ଲତା ଗାଇଥିବା ପ୍ରଥମ ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା

1 min read

ମୁମ୍ୱାଇ: କିମ୍ୱଦନ୍ତୀ ଗାୟିକା ଲତାମଙ୍ଗେସକର ରବିବାର ଦେହତ୍ୟାଗ କରିଛନ୍ତି । ଭାରତର ସ୍ୱର ଭାବେ ପରିଚିତ ଲତା ଦିଦି ତାଙ୍କ ପଛରେ ଏକ ବିରାଟ ଅପୂରଣୀୟ ଶୂନ୍ୟ ସ୍ଥାନ ଛାଡ଼ି ଯାଇଛନ୍ତି ।  ସେ ତାଙ୍କ ସୁମଧୁର ସ୍ୱର ପାଇଁ ସର୍ବଦା ସମସ୍ତଙ୍କ ନିକଟରେ ମନେ ରହିବେ ।  ପ୍ରଖ୍ୟାତ ଗାୟକ ମହମ୍ମଦ ରଫି, କିଶୋର କୁମାର ଓ ମୁକେଶଙ୍କ ସହ ତାଙ୍କ ଯୁଗଳବନ୍ଦୀ ସଙ୍ଗୀତ ପ୍ରେମୀଙ୍କ ପାଇଁ ବଡ଼ ଉପହାର । ତେବେ ଆସନ୍ତୁ ଜାଣିବା ଲତା ମଙ୍ଗେସକରଙ୍କ ଜୀବନର କିଛି ଅଜଣା ଅଧ୍ୟାୟ ବିଷୟରେ ।

ଲତା ମଙ୍ଗେସକର ମହାରାଷ୍ଟ୍ରର ଏକ କଳାକାରଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଏକ ଥିଏଟର କମ୍ପାନୀ ଚଳାଇଥିଲେ ବେଳେ ଉଭୟ ଲତା ଏବଂ ଆଶା ସଙ୍ଗୀତର ମାହୋଲ ମଧ୍ୟରେ ବଢ଼ିଥିଲେ  । ଥରେ ତାଙ୍କ ବାପା ତାଙ୍କ ଶିଷ୍ୟଙ୍କୁ ଏକ ‘ରାଗ୍‌’ର ଅଭ୍ୟାସ କରିବା ପାଇଁ କହିଥିଲେ । ସେ ସେହି ‘ରାଗ୍’ର ଅଭ୍ୟାସ କରୁଥିବା ବେଳେ ଏକ ଭୁଲ କରିଥିଲେ । ସେହି ସମୟରେ ଲତା ତାଙ୍କ ନିକଟରେ ଖେଳୁଥିଲା । ଲତା ଭୁଲଟିକୁ ଜାଣିପାରି ସେହି ଶିଷ୍ୟ ଜଣଙ୍କ ସଂଶୋଧନ କରାଇଥିଲେ । ଏହା ପରେ ଲତାଙ୍କ ବାପା ତାଙ୍କ ଝିଅ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ବିଷୟରେ ଜାଣିପାରିଥିଲେ ।

ତେବେ ଲତା ଗାଇଥିବା ପ୍ରଥମ ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର  କିଟି ହସାଲରେ ସେ ଗୀତ ଗାଇଥିଲେ । କିନ୍ତୁ କୌଣସି କାରଣରୁ ଏହି ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା ।

ସଙ୍ଗୀତ ନିର୍ଦ୍ଦେଶକ ନୈସାଦଙ୍କ ସହ ଏକ ଗୀତ ରେକର୍ଡିଂ ବେଳେ ହଠାତ୍ ବେହୋସ୍ ହୋଇପଡ଼ିଥିଲେ ଲତା ମଙ୍ଗେସକର । ଖରା ଦିନେ ମଧ୍ୟାହ୍ନରେ ଏହି ଗୀତଟି ରେକର୍ଡିଂ ହୋଇଥିଲା । ମୁମ୍ୱାଇରେ ଅତ୍ୟଧିକ ଗରମ ହେଉଥିବା ବେଳେ ସେ ସମୟରେ ACର ସୁବିଧା ନଥିଲା । ଏବଂ ସିଲିଂ ଫ୍ୟାନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏଣୁ ସେ ବେହୋସ ହୋଇଯାଇଥିବା କହିଥିଲେ ।

ଲତା ଦିଦି ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଗାଇଥିବା କୌଣସି ଗୀତକୁ ପରେ ଶୁଣୁନଥିଲେ । ଏହା ଦ୍ୱାରା ସେ ତାଙ୍କ ଗୀତରେ ୧୦୦ ଭୁଲ ପାଇବେ ।

କିଛି ଦିନ ପାଇଁ ରାଜନୀତିରେ ମଧ୍ୟ ଥିଲେ ଲତା ମଙ୍ଗେସକର । ସେ ୧୯୯୯ରୁ ୨୦୦୫ ଯାଏଁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ତେବେ ସେ ନିଜ କାର୍ଯ୍ୟକାଳକୁ ନେଇ ସନ୍ତୁଷ୍ଟ ନଥିଲେ ।

ଗିନିଜ୍ ବୁକ୍ ଅଫ୍ ରେକର୍ଡସର ୧୯୭୪ ସଂସ୍କରଣରେ ଲତା ଦିଦିଙ୍କୁ ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା କଳାକାର ଭାବେ ସ୍ଥାନିତ କରାଯାଇଥିଲା । କିନ୍ତୁ ମହମ୍ମଦ ରଫି ଏହି ଦାବି ବିରୋଧ କରିଥିଲେ । ରେକର୍ଡ ବୁକ୍‌ରେ ଲତାଙ୍କ ନାମ ରହିଲା କିନ୍ତୁ ମହମ୍ମଦ ରଫିଙ୍କ ବିରୋଧ ବିଷୟରେ ମଧ୍ୟରେ ଉଲ୍ଲେଖ ରହିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ବହୁ ଦିନ ପୂର୍ବରୁ ସେ ଗୀତ ଗାଇବା ବନ୍ଦ କରିଦେଇଥିଲେ । ୨୦୧୫ ମସିହାରେ ସେ ଶେଷ ଥର ପାଇଁ ଗୀତ ରେକର୍ଡିଂ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ସଚିନ୍‌ଙ୍କ ମାଆ ଡାକ ଶୁଣି ଭାବବିହ୍ୱଳ ହୋଇଥିଲେ ଲତା ଦିଦି: କହିଥିଲେ ଏଭଳି କଥା..

Leave a Reply