ପ୍ରିୟ ପୋଷା କୁକୁରର ଜନ୍ମଦିନ ପାଳି ଜେଲ୍ ଗଲେ ମାଲିକ

ଅହମ୍ମଦାବାଦ: ପ୍ରିୟ ପୋଷା କୁକୁରର ଜନ୍ମଦିନ ପାଳି ଜେଲ୍ ଗଲେ ମାଲିକ । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଜେଲ୍ ଗଲେ ମାଲିକ । ପ୍ରିୟ ପୋଷା କୁକୁର ଆବେର ଜନ୍ମଦିନ ପାଳନ ଲାଗି ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଅହମ୍ମଦାବାଦର ପଟେଲ । ଜନ୍ମଦିନ ପାର୍ଟି ନିମନ୍ତେ ଏକ ପାର୍ଟି ପ୍ଳଟ୍ ବୁକ୍ କରିବା ସହ ଗାୟକ ମଧ୍ୟ ଡକାଇଥିଲେ । ଏଥିସହିତ କିଛି ଅତିଥିଙ୍କୁ ମଧ୍ୟ ଡକାଇ କେକ୍ କାଟିବା ସହ ସେମାନଙ୍କୁ ପାର୍ଟି ଦେଇଥିଲେ । ଏବଂ ଗରଭା ମଧ୍ୟ ଖେଳିଥିଲେ । ସାରା ଦେଶ ତଥା ଗୁଜୁରାଟରେ କରୋନାର ତୃତୀୟ ପ୍ରବାହକୁ ନେଇ ଚିନ୍ତା ଜନକ ପରିସ୍ଥିତି ଉପୁଜୁଥିବା ବେଳେ ଏଭଳି ପାର୍ଟିର ଆୟୋଜନ କରିଛନ୍ତି ପଟେଲ୍ । ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୁପ ଆୟୋଜକଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟ ଯେ ସାରା ଦେଶରେ ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଗତ ୨୪ ଘଣ୍ଟାରେ ଭାରତରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ତେବେ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହି ବୈଠକରେ ସଂକ୍ରମଣ ଓ ଭୂତାଣୁକୁ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି କିଶୋରଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ସହ ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

Leave a Reply