spot_img
Home Blog Page 4774

ବ୍ରିଟେନରେ ଗୋଟିଏ ଦିନରେ ୧୦ ହଜାର ଓମିକ୍ରନ ସଂକ୍ରମିତ ଚିହ୍ନଟ: ଫେରିପାରେ ଲକଡାଉନ୍

ଲଣ୍ଡନ: କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଗୁତୁତର ସହ ନନେବା ବଡ଼ ଭୁଲ ହୋଇପାରେ ।  ଖବର ଲେଖା ହେବା ବେଳକୁ ଭାରତରେ ଓମିକ୍ରମ ମାମଲା ମାତ୍ର ୧୪୩ ରହିଛି । କିନ୍ତୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ଦ୍ରୁତଗତିରେ ବଢ଼ିବା ଆଶଙ୍କାକୁ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଭାରତରେ ଓମିକ୍ରନ ପ୍ରାରମ୍ଭିକ ସ୍ଥିତିରେ ରହିଥିବା ବେଳେ, ଆମ ଆଗରେ ବ୍ରିଟେନ ଭଳି ଦେଶର ଉଦାହରଣ ରହିଛି । ବିଶ୍ୱରେ ସର୍ବପ୍ରଥମେ ଟିକାକରଣ ଆରମ୍ଭ କରିଥିବା ତଥା କରୋନା କଟକଣାକୁ ସର୍ବପ୍ରଥମେ ଉଚ୍ଛଦେ କରିଥିବା ବ୍ରିଟେନ୍ ପୁଣି ପୂର୍ବସ୍ଥିତିକୁ ଫେରିପାରେ ।

ପ୍ରଥମ ପ୍ରବାହ ସମୟରେ ଇଟାଲୀରେ ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ।  ତେବେ ବ୍ରିଟେନରେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁବରଣ କରିବା ଭଳି ମାମଲା କମ୍ ଥିଲା । ଶନିବାର ଏଠାରେ ଓମିକ୍ରନ ମାମଲାକୁ ମିଶାଇ ଦୈନିକ କରୋନା ସଂକ୍ରମଣ ୯୦ହଜାର ୪୧୮ ରେ ପହଞ୍ଚିଛି । ଏଯାବତ୍  ମୋଟ ୨୫ ହଜାର ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇସାରିଛି । ଶନିବାର ସ୍ୱାସ୍ଥ୍ୟଅଧିକାରୀଙ୍କ କହିବା ହେଲା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନର ୧୦ ହଜାର ମାମଲା ସାମ୍ନାକୁ ଆସିଛି ।

ଓମିକ୍ରନକୁ ହାଲୁକା ଭାବେ ନେବା ଅନୁଚିତ । ଏହା ସାଧାରଣ ଥଣ୍ଡା ରୋଗ ନୁହେଁ । ଓମ୍ରିକନ୍ ଯୋଗୁଁ ଲୋକେ ଅସୁସ୍ଥ ହେବା ସହ ହସ୍ପିଟାଲରେ ଭର୍ତ୍ତି ହେଲା ଭଳି ପରିସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ବୁସ୍ ବାଇ ଲି ଫୋବର୍ସ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଣୁ ଖୀଷ୍ଟମାସ୍ ଏବଂ ନୂଆବର୍ଷ ଭଳି ପର୍ବରେ ଲକ୍‌ଡାଉନ୍ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ବୁସ୍ ବାଇ ଲି ।

ଫିଲିପାଇନ୍ସରେ ରାୟର ତାଣ୍ଡବ, ୮୦ରୁ ଅଧିକ ମୃତ

ମନିଲା: ଫିଲିପାଇନ୍ସରେ ସାଇକ୍ଲୋନ ରାୟ’ର ତାଣ୍ଡବ । ବାତ୍ୟା ରାୟ ଆସିବା ଫଳରେ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ବାତ୍ୟା ଫଳରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଅନେକ ଲୋକ ଏବେବି ନିଖୋଜ ଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁନି । ହଜାର ହଜାର ଲୋକ ବେଘର ହୋଇଯାଇଛନ୍ତି । ବାତ୍ୟା ରାୟର ପ୍ରକୋପ ଏତେ ଥିଲା ଯେ ଅନେକ ଘରର ଛପର ଉଡି ଯାଇଥିବାବେଳେ ଶହ ଶହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଯାହାଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ।

 

ବାତ୍ୟା ରାୟ ଆସିବା ପୂର୍ବରୁ ତିନି ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ବ୍ୟାଙ୍କ ସେବା ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏଭଳି କି ଅନେକ ସ୍ଥାନରେ ହସ୍ପିଟାଲ ମଧ୍ୟ ବନ୍ଦ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ସହ ପୋଲିସ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଏହି ବାତ୍ୟାରେ ୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ଘଣ୍ଟା ପ୍ରତି ପ୍ରାୟ ୨୭୦ କିଲୋମିଟର ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫିଲିପାଇନ୍ସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ରାୟ । ଲୋକଙ୍କ ପାଖରେ କିଭଳି ଜରୁରୀକାଳୀନ ସେବା ପହଞ୍ଚି ପାରିବ ତାହା ଉପରେ ସରକାର ଧ୍ୟାନ ଦେଇଛନ୍ତି  ।

ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ଲେଖିବ ଓଡ଼ିଶା । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡରେ ମାଗଣା ସ୍ୱାସ୍ଥ୍ୟସେବା ପରେ ନବୀନ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।

 CM Naveen Patnaik To Launch Mukhyamanti Bayu Swasthya Seva
FILE PIC

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀ ଏହି ବାୟୁ ସ୍ୱାସ୍ଥ୍ୟସେବା ପାଇବେ । ମାଲକାନଗିରି, ନବରଙ୍ଗଗପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

ଭୌଗଳିକ ଭାବେ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ସୁବିଧା ନଥିବାରୁ ଏହା ବେଶ୍ ସହାୟକ ହେବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମିଳିବ ମୁକ୍ତି ।

ରାଜସ୍ଥାନରେ ଖସିଲା ପାରଦ, ମରୁଭୂମିରେ ପଡ଼ିଲା ବରଫ

ଜୟପୁର: ଉତ୍ତର ଭାରତରେ ଜାରି ରହିଛି ହାଡ ଭଙ୍ଗା ଶୀତ । ହାଡ ଭଙ୍ଗା ଶୀତ ଫଳରେ ମରୁଭୂମିରେ ବରଫ ପଡ଼ିଛି । ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ଭୟଙ୍କର ଶୀତ ପ୍ରବାହ ଜାରି ରହିଛି । ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୩ ରେକର୍ଡ କରାଯାଇଛି । ଯାହା ଫଳରେ ରାଜସ୍ଥାନର ମରୁଭୂମିରେ ପଡ଼ିଛି ବରଫର ଚାଦର ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ବଢ଼ିବା ବୋଲି କହୁଯାଇଛି । ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶର ବହୁ ଅଞ୍ଚଳରେ ତୁଷାରପାତ ହେଉଥିବାର ନଜର ଆସିଛି । କାଶ୍ମୀରରେ ଯେପରି ବରଫପାତ ହୁଏ ସେହିପରି ଭାବରେ ରାଜସ୍ଥାନର ଫତେହପୁର, ଶେଖାବଟୀରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଛି । ରାଜସ୍ଥାନର ଚାଷଜମିଠାରୁ ଆରମ୍ଭ କରି ଗଛ ପର୍ଯ୍ୟନ୍ତ ସବୁଠାରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଛି । ରାଜସ୍ଥାନର ଫତେହପୁରରେ ୧୦ ବର୍ଷରେ ପ୍ରଥମ ଥର ପାଇଁ ରାତିର ତାପମାତ୍ରା ବିଯୁକ୍ତ ୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜସ୍ଥାନର ଶେଖାବଟୀରେ ଗରମ ଦିନରେ ଅଧିକ ଗରମ ଏବଂ ଶୀତ ଦିନରେ ଅଧିକ ଶୀତ ଅନୁଭବ ହୁଏ । ଅନ୍ୟପଟେ ଉତ୍ତର ଦିଗରୁ ଆସୁଥିବା କୋହଲା ପବନ ଯୋଗୁଁ ରାଜସ୍ଥାନର ଅନେକ ଅଞ୍ଚଳରେ ଶୀତ ବଢ଼ିଛି। ଡିସେମ୍ବର ୧୮ରେ ରାଜସ୍ଥାନର ଚୁରୁ, ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା -୧.୧ ରେକର୍ଡ କରାଯାଇଛି। ଯେଉଁଠି ଗ୍ରୀଷ୍ଣରେ ତାପମାତ୍ରା ୫୦ଡିଗ୍ରୀ ଟପିଯାଏ । ଚୁରୁ, ମାଉଣ୍ଟଆବୁ, ଜୈସଲମର୍ ଭଳି ରାଜସ୍ଥାନର ୧୨ ଜିଲ୍ଲାରେ ତାପମାତ୍ରା ମାଇନସ୍ ୧ ଡିଗ୍ରୀ ତଳକୁ ଖସି ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଏଠାରେ ରାତିର ତାପମାତ୍ରା ଆହୁରି ୧ ଡିଗ୍ରୀ ତଳକୁ ଖସି ଆସୁଛି।

 

ଆସନ୍ତାକାଲି ରାଜ୍ୟର ଦୀର୍ଘତମ ‘ଟି’ ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ଏଣିକି କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କୀ ଓ ଖୋର୍ଦ୍ଧାକୁ ଆହୁରି ସୁଗମ ହେବ ଯାତାୟାତ । ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ `ଟି ସେତୁ’ । ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik To Inaugurate Odisha's Longest T Bridge Tomorrow

୧୩୧ କୋଟି ଟଙ୍କା ବ୍ୟୟରେ ଏହି ଦୀର୍ଘତମ ସେତୁର ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହାଦ୍ୱାରା କଟକ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର ଜନସାଧାରଣ ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ । ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀ ମଧ୍ୟରେ ୩ କିଲୋମିଟର ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ।

CM Naveen Patnaik To Inaugurate Odisha's Longest T Bridge Tomorrow

ପରେ ବର୍ଷା ଦିନେ ଭାସି ଯାଉଥିଲା ମାଟି ରାସ୍ତା । ଏଣୁ ସେତୁ ନିର୍ମାଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ଜନସାଧାରଣ । ଏବେ ଆଶା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

ବର୍ଜ୍ୟ ସଂଗ୍ରହ ସମୟରେ ଘରେ ଆଗରେ କାହିଁକି ଷ୍ଟିକର ଲଗାଉଛି ବିଏମସି ?

ଭୁବନେଶ୍ୱର: ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଆଉ ପାଦେ ଆଗରେ ବିଏମସି । ରାଜଧାନୀବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ହାତକୁ ନିଆଗଲା ଆଉ ଏକ ନିଆରା ପଦକ୍ଷେପ । ଘର ଘର ବୁଲି ଦୈନିକ ଦୁଇଥର ସଂଗ୍ରହ କରାଯାଉଛି ବର୍ଜ୍ୟବସ୍ତୁ । ସଫେଇବାଲା ଓ ସଫେଇ ଗାଡ଼ିରେ ସଂଗ୍ରହ କରାଯାଉଛି ଅଳିଆ । ଲୋକଙ୍କୁ ସଚେତନ କରିବାକୁ ନିୟୋଜିତ ଅଛନ୍ତି ସ୍ୱଚ୍ଛ ସାଥି । ସେପଟେ MCC ଓ MRFରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଓ ପରିଚାଳନାରେ ନିୟୋଜିତ ଅଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ।

BMC Putting Different Stickers In Households Know Why

ଦୀର୍ଘଦିନ ଧରି ଲୋକଙ୍କୁ ସଚେତନ କରିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ସଫେଇ ବାଲା ବା ସଫେଇ ଗାଡ଼ିରେ ଦେଉଥିବା ବ୍ୟକ୍ତିଙ୍କୁ ସବୁଜ ଷ୍ଟିକର, ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ବିନା ପୃଥକୀକରଣରେ ବର୍ଜ୍ୟ ଦେଉଛନ୍ତି ସେମାନଙ୍କୁ କମଳା ରଙ୍ଗର ଷ୍ଟିକର ଏବଂ ସଫେଇଗାଡି ଓ ସଫେଇବାଲା ଘର ପାଖକୁ ଯାଇ ବର୍ଜ୍ୟ ସଂଗ୍ରହ କରୁଥିଲେ ହେଁ ସେଗୁଡିକୁ ବାହାରେ ପକାଉଥିବା ବ୍ୟକ୍ତିଙ୍କୁ ଲାଲ ଷ୍ଟିକର ଦିଆଯାଇ ଚିହ୍ନଟ କରାଯିବ ।

BMC Putting Different Stickers In Households Know Why

ଆଜିଠାରୁ ବିଏମସିର ଉତ୍ତର, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଜୋନରେ ଷ୍ଟିକର ଲଗାଇବା ଅଭିଯାନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି । ଏହାଦ୍ୱାରା ବର୍ଜ୍ୟ ବାହାରୁଥିବା ମୂଳ ଉତ୍ସରେ ହିଁ ସେଗୁଡ଼ିକର ପୃଥକୀକରଣ ହୋଇପାରିବ । ଏଥିସହ ସାର ବା ମୋ ଖତ ପ୍ରସ୍ତୁତରେ ଅଧିକ ସହଜ ଓ ସମୟ ସାପେକ୍ଷ ହୋଇପାରିବ ।

ରୋହଣୀ କୋର୍ଟ ବିସ୍ଫୋରଣ ମାମଲା; ୟୁଟ୍ୟୁବରୁ ବୋମା ତିଆରି ଶିଖିଥିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ବୋମା ଖଞ୍ଜି ଗିରଫ ହୋଇଥିବା ଡିଆରଡିଓ ବୈଜ୍ଞାନିକ ଭାରତ ଭୂଷଣ କାଟାରିଆଙ୍କ କାରନାମା ପଦାକୁ ଆସୁଛି । ଏହି କାଣ୍ଡ ଘଟାଇବା ପଛରେ କେତେକ କାରଣ ଦାୟୀ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । କେତେକ ମାମଲାରେ କୋର୍ଟରେ ହାଜର ନ ହୋଇପାରିବାରୁ ଜରିମାନା, ସ୍ତ୍ରୀ କର୍କଟ ରୋଗରେ ପୀଡିତ ହେବା, ଘର ଭଡା ବାବଦରେ ୫୦ ହଜାର ଟଙ୍କା ଦେଇ ନପାରିବା ଆଦି କାରଣକୁ ନେଇ ଭାରତ ଏହି କାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ସବୁ କାରଣକୁ ନେଇ ଭାରତ ଶେଷରେ ପଡୋଶୀ ତଥା ଓକିଲ ଅମିତ ବଶିଷ୍ଠଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ ।

ଏହା ପୂର୍ବରୁ ଭାରତଙ୍କ ବିରୋଧରେ ଅମିତ ଏକ ଅପରାଧିକ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଭାରତଙ୍କ ଉପରେ ୧ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ତିନି ମହଲା ବିଶଷ୍ଟ ଆପାର୍ଟମେଣ୍ଟରେ ଏକ ଲିଫ୍ଟ ଲଗାଇବାକୁ କେନ୍ଦ୍ର କରି ୧୦ ବର୍ଷ ତଳେ ଭାରତ ଓ ଅମିତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହାକୁ ନେଇ ଭାରତଙ୍କ ବିରୋଧରେ ଅମିତ ମାମଲା ଦାୟର କରିଥିଲେ । ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଭାରତ ସେହି ଆପାର୍ଟମେଣ୍ଟ ଛାଡି ଅନ୍ୟ ଏକ ଘରେ ଭଡା ରହିଥିଲେ ଯାହାର ଭଡା ମାସିକ ୫୦ ହଜାର ଟଙ୍କା ଥିଲା । ବୋମା ଲାଗି ସେ ଇ-କମର୍ସ ଓ୍ବେବସାଇଟରୁ ଆମୋନିୟମ ନାଇଟ୍ରେଟ କିଣିଥିଲେ । ଏଥିଲାଗି ସେ ୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ପରେ ୟୁଟ୍ୟୁବରେ ସେ ବୋମା ତିଆରି କୌଶଳ ହାସଲ କରିଥିଲେ ।

ଓମିକ୍ରନ୍ ଆତଙ୍କ; ନେଦରଲାଣ୍ଡ୍ସରେ ଲକଡାଉନ, ଭାରତର ସ୍ଥିତି ବି ଜଟିଳ

ନୂଆଦିଲ୍ଲୀ: ଗୋଟିଏ ଦେଶରୁ ଆଉ ଏକ ଦେଶକୁ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । କୋଭିଡ ସଂକ୍ରମଣ ବୃଦ୍ଧି ପରେ ନେଦରଲାଣ୍ଡ୍ସରେ ଜାରି ହୋଇଛି ଲକଡାଉନ । କୌଣସି ସ୍ଥାନରେ ପାଳନ ହୋଇ ପାରିବନି ଖ୍ରୀଷ୍ଟମାସ ସେଲିବ୍ରେସନ । ଜାନୁଆରୀ ୧୪ ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ । ସେପଟେ ସ୍ଥିତି ଅତି ଜଟିଳ ହୋଇଥିବାରୁ ଏକ ବଡ ବିପଦର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଲେୟେନ କହିଛନ୍ତି, ଜାନୁଆରୀ ମଧ୍ୟଭାଗ ସୁଦ୍ଧା ସମସ୍ତ ୨୭ଟି ଯାକ ସଦସ୍ୟ ରାଷ୍ଟ୍ରରେ ଆତଙ୍କ ରଚିପାରେ ଓମିକ୍ରନ୍ ।

ଅନ୍ୟପକ୍ଷରେ ବ୍ରିଟେନରେ ବି ସଂକ୍ରମଣ ସମସ୍ୟା ଗମ୍ଭୀର । ବ୍ରିଟେନରେ ଏକ ଜରୁରୀକାଳୀନ ସ୍ଥିତି ଆସିଛି ବୋଲି କହିଛନ୍ତି ଲଣ୍ଡନ ମେୟର ସାଦିକ ଖାନ । ଫ୍ରାନ୍ସରେ ବି ନୂଆ ବର୍ଷ ପାଳନ ଉପରେ କଟକଣା ଲାଗୁ କରିବା ଲାଗି ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଏକ ବିଶେଷଜ୍ଞ ପ୍ୟାନେଲ । ଆଗୁଆ ପ୍ରସ୍ତୁତ ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ସେମାନେ କହିଛନ୍ତି । ସେହିପରି ଆୟରଲାଣ୍ଡରେ ମଧ୍ୟ ରାତି ୮ଟା ପରେ ବାର୍ ଓ ରେଷ୍ଟୁରାଣ୍ଟ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଯଦି ଭାରତ କଥା କହିବା ତାହାଲେ ଭାରତରେ ପୁଣି ଲମ୍ବିଲା ଓମିକ୍ରନ୍ ଗ୍ରାଫ୍ । କର୍ଣ୍ଣାଟକରେ ୬ ଓ କେରଳରେ ୪ ଜଣ ଓମିକ୍ରନ୍ ପଜିଟିଭ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୪୩, ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, ତେଲଙ୍ଗାନାରେ ୮, ଗୁଜରାଟରେ ୭, କେରଳରେ ୧୧, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେଣି । କର୍ଣ୍ଣାଟକର କେତେକ ଶିକ୍ଷା ପ୍ରତିଷ୍ଠାନରେ ଓମିକ୍ରନ୍ ଠାବ ହେବା ପରେ ଚିନ୍ତା ବଢିଛି । ଦୁଇଟି ଶିକ୍ଷା ପ୍ରତିଷ୍ଠାନରେ ୩୩ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓମିକ୍ରନ୍ ସଂକ୍ରମିତ ଅଛନ୍ତି ୫ ଜଣ । ତେଣେ ଦିଲ୍ଲୀରେ ୫ ମାସରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି କୋଭିଡ ସଂକ୍ରମିତ । ୨୪ ଘଣ୍ଟାରେ ଠାବ ହୋଇଛନ୍ତି ୮୬ ନୂଆ ସଂକ୍ରମିତ ।

 

୮ଟି ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜଙ୍ଗରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି ଅଭିଯୋଗରେ ଜଣକୁ ଧରିଲା ଏସଟିଏଫ୍‌ । ଏଥିସହ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ବେଆଇନ୍ ଅସ୍ତ୍ରଶସ୍ତ୍ର ବିକ୍ରିର ସୂଚନା ପାଇ ଅନୁଗୁଳ ପୋଲିସ ସହାୟତାରେ ଏସଟିଏଫ୍ ଚଢାଉ କରିଥିଲା ।

STF Seized 8 Country Made Gun From Angul

୮ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ ସହିତ ରତ୍ନାକର କାଲଟା ନାମକ ବ୍ୟକ୍ତିକୁ କାବୁ କରାଯାଇଛି । ଗିରଫ କାବୁ ଘର ସମ୍ବଲପୁର ଜିଲ୍ଲା ସରପାଲି ଅଞ୍ଚଳରେ । ଏନେଇ ଛେଣ୍ଡିପଦା ଥାନାରେ ମାମଲା ରୁଜୁ ହୋଇଛି । ୨୦୨୦ରୁ ଏବେ ସୁଦ୍ଧା ଏସଟିଏଫ୍ ‌୬୪ଟି ବନ୍ଧୁକ ଓ ୯୮ ରାଉଣ୍ଡ ଗୁଳି ଜବତ କରାଯାଇଛି ।

ଶିଳପୁଆରେ ଝିଅକୁ ଛେଚି ମାରିବା ପରେ ବିଷ ପିଇଦେଲା ମାଆ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କଲାମେଘାରେ ଚାଞ୍ଚଲ୍ୟ । ନାବାଳିକା ଝିଅକୁ ହତ୍ୟା କରିବା ପରେ ମାଆ କରିଛି ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କହଳ କାରଣରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ନିଜର ୧୭ ବର୍ଷର ଝିଅକୁ ଶିଳପୁଆରେ ଛେଚି ମାଆ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମାଆ ସୁସ୍ଥ ହେଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସପି କହିଛନ୍ତି ।