ଚକା ଫାଟିଯିବାରୁ ଓଲଟି ପଡ଼ିଲା କାର୍: ୩ଜଣ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ତଳନଗର ନିକଟରେ ଜାଜପୁର ଜିଲ୍ଲା ଆଦିବାସି ହରିଜନ କଲ୍ୟାଣ ବିଭାଗ ଗାଡ଼ିର ବାଲେଶ୍ୱରରୁ ଯାଜପୁର ଫେରୁଥିବା ବେଳେ ଆଗ ଚକ ଫାଟି ଯିବାରୁ ଓଲଟିଲା କାର୍ । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଲୋକ ଉଦ୍ଧାର କରି ସେମାନଙ୍କୁ ପ୍ରଥମେ ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେମାନଙ୍କ ଅବସ୍ଥା ସଂକାଟପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତର ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ପୁରୁଷ ଜଣଙ୍କ ସୁରେଶ ସାହୁ । ତେବେ ସରକାରୀ ଗାଡ଼ିରେ ଦୀଘା ବୁଲିବାକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କେବିସିରେ ୨୫ଲକ୍ଷ ଟଙ୍କା ଜିତିଥିବା କହି ଫୋନ୍ କଲେ ଲୁଟେରା, ଆଉ ତା’ପରେ..

Leave a Reply