ଟାବଲେଟରୁ ତଥ୍ୟ ଦେଲେ ନିର୍ମଳା, ମହାଭାରତରୁ ବଜେଟ୍ ଭାଷଣ

ନୂଆଦିଲ୍ଲୀ:  ସଂସଦରେ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ୬୨ ବର୍ଷର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ  । ଏହା ଭାରତୀୟ ବଜେଟରେ ଦ୍ୱିତୀୟ ଥର ପାଇଁ ଥିଲା ପେପର ଲେସ ବଜେଟ  । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପ୍ରଥମ ଥର ପାଇଁ ୨୦୨୧ ମସିହାରେ ପ୍ରଥମ ଡିଜିଟାଲ ବଜେଟ ଉପସ୍ଥାପନୀ କରିଥିବାବେଳେ ଏହା ଥିଲା ଦ୍ୱିତୀୟ ପେପରଲେସ ବଜେଟ  । ସଂସଦରେ ବାଚସ୍ପତି ଓମ ବିର୍ଲା ଅନୁମତି ଦେବା ପରେ ନିଜ ଆସନରେ ଠିଆ ହୋଇଥିଲେ ନିର୍ମଳା ସିତାରମଣ  । ମାଇକ ପାଖରେ ରଖିଥିଲେ ଏକ ଟାବଲେଟ  । ଏବଂ ଉକ୍ତ ଟାବଲେଟ ଜରିଆରେ ୯୦ ମିନିଟର ଅଭିଭାଷଣ ପ୍ରଦାନ କରିଥିଲେ ଅର୍ଥମନ୍ତ୍ରୀ  ।

ମହର୍ଷି ବ୍ୟାସଦେବଙ୍କ ରଚିତ ମହାଭାରତ ଗ୍ରନ୍ଥରୁ ନିର୍ମଳାଙ୍କ ଭାଷଣ ଆରମ୍ଭ ହୋଇଥିଲା  । ଶାନ୍ତି ପର୍ବର ଶ୍ଲୋକ ଗାନ କରିଥିଲେ ନିର୍ମଳା  । ଶାନ୍ତି ଅଧ୍ୟାୟ ୭୨ର ୧୧ତମ ଶ୍ଲୋକକୁ ଗାନ କରିଥିଲେ  । ଏବଂ କହିଥିଲେ ଦେଶର ରାଜା ପ୍ରଜାଙ୍କୁ ଯୋଗ୍ୟ କରିବା ପାଇଁ ଅର୍ଥାତ ପ୍ରଜାର କଲ୍ୟାଣ ପାଇଁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ  ।  ପରେ ବଜେଟ ଅଭିଭାଷଣ ରଖିଥିଲେ  । ପ୍ରଥମରୁ ବାଚସ୍ପତି ଓମ ବିର୍ଲା ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ  । କହିଥିଲେ ଦ୍ୱିତୀୟ ଥର ପାଇଁ ନିର୍ମଳା ସିତାରମଣ ସଂସଦରେ ପେପରଲେସ୍ ବଜେଟ ଉପସ୍ଥାପନା କରୁଛନ୍ତି  । ଆପଣ ଡିଜିଟାଲ ବଜେଟ ପଢୁଛନ୍ତି  । ଏହା ଶୁଣି ସଂସଦରେ ଉପସ୍ଥିତ ସଦସ୍ୟ ନିର୍ମଳାଙ୍କୁ ପ୍ରୋତ୍ସାହିତ କରି ତାଳି ମାରିଥିଲେ  ।

Leave a Reply