିରେ ପରାଜିତ ହୋଇଛି ।

ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ୍: ୨୯୬ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ ଅଲ୍‌ଆଉଟ, ୬୩ରନ୍‌ରେ ଭାରତ ଆଗୁଆ

କାନପୁର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲ୍ୟାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ  ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବୋଲରଙ୍କୁ ୪ଟି ୱିକେଟ ମିଳିଥିବା ବେଳେ ଦ୍ୱିତୀୟ ଦିନରେ ୬ ଜଣ ବ୍ୟାଟସମ୍ୟାନ ଆଉଟ ହୋଇଥିଲେ। ତେବେ ତୃତୀୟ ଦିନରେ ୧୧ଟି ୱିକେଟର ପତନ ଘଟିବା ଭାରତୀୟ ସ୍ପିନରଙ୍କୁ ବେଶ ଉତ୍ସାହିତ କରିଛି ।

ନ୍ୟୁଜିଲ୍ୟାଣ୍ଡ ୫ମ ଦିନରେ ବ୍ୟାଟିଂ କରିବାକୁ ଥିବାରୁ ଭାରତୀୟ ସ୍ପିନରମାନେ କ୍ୱିୱି ବ୍ୟାଟସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି। ଆଜି ନ୍ୟୁଜିଲ୍ୟାଣ୍ଡର ୧୦ ଜଣ ବ୍ୟାଟସମ୍ୟାନଙ୍କ ୱିକେଟ ଯାଇଥିବା ବେଳେ ଭାରତ ଦ୍ୱିତୀୟ ଇନିଂସରେ କେବଳ ଶୁବମନ ଗିଲ୍(୧)ଙ୍କୁ ହରାଇଛି। ଖରାପ ଆଲୁଅ ଯୋଗୁ ମ୍ୟାଚ ବନ୍ଦ ହେବା ବେଳକୁ ଚେତେଶ୍ୱର ପୂଜାରା ୯ ଓ ମୟଙ୍କ ଅଗ୍ରୱାଲ ୪ ରନ୍‌ କରି ବ୍ୟାଟିଂ କରୁଥିଲେ। କାଲି ଦିନି ତମାମ ଭାରତ ବ୍ୟାଟିଂ କରିବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ।

ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ଅଶ୍ୱିନୀ ହେଲେ ନମ୍ୱର ୧

୪୧ ହଜାର ୫୦୦ ବର୍ଷର ପୁରୁଣା ଗହଣା ଉଦ୍ଧାର, ହାତୀ ଦାନ୍ତରୁ ତିଆରି ହୋଇଥିଲା

ବାରସା: ପୋଲାଣ୍ଡର ପ୍ରତ୍ନତତ୍ତ୍ୱବିତ୍ ମାନେ ବିଶାଳ ହାତୀ ଦାନ୍ତରେ ତିଆରି ଏକ ପେଣ୍ଡେଣ୍ଟର ଅବଶେଷ ଖୋଜି ପାଇଛନ୍ତି । ଯାହା ୪୧ ହଜାର ୫୦୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ୟୁରେସିଆର ଆଧୁନିକ ମାନବ ଦ୍ୱାରା ପ୍ରସ୍ତୁତ ହେଇଥିବା ଗହଣା ମଧ୍ୟରୁ ସବୁଠୁ ପୁରାତନ ବୋଲି ପ୍ରତ୍ନତତ୍ତ୍ୱବିତ୍ ମାନେ ପ୍ରକାଶ କରିଛନ୍ତି। ଦୁଇ ଖଣ୍ଡ ହୋଇଥିବା ଏହି ପେଣ୍ଡେଣ୍ଟ  ୨୦୧୦ ମସିହାରେ ପୋଲାଣ୍ଡର ଷ୍ଟେଜନିଆ ଗୁମ୍ଫାରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ମିଳିଛି।

ନଭେମ୍ବର ୨୫ରେ ସାଇଣ୍ଟିଫିକ୍ ରିପୋର୍ଟ୍ସ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟରେ ବୖେଜ୍ଞାନିକଙ୍କ ଏକ ଟିମ୍ କହିଥିଲେ ଯେ, ରେଡ଼ିଓ କାର୍ବନ ଏକ୍ସପୋଜରରୁ ପେଣ୍ଡେଣ୍ଟଟି ୪୧ ହଜାର ୫୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି। ପେଣ୍ଡେଣ୍ଟରେ ୫୦ରୁ ଅଧିକ ପଙ୍କଚର ମାର୍କ ଏବଂ ଦୁଇଟି ଛିଦ୍ର ରହିଛି। ଆଉ ପ୍ରତ୍ୟେକ ପଙ୍କଚର ନିଜ ମଧ୍ୟରେ ଗୋଟିଏ ଗୋଟିଏ ପଶୁ କିମ୍ବା ଚନ୍ଦ୍ର କିମ୍ବା ସୂର୍ଯ୍ୟକୁ ପ୍ରତିନିଧିତ୍ୱ କରୁଛି ।

ଇଟାଲିରେ ବୋଲୋଗ୍ନା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଜଣେ ପ୍ରଫେସର ତଥା ରିସର୍ଚ୍ଚର ମୁଖ୍ୟ ବୖେଜ୍ଞାନିକ ସହରା ତାଲାମୋଙ୍କ କହିବାନୁଯାୟୀ, ଏହି ପେଣ୍ଡେଣ୍ଟଟି ହୁଏତ ଗଳାରେ ପିନ୍ଧା ଯାଉଥିଲା । କିନ୍ତୁ ଏହାକୁ ନେଇ ଠିକରେ ଦାବି କରିପାରୁନାହୁଁ ।

କୋର୍ଟରେ ହାଜର ହେଲେନି ସୁମିତ୍, ନ୍ୟାୟ ମିଳିବା ଯାଏଁ ଘର ବାହାରେ ବସି ରହିବେ କହିଲେ ଡିମ୍ପଲ

ବ୍ରହ୍ମପୁର: ତପସ୍ୱିନୀଙ୍କ ତପସ୍ୟାର ଅନ୍ତ ଘଟିବ କେବେ ? କେବେ ମିଳିବ ନ୍ୟାୟ ? କେବେ ତପସ୍ୱିନୀଙ୍କୁ ଆପଣାଇ ନେବେ ସୁମିତ୍ ? ବ୍ରହ୍ମପୁର ମହାନଗର ଦ୍ୱିତୀୟ ଲାଇନରେ ୬ ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ ଓରଫ୍ ଡିମ୍ପଲ । ବିବାହ-ବିଚ୍ଛେଦ ମାମଲା କୋର୍ଟକୁ ଯାଇଥିବା ବେଳେ ଦୁଇଦିନ ତଳେ ତପସ୍ୱିନୀ ଦାଖଲ କରିଥିବା ପିଟିସନରେ ତ୍ରୁଟି ଥିବାରୁ ଆଜି ନୂଆ ପିଟିସନ୍ ଦାଖଲ କରିଛନ୍ତି । ତେବେ ଆଜି ମଧ୍ୟ କୋର୍ଟରେ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ନିରାଶ ହୋଇଛନ୍ତି ତପସ୍ୱିନୀ ।

Berhampur Bride Row, Tapaswini Says She Will Continue Protest

ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଡିମ୍ପଲ ହାଜର ହୋଇ ପକ୍ଷ ରଖିଥିବା ବେଳେ ଆସିନଥିଲେ ଡାକ୍ତର ସ୍ୱାମୀ ସୁମିତ୍ ସାହୁ । ଶ୍ୱଶୁର ପ୍ରମୋଦ ସାହୁ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିଛନ୍ତି । ତେବେ ସୁମିତ୍ କୋର୍ଟରେ ଅନୁପସ୍ଥିତ ରହିବାରୁ ମାମଲା ଆଗକୁ ବଢ଼ି ପାରିନି । ସ୍ୱାମୀଙ୍କ ସହ ରହିବି, ସେ ଯାହା କହିବେ କରିବି ବୋଲି କୋର୍ଟରେ ନିବେଦନ କରିଛନ୍ତି ତପସ୍ୱିନୀ । ତେବେ, ଆଜି କୋର୍ଟଙ୍କ କୌଣସି ରାୟ ଆସିନଥିବାରୁ ପୂର୍ବଭଳି ଶ୍ୱଶୁର ଘରେ ଆଗରେ ବସି ରହିବେ ବୋଲି କହିଛନ୍ତି ସେ ।

Berhampur Bride Row, Tapaswini Says She Will Continue Protest

ଗତକାଲି ତପସ୍ୱିନୀ କଥାବାର୍ତ୍ତାର ୨ଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏପରକି ମାର୍ଗଶୀର ମାସର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘରକୁ ଯିବାର ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ । ଯୁବତୀ ଜଣକ ବାହା ହେବା ପାଇଁ ଜିଦରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ୍ ଓ ତାଙ୍କ ବାପା ତପସ୍ୱିନୀଙ୍କ ସହ ବାହାଘର ହୋଇଥିବା ନେଇ ସ୍ୱୀକାର କରିଛନ୍ତି ।

Berhampur Bride Row, Tapaswini Says She Will Continue Protest

ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ତପସ୍ୱିନୀ ଘରେ ଗଣ୍ଡଗୋଳ କରି ବାହାରି ଯାଇଥିଲେ ବୋଲି ସୁମିତ୍ କହିଛନ୍ତି । ତେବେ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମା ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି ବୋଲି କହିଛନ୍ତି ପରିବାର ଲୋକ ।