ପ୍ରଥମେ ଅମଙ୍ଗ ହେଉଥିଲେ, ପରେ ଗାଇଥିଲେ ଏହି ଦୁଇ ଓଡ଼ିଆ ଗୀତ

ନନ୍ଦିଘୋଷ ବ୍ୟୁରୋ:  ଆଜି ମୁଁ ଶ୍ରାବଣୀ, ଲୁହର ହରିଣୀ  । ଯେଉଁ ରଜନୀ କେବେ ପାଇନି, ଆଜି ମୁଁ ସେହି ରଜନୀ । ଆଜି ମୁଁ ସେହି ରଜନୀ… ଏ ଥିଲା ଲତା ମଙ୍ଗେସକରଙ୍କ ଓଡିଆ ଗୀତ  । ଓଡିଆରେ ମଧ୍ୟ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ  ।  ନିରୋଳାରେ ଆଖିରୁ ଲୁହ ଝରାଉଥିବା ଏହି ଗୀତ  । ସ୍ୱରର ଯାଦୁଗରୀ ସାଙ୍ଗକୁ ସଙ୍ଗୀତର ନିର୍ଦ୍ଦେଶନା ହୃଦୟରେ ରଚେ ରମ୍ୟ ରଚନା   । ଗୀତର ଅନ୍ତାକ୍ଷରି ଶବ୍ଦର ସାଗରରେ ଭାସମାନ ନୌକା ପରି  ।  ଲେଖାଅଛି, ଏତେ ମେଘ ମୋ ଆକାଶେ, ଚନ୍ଦ୍ର କି ପାଇଁ… ମୋତେ ତିମିରେ ଖୋଜେ ତାର ହଜିଥିବା କଇଁ  ।

୧୯୬୭ ମସିହାରେ ଲତା ଦିଦି ଗାଇଥିଲେ ଅରୁନ୍ଧତି ଫିଲ୍ମରେ ଗୀତ  । ଆଜି  ମୁଁ ଶ୍ରାବଣୀ ଗୀତରେ ଲତା ଦିଦିଙ୍କ କଣ୍ଠଦାନ ଆଜି ମଧ୍ୟ ଓଡିଆ ଦର୍ଶକଙ୍କ ହୃଦୟରେ ଭିନ୍ନ ଏକ ସ୍ଥାନ ସୃଷ୍ଟି କରେ  । ଗୀତିକାର ଥାଆନ୍ତି ଜିବାନାନନ୍ଦ ପାଣି  । ସେହିପରି ୧୯୬୩ ମସିହାର ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ  ପ୍ରଥମ ଓଡିଆ କଣ୍ଠ ଦାନ କରନ୍ତି ଲତା ମଙ୍ଗେସକର  । ସେଇ ଚୁନା ଚୁନା ତାରାଫୁଲ ଆଜି, ସିଏ ଚୁମି ଚୁମି ଗଲା ହାଏ ହଜି  । ଟିକା ତାର ମଧୁଛୁଆ…  । ଏହି ଓଡିଆ ଗୀତ ପ୍ରଥମ କରି ଗାନ କରିଥିଲେ ଲତା ମଙ୍ଗେସକର  ।

ସୂର୍ଯ୍ୟମୁଖୀ ଏବଂ ଅରୁନ୍ଧତୀ ଉଭୟ ଚଳଚିତ୍ରର ଦୁଇଟି ଗୀତରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର  । ଏବଂ ଏହି ଉଭୟ ଫିଲ୍ମର ସଙ୍ଗୀତକାର ଥିଲେ ଶାନ୍ତୁନ ମହାପାତ୍ର  । ଗୀତିକାର ଥିଲେ ଗିରିକୃଷ୍ଣ ଗୋସ୍ୱାମୀ  । ଲତା ଦିଦି ଓଡିଆ ଗୀତ ଗାଇବା ପଛରେ ରହିଛି ଶାନ୍ତନୁ ମହାପାତ୍ରଙ୍କ ଅବଦାନ  । ଶାନ୍ତୁନ ମହାପାତ୍ର ମୁମ୍ବାଇ ଯାଇ ଲତା ଦିଦିଙ୍କୁ ଅନୁରୋଧ କରିଥିଲେ  ।  ବହୁତ ବୁଝାଇବା ପରେ ସେ ଦୁଇଟି ଯାକ ଫିଲ୍ମରେ ଗୀତ ଗାଇବାକୁ ରାଜି ହୋଇଥିଲେ  ।

Leave a Reply