spot_img
Home Blog Page 4791

ଓଡ଼ିଶାକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିବା ପରେ ଓଡ଼ିଶାକୁ ପ୍ରଶଂସା କଲେ ନୀତି ଆୟୋଗ ଉପାଧ୍ୟକ୍ଷ jାଜୀବ କୁମାର । ଜାତୀୟ ହାର ତୁଳନାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଥିବାରୁ ଖୁସି ବ୍ୟକ୍ତ କଲେ । କହିଲେ ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ମୁଣ୍ଡ ପିଛା ଆୟ ଦେଶର ଆୟ ତୁଳନାରେ ବଢିଥିବାରୁ ଖୁସି ଲାଗୁଛି ।  ଏହାସହ ରାଜ୍ୟରେ ଥିବା ଭରପୁର ଖଣିଜ ପଦାର୍ଥ କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ହୋଇପାରିବ ସେନେଇ ମଧ୍ୟ  ଆଲୋଚନା କରିବେ । ଓଡିଶାର ପର୍ଯ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜୀବ କୁମାର ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ ।

ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର ।

ରାକେଶ ଟିକାୟତଙ୍କ ଫଟୋରେ ନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଅଖିଳେଶ

ଲକ୍ଷ୍ନୌ: ସରିଛି ଐତିହାସିକ କୃଷକ ଆନ୍ଦୋଳନ । ଶୂନଶାନ ଦିଲ୍ଲୀ ସୀମା । ହେଲେ ଉତ୍ତରପ୍ରଦେଶ ରାଜନୀତିରେ ଏବେ ବି ରାକେଶ ଟିକାୟତଙ୍କ ଦବଦବା ଆଗାମୀ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଅଖିଳେଶ ଯାଦବଙ୍କୁ ଟିକାୟତ ଭରସା । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପୋଷ୍ଟରରେ ସ୍ଥାନ ପାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାଏତ ।

ଅଖିଳେଶ ଓ ରାକେଶଙ୍କ ଫଟୋ ଥିବା ଅନେକ ପୋଷ୍ଟର ମିରଠ ରାଜରାସ୍ତାରେ ଲଗାଯାଇଛି । ଏଥିରେ ଲେଖାଯାଇଛି ହାର୍ ଗୟା ଅଭିମାନ, ଜିତ୍ ଗୟା କିଷାନ । ମିଶନ-2022 ଲେଖାଯାଇଥିବା ଏହି ପୋଷ୍ଟରରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ବି ସ୍ଥାନ ପାଇଛନ୍ତି ।

ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପରେ ବିଜୟ ଉତ୍ସବ ପାଳନ କରିଥିବା ମୋର୍ଚ୍ଚାର ନେତାଙ୍କ ଫଟୋ ରାଜନୈତିକ ସ୍ତରରେ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କିଷାନ ମୋର୍ଚ୍ଚା କହିଛି ଏହି ପୋଷ୍ଟର ସହ ସଂଗଠନର କିଛି ନେଣଦେଣ ନାହିଁ । ରାକେଶଙ୍କ ମିରଠରେ ଏକ କାର୍ଯ୍ୟକ୍ରମ ରହିଛି । ସେଠାକୁ ସେ ଯିବା ପୂର୍ବରୁ ପୋଷ୍ଟରରେ ତାଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମାଓବାଦୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଦାବି

ନୂଆଦିଲ୍ଲୀ: ରାଜ୍ୟରେ ମାଓ ଉପଦ୍ରବକୁ ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉ । ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ମାଧ୍ୟମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉଠାଇଛନ୍ତି ଏହି ଦାବି ।

ଗତ ସେପ୍ଟେମ୍ବର ୨୬ ତାରିଖରେ ହୋଇଥିବା ମାଓ ଉପଦ୍ରୁତ ରାଜ୍ୟଗୁଡିକର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୫ଟି ପ୍ରସ୍ତାବ ଦେଇଥିଲେ । ଏହି ସବୁ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ, ମାଓ ଉପଦ୍ରୁତ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ । ଅର୍ଥନୈତିକ ଅଭିବୃଦ୍ଧି ହିଁ, ମାଓ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସବୁ ବଳିଷ୍ଠ ମାଧ୍ୟମ ।

ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ ଜୟପୁରରୁ ମାଲକାନଗିରି ଦେଇ ମୋଟୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ର ଚାରି ଲେନ୍ ବିଶିଷ୍ଟ କରାଯାଉ । ଏହାଦ୍ବାରା ପୂର୍ବ ଭାରତରେ ଛତିଶଗଡ଼ ଝାଡଖଣ୍ଡକୁ, ଦକ୍ଷିଣ ଭାରତରେ ବେଙ୍ଗାଳୁରୁ ଓ ହାଇଦ୍ରାବାଦ ପର୍ଯ୍ୟନ୍ତ ଏକ ସମାନ୍ତରାଳ ରାସ୍ତା ଉନ୍ମୁକ୍ତ ହେବ । ସେହିଭଳି ରେଳବାଇ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜୟପୁରରୁ ନବରଙ୍ଗପୁର ଓ ଜୟପୁର ମାଲକାନଗିରି ରେଳ ଲାଇନ୍ ନିର୍ମାଣ କରାଯାଉଛି । ହେଲେ, ମାଲକାନଗିରିଠାରୁ ଭଦ୍ରାଚଳମ ଓ ନବରଙ୍ଗପୁର ଠାରୁ ଜୁନାଗଡ଼ ମଧ୍ୟରେ ରେଳ ଲାଇନ୍ ନିର୍ମାଣ ହେବାର ଆବଶ୍ୟକତା ରହିଛି । ଏହି ଦୁଇଟି ରେଳପଥ ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଟେଲିଫୋନ୍ ଯୋଗାଯୋଗର ସୁଦୃଢ଼ିକରଣ ପାଇଁ ଆଉ ପ୍ରାୟ ୨ ହଜାର ମୋବାଇଲ ଷ୍ଟେସନ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ସେହିଭଳି ମାଓ ପ୍ରଭାବିତ ଅଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ । ମାଓ ଉପଦ୍ରୁତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ନିଟ୍, ଜେଇଇ ଓ ଆଇଆଇଟିରେ ପ୍ରାଥମିକତା ଭିତ୍ତିରେ ପାଠ ପଢ଼ିବାକୁ ସୁଯୋଗ ଦିଆଯିବ ଉଚିତ୍ । ଏହି ୫ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ, ମାଓ ଉପଦ୍ରୁତ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ । ଏହା ମାଓବାଦୀଙ୍କ କାର୍ଯ୍ୟକଳାପକୁ ପ୍ରତିହତ କରିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ପ୍ରସ୍ତାବଗୁଡିକ କେନ୍ଦ୍ର ସରକାର ଗ୍ରହଣ କରିବାକୁ ସଂସଦରେ ସସ୍ମିତ ପାତ୍ର ଦାବି କରିଛନ୍ତି ।

ବନ ବିଭାଗ ଜବତ କଲା ରକ୍ତ ଚନ୍ଦନ କାଠ

ଗଜପତି: ରକ୍ତ ଚନ୍ଦନ ବାସ୍ନା ଯେମିତି ମୂଲ୍ୟବାନ ବି ସେମିତି । ନକଲି ଦୁନିଆରେ ଅସଲି ରକ୍ତଚନ୍ଦନ ପାଇବା କାଠିକର ପାଠ । ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘର ଯେମିତି ରକ୍ତ ଚନ୍ଦନ କାଠର ଡିପୋ ପାଲଟିଥିଲା ।

ପାରଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ଜି. ରାଜୁଙ୍କ ଘରୁ ବିପୁଳ ପରିମାଣରେ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ । ବିରାଟ ବିରାଟ ରକ୍ତଚନ୍ଦନ କାଠ ତାଙ୍କ ଘରୁ ବାହାରିଛି । ଏତେ ପରିମାଣର ଦୁର୍ମୂଲ୍ୟ କାଠ ଜବତ ହେବା ବନ ବିଭାଗର ବଡ଼ ସଫଳତା ବୋଲି କୁହାଯାଉଛି ।

କେଉଁଠୁ ଆସିଲା ଏହି ରକ୍ତ ଚନ୍ଦନ କାଠ ? ଜି. ରାଜୁ ଏହାର ଚୋରା ବେପାର କରୁଥିଲେ କି ? କାରବାର ପଛରେ କାହାର ରହିଛି ହାତ ? ରାଜ୍ୟ ବହାରକୁ ଚାଲାଣ ହେଉଥିଲା କି ରକ୍ତ ଚନ୍ଦନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି ବନ ବିଭାଗ ।

ଓଡ଼ିଶାରେ ନୀତି ଆୟୋଗ ଉପାଧ୍ୟକ୍ଷ, ଫୋକସ ଷ୍ଟେଟ୍‌ ମାନ୍ୟତା ଦାବି କରିବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଦିନ ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ । ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍‌ ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ ।

ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି  । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି  । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ତୁରନ୍ତ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେଇ ସ୍ବତନ୍ତ୍ର ଅର୍ଥ ଯୋଗାଇ ଦେବାକୁ ଦାବି କରିବେ ସରକାର  । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବାଦ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ଏହା ସହିତ ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।

ଦୁର୍ଘଟଣାରେ ଗଲା ୪ ଜୀବନ

ଭଦ୍ରକ/ଦେବଗଡ଼: ଦୁଇଟି ଦୁର୍ଘଟଣାରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ କୁହୁଡ଼ି ନେଇଛି ଜଣେ ବାଇକ ଆରୋହୀଙ୍କ ଜୀବନ ।

ଭଦ୍ରକ ବାସୁଦେବପୁର ସାବରଙ୍ଗ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ବାସୁଦେବପୁର ଥାନା ଏଡ଼ତାଲ ଅଞ୍ଚଳର ଦୈତାରି ବେହେରା , ପ୍ରକାଶ ଦଳେଇ ଓ ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର । ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଧାମରା ଅଞ୍ଚଳରେ ରୋଷେୟା ଓ ଅନ୍ୟ ଜଣେ ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ । ଗତକାଲି ଧାମରାରୁ ଫେରିବା ବେଳେ ଦୁଃଶାସନଙ୍କୁ ଚଣ୍ଡୀଗାଁରେ ଛାଡି ଅନ୍ୟ ଦୁଇ ଜଣ ବାସୁଦେବପୁର ଥାନା ଏଡ଼ତାଲ ଫେରିଥାନ୍ତେ । କିନ୍ତୁ ସାବରଙ୍ଗ ହାଇସ୍କୁଲ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି ।

ସେହିପରି କୁହୁଡି ଯୋଗୁଁ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିବା ଫଳରେ ଦେବଗଡ଼ ଜିଲ୍ଲା ରିଆମାଳ ଅଂଚଳର ସୁବ୍ରତ ରାଉତଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଆକଟା ବ୍ରିଜ ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ବାଇକ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ବାଇକ ଆରୋହିଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କିଆକଟା ପୋଲିସ ଶବ ଜବତ କରିବା ସହ ମୃତକଙ୍କ ପରିବାରକୁ ଖବର ଦେଇଛି।

ରାଜଧାନୀ ଜାମ, ଫସିଲା ଆମ୍ବୁଲାନ୍ସ

ଭୁବନେଶ୍ବର: ଖଣ୍ଡଗିରିରୁ ବରମୁଣ୍ଡା । ରାଜଧାନୀ ରାଜରାସ୍ତା ଜାମ୍ । ଲାଗିଲା ଗାଡିଙ୍କ ଲମ୍ବା ଲାଇନ, ଫସିଲା ଆମ୍ବୁଲାନ୍ସ ।

ଏମିତି କିଛି ଦୃଶ୍ୟ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ରାଜଧାନୀରେ । ଖୋର୍ଦ୍ଧା-ଭୁବନେଶ୍ବର ଦେଇ ଯାଉଥିବା ଜାତୀୟ ରାଜପଥରେ ଚାଲିଛି ରାସ୍ତା କାମ । ଯାହା ଯାତାୟାତରେ ସମସ୍ୟା ସୃଷ୍ଟଇ କରୁଛି । ଆଜି ଏହି କାମ ଯୋଗୁଁ ରାସ୍ତା ଜାମ ହୋଇ ଯାଇଥିଲା । ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାରେ ହଜାର ହଜାର ଗାଡ଼ିଙ୍କ ଲମ୍ବା ଲାଇନ ଲାଗିଥିଲା । ସେତିକି ନୁହେଁ, ରୋଗୀଙ୍କୁ ମଧ୍ୟ ହଇରାଣ ହେବାକୁ ପଡ଼ିଥିଲା । ଗୁରୁତର ରୋଗୀଙ୍କୁ ନେି ଯାଉଥିବା ଆମ୍ବୁଲାନ୍ସ ରାସ୍ତା ମଝିରେ ଜାମ ଭିତରେ ଫସି ଯାଇଥିଲା ।

ଖବର ପାଇ ପୋଲିସ ପହଞ୍ଚି ରାସ୍ତାକାମ ବନ୍ଦ କରିବା ସହ ଟ୍ରାଫିକ୍ କ୍ଲିୟର କରିବାକୁ ଚେଷ୍ଟା କରୁଛି ।

ସାବଧାନ ! ଟିକା ନନେଲେ ଚାକିରି ଯିବ

ନୂଆଦିଲ୍ଲୀ: କରୋନା ମହାମାରୀ ପୂରା ବିଶ୍ବକୁ କବଳିତ କରିଥିବା ବେଳେ ସବୁ ଦେଶ ଟିକା ଉପରେ ଗୁରୁତ୍ବ ଦେଉଛନ୍ତି । ଟିକା କରୋନାକୁ ହରାଇ ପାରୁନଥିଲେ ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଏହି ମହାମାରୀ ବିରୋଧରେ ଲଢିବାକୁ ଆମକୁ ସକ୍ଷମ କରୁଛି । ଏଣୁ ଟିକା ନେଇ କରୋନା ଜନିତ ମୃତ୍ୟୁମୁଖରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଆମ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ହେଲେ ଏମିତି ବି କିଛି ସ୍ଥାନ ଓ ସଂସ୍ଥା ଅଛନ୍ତି ଯେଉଁଠି ଲୋକେ ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି । ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ଦେଖନ୍ତୁ । ନିଜ କର୍ମଚାରୀଙ୍କୁ ତୁରନ୍ତ ଟିକା ନେବାକୁ ଡେଡଲାଇନ ଜଣାଇ ଦେଇଛି ସଂସ୍ଥା । ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନନେଲେ ଚାକିରି ହରାଇବାକୁ ପଡ଼ିବ ବୋଲି ଗୁଗୁଲ ପକ୍ଷରୁ ଚେତାବାନୀ ଦିଆଯାଇଛି ।

ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯଦି ଟିକା ନେଇନାହଁ ଶୀଘ୍ର ନେଇଯାଆ । ଟିକା ନିୟମ ଉଲ୍ଲଂଘନ କଲେ ହେବ ଦରମା ବନ୍ଦ । କେବଳ ଏତିକି ନୁହେଁ, ପରବର୍ତ୍ତୀ ଅବସ୍ଥାରେ ଚାକିରି ବି ହରାଇବାକୁ ପଡ଼ିପାରେ ।

ସୂଚନାଯୋଗ୍ୟ, ସବୁ କର୍ମାଚାରୀଙ୍କୁ କମ୍ପାନୀ ପକ୍ଷରୁ ଡିସେମ୍ବର 3 ଡେଡଲାଇନ ଦିଆଯାଇଥିଲା । ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜର ଟିକା ସାର୍ଟିଫିକେଟ ବା ଟିକା ନେବା ଲାଗି ଆବେଦନ ପତ୍ର, ଟିକା ନନେବାର କାରଣ ଆଦି ଅପଲୋଡ କରିବାକୁ କୁହାଯାଇଥିଲା । ପରେ ଯେଉଁମାନେ ଏହି ପ୍ରକ୍ରିୟା ଶେଷ କରିନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ଜାନୁଆରୀ 18 ସୁଦ୍ଧା ଟିକାଦାନ ନିୟମ ଅନୁସାରେ ଅପଡେଟ କରିବାକୁ କୁହାଯାଇଛି । ଏପରି ନକଲେ ସେମାନଙ୍କୁ 30 ଦିନ ଛୁଟିରେ ରହିବାକୁ ପଡିବ । ଏହାପରେ ବି ନିୟମ ନମାନିଲେ 6 ମାସ ଯାଏଁ ବିନା ଦରମାରେ ବ୍ୟକ୍ତିଗତ ଛୁଟି ନେଇ ରହିବେ । ପରେ ସେମାନଙ୍କୁ ବାହାର କରିଦିଆଯିବା ପରି ପଦକ୍ଷେପ ନିଆଯିବ ।

ଓମିକ୍ରନ ଘନୀଭୂତ ହେଉଥିବାରୁ ଚଳିତ ମାସରେ ଅଫିସ ଆସିବା ନିୟମକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ଆମେରିକାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 8 ଲକ୍ଷ ପାର୍ ହୋଇଛି । ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ପ୍ରତିନିଧି ସବା ଓ ସିନେଟରେ ନୀରବ ପ୍ରାର୍ଥନା କରାଯାଇଛି ।

ବରୀର ବିକାଶ ପାଇଁ ଏକାଠି କାମ କରିବା

0

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ସୁଜନପୁରଠାରେ ବିଜେଡି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରୀର ବିଜେଡି ନେତା ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏକ ବିଶାଳ ବାଇକ୍ ରାଲି କରାଯାଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ଯୋଗ ଦେଇ ଦଳୀୟ କର୍ମାଙ୍କୁ ଉତ୍ସାହିତ କରିଥିଲେ ।

ଆଗକୁ ଦଳ କିଭଳି ଆହୁରି ମଜବୁତ ହେବ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ ନେତାଏ । ବରୀର ବିକାଶ ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦେଖିଥିବା ସ୍ବପ୍ନ ପୂରଣ ହେବ ବୋଲି କହିଥିଲେ ଭବପ୍ରସାଦ ଦାସ ।

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । କନ୍ଧମାଳ ଜିଲ୍ଲାରେ ପାରଦ ତଳମୁହାଁ ହେବାସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଗକୁ ଆହୁରି ଥରିବ ଓଡ଼ିଶା । ରାଜ୍ୟରେ ତାପମାତ୍ରା କମିବା ଫଳରେ ଶୀତ ବଢିବାରେ ଲାଗିଛି । ଅନେକ ଅଞ୍ଚଳରେ ଭୋରରୁ ଘନ କୁହୁଡି ଦେଖିବାକୁ ମିଳୁଛି ।

ଆଜିଠୁ ଉପାନ୍ତରୁ ଉପକୂଳ ଆହୁରି କମିବ ତାପମାତ୍ରା । ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପାମାତ୍ରା କମିବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବାଲିଗୁଡ଼ା, କ. ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଅଞ୍ଚଳରେ ତାପମାତ୍ରା କମିବାରେ ଲାଗିଛି । ସହରବାସୀ ଶୀତର ମଜା ନେବା ସହ ନିଜକୁ ଫିଟ୍ ରଖିବା ପାଇଁ ସକାଳୁ ସକାଳୁ ଖେଳ ପଡ଼ିଆ ଓ ଜିମରେ ଭିଡ଼ ଜମାଉଛନ୍ତି । ଅନ୍ୟପଟେ ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପୁଇଁବାର ଦେଖିବାକୁ ମିଳିଛି ।