Budget 2022: ମୋବାଇଲ ଚାର୍ଜରରୁ କପଡ଼ା ଶସ୍ତା ହେଲା ଏସବୁ…

1 min read
Budget 2022 What becomes cheaper, what's costlier

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୨-୨୩ । ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ନିର୍ମଳାଙ୍କ ଘୋଷଣା ଏସବୁ ସମାଗ୍ରୀ ଦର ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।

ବଜେଟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଶସ୍ତା ନେଇ ଘୋଷଣା କରାଯାଇଛି । ମୋବାଇଲ୍ ଚାର୍ଜର, କ୍ୟାମେରା ଶସ୍ତା ହେବ । ଗହଣା କିଣିବାକୁ ଥିବା ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି । କାରଣ ଗହଣା ଅଳଙ୍କାର ଶସ୍ତା ନେଇ ବଜେଟରେ ଘୋଷଣା ହୋଇଛି ।

ଶସ୍ତା ସାମଗ୍ରୀ

ବିଦେଶରୁ ଆମଦାନୀ ହେଉଥିବା ମେସିନ୍

କପଡ଼ା ଓ ଚମଡ଼ା ତିଆରି ଜିନିଷ

ଚାଷ କାର୍ଯ୍ୟରେ ବ୍ୟବହୃତ ଉପକରଣ

ମୋବାଇଲ୍ ଚାର୍ଜର

ଜୋତା ଓ ଚପଲ

ହୀରା ଗହଣା

ପ୍ୟାକେଜିଂ ଡବା

ମହଙ୍ଗା ସାମଗ୍ରୀ

ଛତା

କ୍ୟାପିଟାଲ ଗୁଡ୍ସ

ଇମିଟେସନ୍ ଜୁଏଲାରୀ

Leave a Reply