ବଜେଟ ଭାଷଣ ଆରମ୍ଭରେ LIC ଆଇପିଓ କଥା ଉଲ୍ଲେଖ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କହିଲେ…

1 min read

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ LICର ଆଇପିଓକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଛି । ତେବେ ଖୁବଶୀଘ୍ର LIC ଆଇପିଓ ଆସିବ ବୋଲି ଆଜି ବଜେଟ ଅଭିଭାଷଣରେ କହିଥିଲେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ମନ୍ତବ୍ୟ ଦର୍ଶାଉଛି ଯେ ଚଳିତ ଆର୍ଥିକ ବର୍ଷରେ LIC ଆଇପିଓ ଆଣିବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ LIC ଆଇପିଓ ଖୁବଶୀଘ୍ର ଆଣିବାକୁ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର ଆହୁରି ଅନେକ ଆଇପିଓ ଆଣିବେ ବୋଲି କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ LIC ଆଇପିଓକୁ ଘୋଷଣା କରିବା ପୂର୍ବରୁ DIPAM ସଚିବ ତୁହିନ୍ କାନ୍ତ ପାଣ୍ଡେ LIC ଆଇପିଓକୁ ନେଇ ସୂଚନା ଦେଇସାରିଛନ୍ତି । ସେ କହିଛନ୍ତି କି ଏହି ଆଇପିଓକୁ ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ର ସରକାର ଶେୟାର ମାର୍କେଟରେ ଲିଷ୍ଟ କରିବେ । ସରକାର LIC ଆଇପିଓରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି  ବୋଲି କହିଛନ୍ତି ତୁହିନ୍ କାନ୍ତ ପାଣ୍ଡେ ।

LIC ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ହେବ । ନିକଟରେ Paytm ୧୮ ହଜାର ୩୦୦ କୋଟିର ଆଇପିଓ ଆଣିଥିଲା । ଯାହା ଭାରତ ଇତିହାସରେ ସବୁଠାରୁ ବଡ଼ ଆଇପିଓ ଥିଲା । ଏହା ପୂର୍ବରୁ କୋଲ ଇଣ୍ଡିଆ ୧୫ ହଜାର କୋଟିର ଆଇପିଓ ଆଣିଥିଲା ।

Leave a Reply