ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ଓ ମୁମ୍ବାଇରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାସ୍ କରି ଦିଲ୍ଲୀ ଓ ମୁମ୍ବାଇରେ ଉପରମୁହାଁ ରହିଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀରେ କରୋନ ସଂକ୍ରମଣରେ ବ୍ରେକ ଲାଗୁନି । ଦିନକୁ ଦିନ ଦ୍ରୁତ ଗତିରେ ମାଡି ଚାଲୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୨୨ ହଜାର ୭୫୧ରୁ ମାମଲା ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟାରେ ୧୭ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ୨୩.୫୩ ପ୍ରତିଶତରେ ପହଞ୍ଚିଛି ।

ଦିଲ୍ଲୀରେ ଲଗାତର ଭାବରେ ଦୁଇ ଦିନ ଧରି କରୋନା ସଂକ୍ରମଣ ୨୦ ହଜାରରୁ ଅଧିକ ଚିହ୍ନଟ ହୋଇଛି । ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ମାମଲା ଚିହ୍ନଟ ହୋଇଥିବାବେଳେ ରବିବାର ୨୨ ହଜାର ୭୫୧ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରେସ କନଫରମେନ୍ସ କରିଥିଲେ । ଲଗାତର ଦୁଇ ଦିନ ଧରି ୨୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ନେଇ କୌଣସି ଭୟ କରିବା ଆବଶ୍ୟକ ନାହିଁ । ସେ ଆହୁରି କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଲକଡାଉନ କିମ୍ବା ସଟଡାଉନ କରିବା କୌଣସି ବିଚାର କରାଯାଇନାହିଁ ।

ସେହିପରି ମହାରାଷ୍ଟ୍ର କଥା ଯଦି କହିବା ତାହାଲେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୪ ହଜାରରୁ ଅଧିକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ କଥା ଯଦି କହିବା ତାହାଲେ ୨୪ ଘଣ୍ଟାରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୁମ୍ବାଇରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply