ପ୍ରଥମ ଆୟ ଥିଲା ୨୫ ଟଙ୍କା, ପଛରେ ଛାଡିଗଲେ ୩୭୫ କୋଟି ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଗୀତ ପାଇଁ ମିଳିଥିଲା ଅଫର  । ସେତେବେଳେ ବୟସ ମାତ୍ର ୧୩ ବର୍ଷ  । ଏକ ମରାଠୀ ଫିଲ୍ମରେ ଯଦିବା ଭବିଷ୍ୟତର ପ୍ରଥମ ପାଦ ପଡିଥିଲା, କିନ୍ତୁ ପରିଣାମରେ ମିଳିଥିଲା ମାତ୍ର ୨୫ ଟଙ୍କା  । ଅଭାବୀ ଭିତରେ ଯଦିବା ପିତାଙ୍କ ହାତ ରହିଥିଲା, ସଙ୍ଗୀତ ଶିକ୍ଷା ପାଇଁ ପ୍ରେରଣା ମିଳିଥିଲା । ତାହା ହିଁ ଥିଲା ଆଗକୁ ବଢିବାର ବଡ଼ ପୁଞ୍ଜି । ଜୀବନର ପ୍ରଥମ ଗୀତ ସର୍ବ ସମ୍ମୁଖକୁ ଆସି ପାରିନଥିଲା, ତଥାପି ଏହା ପରେ ଯାହା ହୋଇଥିଲା ତାହା କମାଲ…

୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର  କିଟି ହସାଲରେ ସେ ଗୀତ ଗାଇଥିଲେ । କିନ୍ତୁ କୌଣସି କାରଣରୁ ଏହି ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା । ସଙ୍ଗୀତ ନିର୍ଦ୍ଦେଶକ ନୈସାଦଙ୍କ ସହ ଏକ ଗୀତ ରେକର୍ଡିଂ ବେଳେ ହଠାତ୍ ବେହୋସ୍ ହୋଇପଡ଼ିଥିଲେ ଲତା ମଙ୍ଗେସକର । ଖରା ଦିନେ ମଧ୍ୟାହ୍ନରେ ଏହି ଗୀତଟି ରେକର୍ଡିଂ ହୋଇଥିଲା । ମୁମ୍ୱାଇରେ ଅତ୍ୟଧିକ ଗରମ ହେଉଥିବା ବେଳେ ସେ ସମୟରେ ACର ସୁବିଧା ନଥିଲା । ଏବଂ ସିଲିଂ ଫ୍ୟାନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏଣୁ ସେ ବେହୋସ ହୋଇଯାଇଥିବା କହିଥିଲେ ।

ନାନାଦି ସମସ୍ୟା ଭିତରେ ଶୀର୍ଷକୁ ଉଠିଥିଲେ ଲତା ଦିଦି  । ମାତ୍ର ୨୫ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ଲତା ଦିଦିଙ୍କ ପାଖରେ ଏବେ ୩୭୦ କୋଟିର ସମ୍ପତ୍ତି  । କାର କିଣିବାରେ ସେ ବେସ ପସନ୍ଦ କରୁଥିଲେ  । ମାର୍କେଟକୁ ଆସୁଥିବା ନୂଆ କାରକୁ କିଣୁଥିଲେ  । ଏକ ସାକ୍ଷାତକାରରେ ମଧ୍ୟ ଖୋଦ ଏ ବିଷୟରେ ନିଜେ ଉଲ୍ଲେଖ କରିଥିଲେ ଲତା ମଙ୍ଗେସକର  । ପ୍ରଥମ କାର ତାଙ୍କର ଥିଲା ଚେଭୋରଲ୍ଟ  । ଯାହାକୁ ସେ ଇନ୍ଦୋରରେ ରହିବା ବେଳେ କିଣିଥିଲେ  । ଏହା ପରେ ପାର୍କିଂକିରେ ନାମିଦାମୀ କମ୍ପାନୀର ଅନେକ କାର ରହିଥିଲା  ।

Leave a Reply