ସେ ସ୍ୱରର ଯାଦୁଗରୀ, ଗୀତ ଶୁଣି କାନ୍ଦିଥିଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଲଗଜା ଗଲେ କି ଫିର୍, ୟେ ହସି ରାତ ହୋ ନା ହୋ…, ସାୟଦ ଫିର ଇସ ଜନମ ମେଁ ମୁଲାକାତ ହୋ ନା ହୋ… ସଙ୍ଗୀତକୁ ପୂଜା କରୁଥିବା ବ୍ୟକ୍ତିତ୍ୱ ସେ । ଯାହାଙ୍କ କଣ୍ଠରେ ବାସ କରନ୍ତି ସ୍ୱୟଂ ମା’ସରସ୍ୱତୀ । ଯାହାଙ୍କ କଣ୍ଠରେ ମତୁଆଲା ହେଉଥିଲା ସାରା ଦେଶ । ହିନ୍ଦୀ ସିନେମାରେ ଥୋଇଦେଇ ଯାଇଛନ୍ତି ଅନେକ ଗୀତ  । ସେ ସ୍ୱର ଅନେକଙ୍କ ବେଦନା ଓ ବୀରହର କଥା କୁହେଁ  । ବାସ୍ତବ ଚିତ୍ରକୁ ଗୀତରେ ବଖାଣେ  । ସେହି କୋକିଳକଣ୍ଠୀ ଦେଶର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର । ଯାହାଙ୍କ ଗୀତରେ କାନ୍ଦିଥିଲେ ପୂର୍ବତନ ପ୍ରାଧାନମନ୍ତ୍ରୀ  ।  ସଙ୍ଗୀତ ଓ ସିନେମା ଜଗତକୁ ଦେଇଛନ୍ତି ଏକ ନୂଆ ଦିଶା  ।  ସେ ନୁରସାଦ ସାହେବ ହୁଅନ୍ତୁ କିମ୍ୱା ମାଷ୍ଟର ଗୁଲାମ ହାଇଦର, ଶଙ୍କର ଜ୍ୟାକିସେନଙ୍କ ଯୋଡ଼ି ହୁଅନ୍ତୁ ଅବା ମଦନମୋହନ ସାହେବ, ହିନ୍ଦୀ ସିନେମା ଜଗତର ବଡ଼ ବଡ଼ ସଙ୍ଗୀତକାରଙ୍କ ସହ କାମ କରିଛନ୍ତି ଲତା ।

ସଙ୍ଗୀତ ମାଲିକ ସଲିଲ୍ ଚୌଧୁରୀ ଓ ରୋଶନ ସାହେଙ୍କ ସହ ମଧ୍ୟ ଅନେକ ଗୀତ ଗାଇଛନ୍ତି ସେ । ଲତା ମଙ୍ଗେସରକର ଏକମାତ୍ର ଜଣେ ବ୍ୟକ୍ତିତ୍ୱ ଯେ କି, ସଙ୍ଗୀତକାରଙ୍କ ଉଦ୍ଦେଶ୍ୟରେ କହିଥିବା କଥା ସମସ୍ତଙ୍କ ମନ ଜିଣିଥିଲା । ସେ କହିଥିଲେ ସଙ୍ଗୀତର ଶ୍ରେୟ ଗାୟକଙ୍କୁ ମଧ୍ୟ ମିଳିବା ଉଚିତ୍ । କଣ୍ଠଶିଳ୍ପୀଙ୍କ ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପାଇଁ ତାଙ୍କୁ ସଙ୍ଗୀତ ଜଗତରୁ ମଧ୍ୟ ପ୍ରସ୍ତାବ ଆସୁଥିଲା । ଲତା ମଙ୍ଗେସକର ସଙ୍ଗୀତ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିବା କଥା ଖୁବ୍ କମ୍ ଲୋକ ଜାଣିଥିବେ । ମାତ୍ର ଜଣେ କଣ୍ଠଶିଳ୍ପୀ ଭାବେ ପରିଚିତ ହେବାକୁ ତାଙ୍କର ଇଚ୍ଛା ଥିଲା । କେବଳ ହିନ୍ଦୀ ଭାଷା ନୁହେଁ ମରାଠୀ, ତାମିଲ, ଭୋଜପୁରୀ, କନ୍ନଡ଼, ବଙ୍ଗାଳୀ, ଆସାମୀ ଏଭଳି ଅନେକ ଭାଷାରେ କଣ୍ଠ ଦେଇଛନ୍ତି ଲତା । ୬୦ ଦଶକରେ ଲତା ମଙ୍ଗେସକର ସଫଳତାର ଏକ ଭିନ୍ନ ସ୍ତରରେ ପହଁଞ୍ଚିସାରିଛି  ।

ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ସମୟରେ ଭାରତର ଅନେକ ସୈନିକ ପ୍ରାଣ ହରାଇଥିଲେ । ସେହି ସମୟରେ ଲତା ମଙ୍ଗେସକର କଣ୍ଠ ଦେଇଥିବା ‘ଏ ମେରେ ୱତନ୍ କି ଲୋଗୋ, ଜରା ଆଁଖ ମେ ଭରଲୋ ପାନି’ ଦେଶତ୍ମାବୋଧକ ସଙ୍ଗୀତ ଦେଶପ୍ରେମୀଙ୍କୁ ଅନେକ ପ୍ରେରଣା ଦେଇଥିଲା । ଏପରିକି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲତାଙ୍କର ଏହି ସଙ୍ଗୀତରେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ । ଲତା ମଙ୍ଗେସକର ଏକମାତ୍ର ଗାୟିକା ଯେ କି, ଗୀତର ସଂଳାପ ଶୁଣିସାରିବା ପରେ ହିଁ ଗୀତ ଗାଇବାକୁ ନିଷ୍ପତ୍ତି ନେଇଥାନ୍ତି । ଗୀତଟିରେ ଯଦି କୌଣସି ଆପତ୍ତିଜନକ ଶବ୍ଦ ରହିଥାଏ । ତେବେ ତାହା ରେକର୍ଡ କରିବାକୁ ମନା କରିଦିଅନ୍ତି । ଗଜଲ ହେଉ ଅବା ରୋମାଣ୍ଟିକ୍ ଗୀତ ଏ ସମସ୍ତ ଅନୁଭବକୁ ଲତା ନିଜ କଣ୍ଠରେ ସ୍ଥାନ ଦେଇଥିଲେ ।

ଦେଶ ବିଦେଶରେ ନାଇଟ୍ଏଙ୍ଗେଲ ନାମରେ ପରିଚିତ ଲତା ମଙ୍ଗେସକର ଯେ ନିଜ କଣ୍ଠ ପାଇଁ କେବେ ରିଜେକ୍ଟ ହୋଇଥିବେ ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ମାତ୍ର ଏହା ସତ । ସିନେମା ଜଗତରେ ଆସିବା ପରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ତାଙ୍କ କଣ୍ଠ ବହୁତ ପତଳା ଯାହା ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ଆଦୌ ଉଦିଷ୍ଟ ନୁହେଁ । ମାତ୍ର ପରବର୍ତ୍ତୀ ସମୟରେ ନିଜ ମଧୁର କଣ୍ଠରେ ସେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇ ଥିଲେ । ଯାହାଙ୍କ କଣ୍ଠ ଆଗରେ ଫିକା ପଡ଼ିଥିଲା ସାରା ବିଶ୍ୱ ।

Leave a Reply