ରାଜ୍ୟରେ କମୁଛି ସଂକ୍ରମଣ, ଆଉ କିଛି ଦିନରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଭାବରେ କରୋନା ସଂକ୍ରମଣ ହ୍ରାସ ପାଉଛି । କିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଯେଉଁ ଆକ୍ଟିଭିଟ ରହିଛି ତାକୁ ମାନିଲେ ଏହି ଟ୍ରେଣ୍ଡ ଜାରି ରହିବ । ବହୁତ କମ୍ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ ଆହୁରି କହିଛନ୍ତି ଯେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିୟମ କହୁଛି ଭିଡ଼ କରିବା ନାହିଁ କି ଭିଡ଼ କୁ ଯିବା ନାହିଁ । ପାଣ୍ଡେମିକ ରୁଲ କହୁଛି ଧୀରେ ଧୀରେ କଟକଣା କୋହଳ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ପରେ ପୁଣି ସ୍କୁଲ ପାଇଁ ସରକାର ନିଷ୍ପତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

 

Leave a Reply