କ୍ରିକେଟ୍ ପ୍ରଶାସକ ରାଜ ସିଂ ଡୁଙ୍ଗରପୁରଙ୍କ ସହ ପ୍ରେମରେ ପଡ଼ିଥିଲେ ଲତା !

Untold Story Of Lata Mangeshkar Love With Dungarpur Prince Raj Singh

ମୁମ୍ବାଇ: ଲତାଙ୍କ ସ୍ୱରର ଦିୱାନା ଥିଲା ଦୁନିଆ । ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ବହୁତ କମ୍ ଜାଣିଥିବେ । ଜୀବନରେ ବିବାହ କରି ନଥିବା ଲତା, ପ୍ରେମ ଠାରୁ ଦୂରରେ ନଥିଲେ । ଆଉ ଭଲ ପାଇବାକୁ ମନର ମଣିଷ ପାଇଁ ଉତ୍ସର୍ଗ କରି ଦେଇଥିଲେ । ଲତା ମଙ୍ଗେସକର ରାଜସ୍ଥାନର ପୂର୍ବ ଡୁଙ୍ଗରପୁର ରାଜାଘରର ରାଜ ସିଂହଙ୍କୁ ଭଲ ପାଇ ବସିଥିଲେ । ଆଉ ଲତାଙ୍କୁ ସ୍ନେହରେ ମିଠୁ ଡାକୁଥିଲେ ରାଜ ।

Untold Story Of Lata Mangeshkar Love With Dungarpur Prince Raj Singh

ପସନ୍ଦ ଥିଲା କ୍ରିକେଟ୍

ଲତା ମଙ୍ଗେସକର ଓ ରାଜ ସିଂହ ଡୁଙ୍ଗରପୁରଙ୍କ ବନ୍ଧୁତା କେବେ ପ୍ରେମର ରୂପ ନେଲା । ତାହା ଉଭୟଙ୍କୁ ବି ଜଣାନଥିଲା । ଲତାଙ୍କ ଗୀତର ଦିୱାନା ଥିଲେ ରାଜ । ସେ ସବୁବେଳେ ନିଜ ପାଖରେ ଏକ ଟେପ୍ ରେକର୍ଡର ରଖୁଥିଲେ, ଲତାଙ୍କ ଗୀତ ଶୁଣୁଥିଲେ । କ୍ରିକେଟ୍ ପ୍ରତି ରୁଚି ରଖୁଥିବା ଲତା ପ୍ରାୟ ରାଜଙ୍କ ମ୍ୟାଚ୍ ଦେଖିବାକୁ ଯାଉଥିଲେ, ଉଭୟ ମିଶୁଥିଲେ ।

Untold Story Of Lata Mangeshkar Love With Dungarpur Prince Raj Singh

ପ୍ରଥମ ଭେଟରୁ ପ୍ରେମ

୧୯୫୯ରେ ଆଇନ୍ ପାଠ ପଢ଼ିବାକୁ ମୁମ୍ବାଇ ଆସିଥିଲେ ରାଜ । ଆଉ ୧୯୫୫ରୁ ରାଜ ରାଜସ୍ଥାନ ରଣଜୀ ଟିମର ସଦସ୍ୟ ଥିଲେ । ମୁମ୍ବାଇର କ୍ରିକେଟ୍ ପିଚରେ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ସହ କଥା ହୋଇଥିଲେ । ପ୍ରାୟ ସମୟ ହୃଦୟନାଥ ରାଜଙ୍କୁ ନେଇ ଘରକୁ ଆସୁଥିଲେ । ଲତାଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ଦେଇଥିଲେ ରାଜ । ଧିରେ ଧିରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଲତା ରେକର୍ଡିଂ ପାଇଁ ବ୍ୟସ୍ତ ରହୁଥିବାରୁ ବେଶୀ ମିଳାମିଶା କରିପାରୁ ନଥିଲେ । କୁହାଯାଏ, ସେତେବେଳେ ଲତାଙ୍କ ଅଭାବକୁ ପୂରଣ କରିବାକୁ ରାଜ ତାଙ୍କ ଗୀତ ଶୁଣୁଥିଲେ । ସମୟ ମିଳିବା ମାତ୍ରେ ଉଭୟ ଉଭୟଙ୍କୁ ଭେଟୁଥିଲେ ।

Untold Story Of Lata Mangeshkar Love With Dungarpur Prince Raj Singh

ବାହା ହେବାକୁ ଚାହୁଁଥିଲେ

ଉଭୟ ଉଭୟଙ୍କୁ ଖାଲି ପସନ୍ଦ କରୁନଥିଲେ, ବାହା ହେବାକୁ ଚାହୁଁଥିଲେ । ଥରେ ରାଜ ତାଙ୍କ ମାତାପିତାଙ୍କୁ କହିଥିଲେ, କେଉଁ ସାଧାରଣ ଝିଅ ଆପଣଙ୍କ ରାଜଘରର ବୋହୂ ହେବ ନାହିଁ । ଲତାଙ୍କ ପାଖରେ ପ୍ରବଳ ପ୍ରତିଭା ଥିବାବେଳେ ସେ ସାଧାରଣ ଘରର ଥିଲେ । ଫଳରେ ରାଜ ପରିବାର ଆଗରେ ସେ ନଇଁ ପଡ଼ିଥିଲେ । ବିବାହ ହୋଇନଥିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସାଥ୍ ଦେଇଥିଲେ । ଉଭୟ ମିଶି ଅନେକ ଜନସେବା କରିଥିଲେ । କିନ୍ତୁ ଉଭୟଙ୍କ ଭଲ ପାଇବା କେବଳ ସ୍ମୃତି ହୋଇ ରହିଗଲା ।

ରାଜ ସିଂ କିଏ ?

୧୯୩୫ ଡିସେମ୍ବର ୧୯ରେ ରାଜସ୍ଥାନର ଡୁଙ୍ଗରପୁରର ଏକ ରାଜ ପରିବାରରେ ଜନ୍ମ ହୋଇଥିଲେ ରାଜ ସିଂ । ଡୁଙ୍ଗରପୁରର ମହାରାଜା ଲକ୍ଷ୍ମଣ ସିଂହଙ୍କ ସାନ ପୁଅ ଥିଲେ ରାଜ । ୧୯୫୫ରୁ ୧୬୭୧ ମସିହା ମଧ୍ୟରେ ସେ ୮୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ୧୬ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ସହ ୨୦ ବର୍ଷ ଧରି ବିସିସିଆଇ ସହ ଜଡ଼ିତ ଥିଲେ । ୨୦୦୯ ସେପ୍ଟେମ୍ବର ୧୨ରେ ରାଜ ସିଂଙ୍କ ମୃତ୍ୟୁ ହୋଇଥିଲା ।

Leave a Reply