ନିର୍ମଳା ରଖୁଛନ୍ତି ଅଭିଭାଷଣ: ୩ ବର୍ଷରେ ନିର୍ମାଣ ହେବ ୪୦୦ ବନ୍ଦେ ଭାରତ ଟ୍ରେନ୍

1 min read

ନୂଆଦିଲ୍ଲୀ: ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ବଜେଟ ଆଗତ ପୂର୍ବରୁ ଅଭିଭାଷଣ ରଖୁଛନ୍ତି ନିର୍ମଳା  ।  କରୋନା ମହାମାରୀ ସ୍ୱତେ ଭାରତୀୟ ଅର୍ଥନିତୀରେ ଅଗ୍ରଗତି ଘଟିଛ  । ଜାତୀୟ ଅର୍ଥନିତୀରେ କେବଳ ଅଗ୍ରଗତି ଘଟିନାହିଁ ବଂର ଦ୍ରୁତ ଅଭିବୃଦ୍ଧି ଘଟିଥିବା କହିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ରରେ ସଂସ୍କାର ଏବଂ କୃଷକଙ୍କ ଆୟବୃଦ୍ଧି ପାଇଁ ସରକାର ଆଣିଛନ୍ତି ବିଭିନ୍ନ ନୂତନ ପଦ୍ଧତି  । କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟବସ୍ଥା ପ୍ରଦାନ କରିବେ  ।  ଜୈବିକ କୃଷି  ଉପରେ ସରକାର ଦେଇଛନ୍ତି ପ୍ରାଧାନ୍ୟ  । ଦେଶର ୫ଟି ବୃହତ ନଦୀକୁ ଏକତ୍ରୀକରଣ କରାଯିବ  । ସେହିପରି ଗତିଶକ୍ତି ଯୋଜନା ମାଧ୍ୟମରେ  ୧୦୦ଟି କାର୍ଗୋ କାରଖାନା ନିର୍ମାଣ କରାଯିବ  । କେନ୍ଦ୍ର ସରକାର ୮ଟି ନୂତନ ମୁଦ୍ରା ଛପାଇବା ପାଇଁ ଯାଉଛନ୍ତି  ।

ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ  । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ  । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ୧୬ଲକ୍ଷ ନୂଆ ଚାକିରି ସୃଷ୍ଟି କରାଯିବ  । ଜମିଜମାର ଡିଜିଟାଲାଇଜେସନ୍ ହେବ  । ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ  । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ  । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ  । ୨୫ ହଜାର କିଲୋମିଟର ପର୍ଯ୍ୟନ୍ତ ବଢିବ ଜାତୀୟ ରାଜପଥର ଦୈର୍ଘ୍ୟ  । ମହାମାରୀ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ  ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।

ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି ଅଭିନବ ବ୍ଲୁ ପ୍ରିଣ୍ଡ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟରେ  ୮୦ ଲକ୍ଷ ନୂତନ ଆବାସ ନିର୍ମାଣ କରାଯିବ  ।  ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ  ଅଙ୍ଗନୱାଡି ଭାବେ ବିକଶିତ କରାଯିବ  । ୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ  । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିବେ  ।  ଗତି ଶକ୍ତି ଯୋଜନାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ  । ମେଟ୍ରୋ ସିଷ୍ଟମ୍ ନିର୍ମାଣ ପାଇଁ ନୂଆ ଉପାୟ ବିକଶିତ ହେବ । ଦେଶରେ ଥିବା ସମସ୍ତ ଡାକ ଘରେ ATM ସୁବିଧା ଉପଲବ୍ଧ କରାଯିବ  । ଡାକ ଘରେ ବ୍ୟାଙ୍କର ସୁବିଧା ମିଳିବ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଏବଂ ଉନ୍ନତି ଆଣିବା ପାଇଁ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ଯା ଯୋଜନାରେ ଯୋଡାଯିବ  ।

ଚଳିତବର୍ଷ ଆସିବ ବ୍ୟାଟେରୀ ଅଦଳ ବଦଳ ନୀତି  । ଦେଶରେ ନୂତନ ଇଲେକ୍ଟ୍ରିକ ଗାଡି ଲଞ୍ଚ ହୋଇଥିବାବେଳେ, EV ଗାଡି ପାଇଁ ଚାର୍ଜିଂ ଷ୍ଟେଶନର ଅଭାବ ରହିଛି  । ଏହାର ପଛରେ ଥିବା ପ୍ରମୁଖ କାରଣ ହେଉଛି ସ୍ଥାନାଭାବ  । ତେଣୁ ବ୍ୟାଟେରି ଅଦଳ ବଦଳ ନୀତି ଆସିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ  । କୃଷକ ଡ୍ରୋନ୍ : ଚାଷକାର୍ଯ୍ୟରେ ସାହାଯ୍ୟ କରିବ ଡ୍ରୋନ୍  । ଚାଷରେ ମଧ୍ୟ ନୂଆ ଟେକନିକ୍ ବ୍ୟବହୃତ ହେବ  । ଡ୍ରୋନ୍ ଦ୍ୱାରା ଜମି ପଟ୍ଟା,ଫସଲ ମୂଲ୍ୟାଙ୍କନ ଓ କିଟନାଶକ ପ୍ରୟୋଗ ହେବ  । ୨୦୨୨-୨୩ରେ ଉତ୍ତର-ପୂର୍ବ ଭାରତ ପାଇଁ ବିକାଶ ଯୋଜନା ଆରମ୍ଭ ହେବ  । ୨୦୨୨-୨୩ରେ ପିଏମ୍ ଆବାସ ଯୋଜନା ଅନ୍ତର୍ଗତରେ ୮୦ ଲକ୍ଷ ଘର ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି  । ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ କମ୍ପାନୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି  ।

 

 

Leave a Reply