୨୦୨୪ ସୁଦ୍ଧା ଭାରତରେ ମିଶିବ POK: କପିଲ ପାଟିଲ୍

1 min read

ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଭାରତରେ ମିଶିବ ପାକିସ୍ତାନ ଅଧିକୃତ କାଶ୍ମୀର । ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ । ସେହିପରି କପିଲ ପାଟିଲ୍ ବିକାଶ ପାଇଁ ଉଚିତ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟମନ୍ତ୍ରୀ କପିଲ୍ ପାଟିଲ ଶନିବାର ମହାରାଷ୍ଟ୍ରର ଥାନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କପିଲ୍ ପାଟିଲ କହିଛନ୍ତି ଯେ ମୋଦି କେବଳ ଆଳୁ ଏବଂ ପିଆଜର ମୂଲ୍ୟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଲୋକମାନେ ଏହି ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି କପିଲ୍ ପାଟିଲ । ବଜାରରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ହୋଇଗଲେ ଲୋକମାନେ ଅଭିଯୋଗ କରନ୍ତି କିନ୍ତୁ ସେମାନେ ୭୦୦ ଟଙ୍କାରେ ମଟନ ଓ ୫୦୦-୬୦୦ ଟଙ୍କାରେ ପିଜ୍ଜା କିଣିବାକୁ ସକ୍ଷମ ହୋଇଥାନ୍ତି ।

ସେ ଆହୁରି କହିଛନ୍ତି କି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଚାହିଁଲେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତରେ ମିଶିପାରିବ । କାହିଁକି ନା ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନାଗରିକ ସଂଶୋଧନ ଅଧିନିୟମ (CAA), ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-A ଉଚ୍ଛେଦ କରି ସାହାସିକତା ନିଷ୍ପତ୍ତି ନେଇଛନ୍ତି । ତେଣୁ ୨୦୨୪ ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଏକ ଅଂଶ ହୋଇଯିବ ବୋଲି କହିଛନ୍ତି କପିଲ୍ ପାଟିଲ୍ ।

Leave a Reply