ଆପଣ ଯଦି ଚାଷୀ ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆପଣଙ୍କୁ କ’ଣ ଦେଲେ ?

1 min read

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ବଜେଟ୍ ଭାଷଣରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସରକାର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ସିଧାସଳଖ ଏଥର କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । ଚଳିତବର୍ଷ ୧୬୩ ଲକ୍ଷ କୃଷକଙ୍କଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଓ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଏମଏସପି ଜରିଆରେ କୃଷକଙ୍କ ଖାତାକୁ ସରକାର ୨ ଲକ୍ଷ ୩୭ ହଜାର କୋଟି ଟଙ୍କା ପଠାଇଛନ୍ତି । ଏହାସହିତ କୀଟନାଶକ ମୁକ୍ତ ଫସଲକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

କୃଷି ସମ୍ପର୍କିତ ବଡ଼ ଘୋଷଣା
• କୃଷକଙ୍କୁ ଡିଜିଟାଲ ଓ ହାଇଟେକ୍ କରିବା ପାଇଁ ପିପିପି ମୋଡରେ ନୂଆ ଯୋଜନା ଆରମ୍ଭ ହେବ । ଯେଉଁ କୃଷକ ପବ୍ଲିକ ସେକ୍ଟର ରିସର୍ଚ୍ଚ ସହିତ ଜଡ଼ିତ ଅଛନ୍ତି ସେମାନଙ୍କୁ ଲାଭ ମିଳିବ  ।
• କୃଷକଙ୍କୁ ଡିଜିଟାଲ ଓ ହାଇଟେକ୍ କରିବା ପାଇଁ ପିପିପି ମଡେଲରେ ଯୋଜନା ଆରମ୍ଭ ହେବ  ।
• ଜିରୋ ବଜେଟ୍ ଚାଷ ଓ ଅର୍ଗାନିକ୍ ଚାଷ, ଆଧୁନିକ କୃଷି ଉପରେ ଗୁରୁତ୍ୱ ଦିଆଯିବ।
• କେନ୍-ବେତାବ ନଦୀ ସଂଯୋଗୀକରଣ ଯୋଜନାର ଘୋଷଣା । ଏହି ଯୋଜନା ପାଇଁ ୪୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ୯୦ ହଜାର କୃଷକ ଲାଭାନ୍ୱିତ ହେବେ ।
• ଫସଲ ମୂଲ୍ୟାଙ୍କନ,ଭୂମି ରେକର୍ଡ୍ କିଟନାଶକ ସିଞ୍ଚନ ପାଇଁ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହନ ।
• ନାବାର୍ଡ୍ ମାଧ୍ୟରେ କୃଷକଙ୍କ ପାଇଁ ପାଣ୍ଠିର ସୁବିଧା ।
• ଷ୍ଟାର୍ଟ୍ ଅପ୍ ଏଫପିଓକୁ ସାହାଯ୍ୟ କରି କୃଷକଙ୍କୁ ହାଇଟେକ୍ କରାଯିବ ।
• କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରାଯିବ ।
• ସମ୍ପୂର୍ଣ୍ଣ ଦେଶରେ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ ।

୨୦୨୧ରେ ବଜେଟରେ କୃଷକଙ୍କୁ କ’ଣ ମିଳିଥିଲା ?
୨୧-୨୨ ବଜେଟରେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗକୁ ୧ ଲକ୍ଷ  ୨୩ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା । ଏହାଛଡା କୃଷି ଅନୁସଂଧାନ ଓ ଶିକ୍ଷା କ୍ଷେତ୍ରକୁ ୮ ହଜାର ୫୧୪ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା ।
ଏହି ତିନି କ୍ଷେତ୍ରରେ ଖର୍ଚ୍ଚ ହୁଏ ୭୬ ପ୍ରତିଶତ ଅର୍ଥ
୧. ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି : ୬୫ ହଜାର କୋଟି ଟଙ୍କା(୪୯ ପ୍ରତିଶତ)
୨. ଋଣ ସୁଧ ସବସିଡି : ୧୯ ହଜାର ୪୬୮ କୋଟି (୧୫ ପ୍ରତିଶତ)
୩. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା : ୧୬ ହଜାର କୋଟି ଟଙ୍କା

Leave a Reply