ପଞ୍ଜାବ ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିବେ କି ହରଭଜନ? ଉତ୍ତରରେ କ’ଣ କହିଲେ ହରଭଜନ ଜାଣନ୍ତୁ…

ଚଣ୍ଡିଗଡ଼: ଭାରତୀୟ ଦଳର କିମ୍ବଦନ୍ତି ସ୍ପିନ୍ନର ହରଭଜନ ସିଂ ଗତ ଡିସେମ୍ବରରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିଲେ । ହରଭଜନ କ୍ରିକେଟରୁ ସନ୍ୟାସ ନେବା ପରେ କ’ଣ କରିବେ ତାହାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ବିଗତ କିଛି ଦିନ ହେବ ହରଭଜନ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । କ୍ରିକେଟରୁ ସନ୍ୟାସ ନେବାର କିଛି ଦିନ ପୂର୍ବରୁ ହରଭଜନଙ୍କ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ଏକ ଫଟୋ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ସିଦ୍ଧୁ ଲେଖିଥିଲେ କି ’ ସମ୍ଭାବ୍ୟତାରେ ପରିପୂର୍ଣ୍ଣ ଏକ ଫଟୋ’ । ଏହି ଫଟୋ ଭାଇରାଲ ହେବା ପରେ ହରଭଜନ ରାଜନୀତିରେ ଯୋଗ ଦେବ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇ ଥିଲା ।

ହରଭଜନ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି କି ମୁଁ ଏବେ କ’ଣ କରିବି ତାହା ଉପରେ କୌଣସି ନିଷ୍ପତ୍ତି ନେଇନି । ମୁଁ ପରବର୍ତ୍ତୀ ସମୟରେ କ’ଣ କରିବା ଆବଶ୍ୟକ ତାହା ଉପରେ ଚିନ୍ତା କରିବାକୁ ପଡ଼ିବ । ମୁଁ ଆଜି ଯାହା ବି ଅଛି କେବଳ ଖେଳ ପାଇଁ । ମୁଁ ସବୁବେଳେ ଖେଳ ସହ ଜଡିତ ରହିବାକୁ ଚାହେଁ । ମୁଁ ଖେଳ ସହ ଜଡିତ ରହିବା ପାଇଁ କିଛି ନା କିଛି କରିବି । ସେ ଆଇପିଏଲ ହେଉ କି କିମ୍ବା କମେଣ୍ଟେଟର କିଛି ନା କିଛି କରିବି ବୋଲି କହିଛନ୍ତି ହରଭଜନ ସିଂ ।

ତେବେ ରାଜନୀତିକୁ ଏଣ୍ଟ୍ରି କରିବେ କି ନାହିଁ ସେହି ପ୍ରଶ୍ନରେ ହରଭଜନ କହିଛନ୍ତି କି ଠିକ୍ ସମୟ ଆସିଲା ମୁଁ ଏହା ଉପରେ ନିଷ୍ପତ୍ତି ନେବି । ତେଣୁ ରାଜନୀତିରେ ଏଣ୍ଟ୍ରି କରିବି ନା ନାହିଁ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କିଛି ସ୍ଥିର କରିନାହିଁ ବୋଲି କହିଛନ୍ତି ହରଭଜନ ସିଂ ।

Leave a Reply