spot_img
Home Blog Page 4739

ସେଞ୍ଚୁରିୟନ ଅକ୍ତିଆର ପାଇଁ ଭାରତରକୁ ଦରକାର ୬ ଓ୍ବିକେଟ୍

ସେଞ୍ଚୁରିୟନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିୟନରେ ଚାଲିଥିବା ଟେଷ୍ଟ ଜିତିବାକୁ ଭାରତକୁ ଦରକାର ଆଉ ୬ ଓ୍ବିକେଟ୍ । ୩୦୫ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ଓ୍ବିକେଟ ହରାଇ ସଂଗ୍ରହ କରିଛି ୯୪ ରନ । ପଞ୍ଚମ ଦିନରେ ଦଳକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ଥିବା ବେଳେ ହାତରେ ଅଛି ୬ ଓ୍ବିକେଟ୍ ।

ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସ‌ରେ ଭାରତ ମାତ୍ର ୧୭୪ ରନରେ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଟାର୍ଗେଟ ମିଳିଛି । ପ୍ରଥମ ଇନିଂସରେ ଭାରତ ୩୨୭ ରନ କରି ଅଲଆଉଟ ହୋଇଯିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଲୋକେସ ରାହୁଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଦ୍ବିତୀୟ ଇନିଂସରେ ୨୩ ରନ କରି ଆଉଟ ହୋଇଯାଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୪, ଶାର୍ଦ୍ଦୁଳ ଠାକୁର ୧୦, ଚେତେଶ୍ବର ପୁଜାରା ୧୬, ବିରାଟ କୋହଲି ୧୮ କରି ଆଉଟ ହୋଇଥିଲେ ।

ଧର୍ମ ନାଁରେ ଷଡଯନ୍ତ୍ର !

ନୂଆଦିଲ୍ଲୀ: ଧର୍ମ ନାଁରେ ଚାଲିଛି କି ଷଡଯନ୍ତ୍ର ? କାହାର ଅଭୟ ବର ପାଇଛନ୍ତି ବାବା କାଳୀଚରଣ । ମାମଲା ପରେ ମାମଲା ହେଉଛି ହେଲେ ବାବାଙ୍କୁ କାହିଁକି ବାନ୍ଧୁନି ପୋଲିସ ? କିଏ ପୋଲିସର ବାଟ ଓଗାଳୁଛି ? ଆତ୍ମଘୋଷିତ ବାବା କାଳୀଚରଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଦେଶବ୍ୟାପୀ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ବାରମ୍ବାର ଅପମାନ କରିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କହୁଛନ୍ତି ବାବା କାଳୀଚରଣ । ତଥାପି ବେଫିକର ଭାବେ ବୁଲୁଛନ୍ତି ଏହି ବାବା ଜଣଙ୍କ । ଗତ ୧୯ ତାରିଖରେ ଛତିଶଗଡ଼ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ଓ ଅନ୍ୟ ବକ୍ତାମାନେ ବିବାଦୀୟ ଭାଷଣ ଦେଇଥିଲେ । ସୋସିଆଲ ମିଡିଆରେ ସେଦିନର ଭିଡିଓ ଭାଇରାଲ ହେବା ପରେ କାଳୀଚରଣଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ।

ସେପଟେ ହରିଦ୍ବାରରେ ମଧ୍ୟ ଧର୍ମ ସଂସଦ ନାଁରେ ବିଷ ବୁଣୁଥିଲେ ସନ୍ଥ । ଯାହାର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ତଦନ୍ତ ପ୍ରକ୍ରିୟାରେ ପୋଲିସ ସେମାନଙ୍କ ସପକ୍ଷରେ ଥିବା ସନ୍ଥ କହୁଛନ୍ତି ଶୁଣିବାକୁ ମିଳୁଛି । ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ଧର୍ମର ଲୋକଙ୍କୁ ହତ୍ୟା କରିବା ପାଇଁ ହରିଦ୍ବାରର ଧର୍ମ ସଂସଦରେ ଭାଷଣ  ଦେଇଥିଲେ ଏହି ତଥାକଥିତ ବାବା ।

ପ୍ରବଳ ବର୍ଷାକୁ କୁଆପଥର ମାଡ଼

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ୧୩ଟି ଜିଲ୍ଲାରେ ଆଜି ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ୮ ଜିଲ୍ଲାରେ କୁଆପଥର ସହିତ ପ୍ରବଳ ବର୍ଷା ସମ୍ଭାବନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ସହିତ ପାଗ କୋହଲା ରହିବ । ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି । ଆସନ୍ତାକାଲି ୧୫ଟି ଜିଲ୍ଲାରେ ବର୍ଷା । ଏଥିପାଇଁ ଉପକୂଳ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଚାଷୀ ଫସଲକୁ ସାଇତି ରଖିବାକୁ ପରାମର୍ଶ । ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଗତ ୨୪ ଘଣ୍ଟାରେ ବିଜେପୁରରେ ସର୍ବାଧିକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୫୬.୪ ମିମି, ଆମ୍ବାଭନାରେ ୫୨ ମିମି, ଅତାବିରାରେ ୫୩.୪ ମିମି, ପଦ୍ମପୁରରେ ୫୭ ମିମି, ଝରାବନ୍ଧରେ ୫୧ ମିମି, ସୋନପୁରରେ ୫୩.୨ ମିମି, ହୀରାକୁଦ ଓ ବଲାଙ୍ଗୀରରେ ୩୨ ମିମି ବର୍ଷା ରେକର୍ଡ ହୋଇଛି ।

ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଗିରଫଦାରୀ, ମାଲକାନଗିରି ଏସପି ଓ ଏସଡିପିଓଙ୍କୁ ବଦଳି

ଭୁବନେଶ୍ୱର: ମାଲକାନଗିରିରେ ସାମ୍ବାଦିକଙ୍କ ବିରୋଧରେ ବିନା କାରଣରେ କାର୍ଯ୍ୟାନୁଷ୍ଠାନ ମହଙ୍ଗା ପଡ଼ିଛି । ମାଲକାନଗିରି ଏସପି ପିଏସ ମୀନାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି  । ସେହିପରି ମାଲକାନଗିରି ଏସଡିପିଓ ଅବିଳାଶ ଜିଙ୍କୁ ନାର୍କୋଟିକ୍ସ ଏସପି ଦାୟିତ୍ୱ ଦିଆଯାଇଛି  । ଖବର ସଂଗ୍ରହ ବେଳେ ଦୁର୍ବବ୍ୟବହାର ଅଭିଯୋଗରେ ମାଲକାନଗିରି ପୋଲିସ ୫ଜଣ ସାମ୍ବାଦିକଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରି ସାରା ରାଜ୍ୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Malkangiri SP And SDPO Transferred

ଏଥିସହ ପଢ଼ନ୍ତୁ: ବଦଳିଲେ ମାଲକାନଗିରି ଏସପି ପିଏସ୍ ମୀନା

ଏହା ପରେ ସାମ୍ବାଦିକ ମାନେ ଏହି ଦୁଇ ଅଫିସରଙ୍କୁ ତୁରନ୍ତ ବଦଳି ପାଇଁ ଡିଜିପି ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ନିକଟରେ ମଧ୍ୟ ଦାବି ଜଣାଇଥିଲେ ସାମ୍ବାଦିକ । ତେବେ ମାଲକାନଗିରି ଏସପି ଓ ଏସଡିପିଓଙ୍କ ଅଚାନକ ବଦଳି ଏହାର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ତାଳଚେରର ଏସଡିପିଓ ନୀତେଶ ୱାଧୱାନୀଙ୍କୁ ମାଲକାନଗିରି ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟର ସାମ୍ବାଦିକ ।

ଠକ ଓ ଠକେଇକୁ ନେଇ କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ

ଭୁବନେଶ୍ୱର: ଠକଙ୍କ କବଜାରେ ରାଜଧାନୀ । ଚାକିରି ହେଉ ଅବା ଘର ଓ ଫ୍ଲାଟ୍ ଦେବା ବାହାନାରେ ଲୋକଙ୍କୁ ଲଗାଇଛନ୍ତି ଚୂନ । ୧୮୧ ଜଣ ଠକଙ୍କ ହାତରେ ହାତକଡ଼ି ପିନ୍ଧାଇଛି ପୋଲିସ । ଠକ ଓ ଠକେଇକୁ ନେଇ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ୨୦୨୧ ମସିହା ନଭେମ୍ବର ୩୦ ସୁଦ୍ଧା ୨୨ଟି ଥାନାରେ ୭୯୧ଟି ଠକେଇ ମାମଲା ରୁଜୁ ହୋଇଛି । ଠକେଇ ମାମଲାରେ ୧୮୧ ଜଣ ଗିରଫ ହୋଇଥିବା ବେଳେ ୧୭୭ ଜଣ ପୁରୁଷ ଓ ୪ ଜଣ ମହିଳା ଗିରଫ ହୋଇଛନ୍ତି । ବଡ଼ଗଡ଼ ଥାନାରେ ସର୍ବାଧିକ ୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ଖଣ୍ଡଗିରି ଥାନାରେ ୭୯ଟି, ଚନ୍ଦ୍ରଶେଖରପୁର ଥାନାରେ ୬୧ଟି ଏବଂ କ୍ୟାପିଟାଲ ଥାନାରେ ୫୫ଟି ଓ  ଲକ୍ଷ୍ମୀସାଗର ଥାନାରେ ୫୪ ଟି ମାମଲା ରୁଜୁ ହୋଇଛି । ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବାଲିପାଟଣାରେ ୮ଟି, ନନ୍ଦନକାନନରେ ୧୨ଟି, ତମାଣ୍ଡୋରେ ୧୪ଟି ଏବଂ ଖାରବେଳନଗର ଥାନାରେ ୧୭ଟି ଠକେଇ ମାମଲା ପଞ୍ଜିକୃତ ହୋଇଛି । ସେହିପରି ବଡ଼ଗଡ଼ ଥାନା ସର୍ବାଧିକ ୪୫ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଇନଫୋସିଟି ଥାନା ୨୨ଟି ମାମଲା, ଲକ୍ଷ୍ମୀସାଗର ୨୦ଟି ଏବଂ ସହିଦନଗର ଥାନା ୧୯ ଟି ମାମଲାର ତଦନ୍ତ ଶେଷ କରିଛି ।

Commissionerate Police Annual Report On Fraud

ଭୁବନେଶ୍ୱରରେ ବଢ଼ି ଚାଲିଥିବା ବିଭିନ୍ନ ଠକେଇ ମାମଲାକୁ ରୋକିବା ନେଇ କମିଶନରେଟ୍ ପୋଲିସ ଆରମ୍ଭ କରିଥିଲା ଆଣ୍ଟି ଫ୍ରଡ୍ ସେଲ୍ । ଠକେଇର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଥିଲା । ଏହି ସେଲରେ ଚଳିତ ବର୍ଷ ଡିସେମ୍ବର ୨୧ ସୁଦ୍ଧା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଠକେଇ ଜନିତ ୧୮୭ଟି ମାମଲାର ସମୀକ୍ଷା କରାଯାଇ ୭୩ଟି ମାମଲାରେ ତଦନ୍ତ ଶେଷ କରିବାରେ ସେଲ ସାହାଯ୍ୟ କରିଛି । ହେଲେ ଏବେ ବି ଅନେକ ଠକେଇ ମାମଲାରେ ପୋଲିସର ହାତ ଖାଲି ।

ଠକେଇର ରିପୋର୍ଟ କାର୍ଡ

  1. ଗତ ଏପ୍ରିଲ୍ ମାସରେ OLXରେ ବିଜ୍ଞାପନ ଦେଇ ଲୋକଙ୍କୁ ଗାଡ଼ି କିଣାଇ ଦେବାର ପ୍ରତିଶ୍ରୁତି ଦେଇ କଳାକନା ବୁଲାଉଥିବା ଧଉଳି ଗୋପୀନାଥପୁର ଗାଁର ତୃପ୍ତି ରଞ୍ଜନ ଦାସଙ୍କୁ ଗିରଫ କରିଥିଲା ବଡ଼ଗଡ଼ ଥାନା ପୋଲିସ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମବିଏ ତଥା ଏଲଏଲବି ଶିକ୍ଷା ସମାପ୍ତ କରିଥିବା ତୃପ୍ତି ଗାଡ଼ି ଦେବା ନାଁରେ ବିଭିନ୍ନ ଲୋକଙ୍କ ପାଖରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ୍ ମାରୁଥିଲା । ତୃପ୍ତି ରଞ୍ଜନ ଦାସ ନାମକ ଏହି ଠକ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୪୭ଟି ମାମଲା ପଞ୍ଜିକୃତ ହୋଇଥିଲା ।
  2. ଆଣ୍ଟି ଫ୍ରଡ୍ ସେଲ୍ ତଥା ସହିଦନଗର ଥାନାର ମିଳିତ ଉଦ୍ୟମରେ ପ୍ଲଟ୍ ନମ୍ବର ୬୯, ଶହୀଦନଗରସ୍ଥିତ ମାଆ ତାରିଣୀ ଇଷ୍ଟକନ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ନିରଞ୍ଜନ ରଣାଙ୍କୁ ଗିରଫ କରାଯାଇଥିଲା । ନିରଞ୍ଜନ ସହିଦନଗର ଥାନାର ୧୫ଟି ମାମଲା, ବାଲିଅନ୍ତା ଥାନାର ୮ଟି ମାମଲା ଏବଂ ବଡ଼ଗଡ଼ ଥାନାର ୨ ଟି ମାମଲାରେ ଅନ୍ତର୍ଭୁକ୍ତ ଥିଲେ ।
  3. ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଗୟାଧର ଜେନା ଆଣ୍ଟି ଫ୍ରଡ୍ ସେଲ୍ ତଥା ଶହିଦନଗର ଥାନାର ମିଳିତ ଉଦ୍ୟମରେ ଗିରଫ ହୋଇଥିଲେ । ଗୟାଧର ଜେନାଙ୍କ ନାମରେ ୨୦୧୪ ମସିହାରୁ ସହିଦନଗର ଥାନାରେ ୬ଟି ମାମଲା, ଲକ୍ଷ୍ମୀସାଗର ଥାନାରେ ୧୫ ଟି ମାମଲା ତଥା ମଞ୍ଚେଶ୍ଵର ଥାନାରେ ୦୫ଟି ବିଭିନ୍ନ ମାମଲା ରୁଜୁ ହୋଇଥିଲା ଏବଂ ସେ ମଧ୍ୟ ଆଗରୁ ବହୁତ ଥର ଜମି ଜାଲିଆତି ସହ ଠକାମୀ କରି ଜେଲ୍ ଯାଇଥିଲେ ।
  4. ନାଗେଶ୍ଵରଟାଙ୍ଗୀର M/S ଆପୋଲୋ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଦୀପକ ମହାନ୍ତି ମଧ୍ୟ ଆଣ୍ଟି ଫ୍ରଡ୍ ସେଲର ଅଫିସର ମାନଙ୍କ ଉଦ୍ୟମ କ୍ରମେ ଗିରଫ ହୋଇଥିଲେ । ଦୀପକ ମହାନ୍ତିଙ୍କ ନାମରେ ବଡ଼ଗଡ଼ରେ ୨୭ ଲକ୍ଷ ଟଙ୍କା ଓ ଜଟଣୀ ଥାନାରେ ୧ କୋଟି ଟଙ୍କା ହଡ଼ପ ଅଭିଯୋଗ ଥିଲା ଏବଂ ସେ ଲିଙ୍ଗରାଜ ଥାନାର ଦୁଇଟି ମାମଲାରେ ଅନ୍ତର୍ଭୁକ୍ତ ଥିଲେ ।
  5. ଶୁଭମ ପ୍ଲେସମେଣ୍ଟ ଆଣ୍ଡ ସର୍ଭିସେସର ଡାଇରେକ୍ଟର ବିଶ୍ଵରଞ୍ଜନ ତ୍ରିପାଠୀ ଚାକିରି ଯୋଗାଇଦେବା ଆଳରେ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ପଇସା ଠକେଇ କରି ଚନ୍ଦ୍ରଶେଖରପୁର ଥାନାର ଏକ ମକଦ୍ଦମାରେ ଗିରଫ ହୋଇଥିଲେ ।
  6. ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଅଞ୍ଚଳର ପବିତ୍ର କୁମାର ଦାସଙ୍କୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ଠକେଇ ମାମଲାରେ ଗିରଫ କରାଯାଇଥିଲା । ମାମଲାର ତଦନ୍ତ ସମୟରେ ସୁନ୍ଦରପଦାର ଠକାମୀର ଶିକାର ହୋଇଥିବା ଅଭିଯୋଗକାରୀ ଜଣକ ୯ ଲକ୍ଷ ଟଙ୍କା ଫେରିପାଇଥିଲେ।
  7. ଭରତପୁର ଥାନା ଅଧୀନରେ ଥିବା  ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କଳିଙ୍ଗ ନଗର ବ୍ରାଞ୍ଚରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମକରୁଥିବା ମୀନା ନାୟକଙ୍କୁ  ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କାର ଠକେଇ ମାମଲାରେ ୨୧.୧୨.୨୦୨୧ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଯୋଗୀ ସରକାର ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧି

0

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଉପରେ ବର୍ଷିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଆମେଠିରେ ଜଣେ ଦଳିତ ବାଳିକାଙ୍କୁ ନିର୍ଯାତନା ଦେବା ଘଟଣାରେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା । ଯଦି ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରା ନଯାଏ ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ପ୍ରିୟଙ୍କା ।

ଉକ୍ତ ଦଳିତ ବାଳିକାଙ୍କୁ କିଛି ପିଲା ପିଟିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ପ୍ରିୟଙ୍କା କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡିଛି ।

https://twitter.com/priyankagandhi/status/1476073591812722688?s=20

ସେପଟେ ଆମେଠି ଡିଏସପି କହିଛନ୍ତି ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ପୋଲିସ ଅଭିଯାନ ଜାରି ରଖିଛି ।

ବଦଳିଲେ ମାଲକାନଗିରି ଏସପି ପିଏସ୍ ମୀନା

ଭୁବନେଶ୍ୱର: ଆଇପିଏସ ଓ ଓପିଏସ ସ୍ତରରେ ଅଦଳବଦଳ । ବଦଳିଲେ ମାଲକାନଗିରି ଏସପି ପିଏସ୍ ମୀନା । ଏଆଇଜି ମୁଖ୍ୟ କାର୍ଯ୍ୟାଳୟକୁ ଗଲେ ମୀନା । ତାଙ୍କ ସ୍ଥାନରେ ନୀତେଶ ୱାଧୱାନୀ ହୋଇଛନ୍ତି ମାଲକାନଗିରି ଏସପି । ପୂର୍ବରୁ ତାଳଚେର ଏସଡିପିଓ ଥିଲେ ନୀତେଶ ୱାଧୱାନୀ । ସେହିପରି କେସିଙ୍ଗା ଏସଡିପିଓ ଏସ୍. ସୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ ବଦଳି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଡରାଉଛି ଓମିକ୍ରନ୍, ପର୍ଯ୍ୟଟକଙ୍କ ପାଇଁ ୫ ଦିନ ବନ୍ଦ ରହିବ ନନ୍ଦନକାନନ

ମାଲକାନଗିରି ଏସଡିପିଓ ଅବିଳାଶ ଜିଙ୍କୁ ନାର୍କୋଟିକ୍ସ ଏସପି ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ମାୟାଧର ସେଠୀଙ୍କୁ ଡିସିପି କ୍ରାଇମ୍ ଭାବେ ଦାୟିତ୍ବ ମିଳିଛି । ନାର୍କୋଟିକ୍ସ ଏସପି ମାଧୁରୀ ସାମଲଙ୍କୁ ସିଆଇଡି ଏସପି ଦାୟିତ୍ୱ ଦିଆଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ପିଆଜ ମାଗିବାରୁ ବାଡେଇଲେ ରେଷ୍ଟୁରାଣ୍ଟ କର୍ମୀ, ମ୍ୟାନେଜର ଗିରଫ

0

କୋଲକାତା: କୋଲକାତାର ହାତିବାଗାନର ଏକ ନାମୀଦାମୀ ରେଷ୍ଟୁରାଣ୍ଟର ମାଲିକ ଓ କର୍ମଚାରୀ ମାନେ କିଛି ଯୁବକଙ୍କୁ ବାଡେଇ ଲହୁଲହୁାଣ କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ରେଷ୍ଟୁରାଣ୍ଟର ମ୍ୟାନେଜର ଓ ୱେଟର ଜଣେ ଯୁବକଙ୍କୁ ରାସ୍ତାରେ ପକାଇ ନିର୍ଦ୍ଧୁମ ପିଟିଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅଭିଯୋଗକୁ ରେଷ୍ଟୁରାଣ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ଏହି ଝଗଡା ମଦ ପିଇବାକୁ ନେଇ ଘଟିଥିଲା । ତେବେ ରେଷ୍ଟୁରାଣ୍ଟ କର୍ମୀଙ୍କ କହିବାନୁଯାୟୀ, ଚାରି ଜଣ ଯୁବକ ରାତି ପ୍ରାୟ ୧୧ଟା ବେଳେ ଫ୍ୟାମିଲି ରେଷ୍ଟୁରାଣ୍ଟକୁ ଆସି ଖାଇବା ଅର୍ଡର କରିଥିଲେ । ସେମାନେ ସାଙ୍ଗରେ ମଦ ଆଣିଥିବା ବେଳେ କର୍ମଚାରୀ ମାନେ ସେମାନଙ୍କୁ ମଦ ନ ପିଇବା ପାଇଁ କହିଥିଲେ । ଯାହା ପରେ ସେମାନେ ଆକ୍ରମଣ କରିଥିଲେ।

ଅନ୍ୟପଟେ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ୱେଟରଙ୍କୁ ପିଆଜ ମାଗିବାରୁ ଦେଇନଥିଲେ । ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ବାଡାବାଡି ମଧ୍ୟ କରିଥିଲେ । ଏପରିକି ବାହାରକୁ ବାହାର କରି ସଟର୍ ଦେଇ ଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

କୁକୁର ପାଇଁ ଜୀବନ ହାରିଲେ ୩୮ ବର୍ଷୀୟ ବ୍ୟକ୍ତି

ଛତରପୁର: ମଧ୍ୟପ୍ରଦେଶର ଛତରପୁରରେ ଘଟିଛି ଅଭାବନୀୟ ଘଟଣା । କୁକୁରକୁ ଘରୁ ବାହାର କରିବା ପାଇଁ କହିବାରୁ ଜୀବନ ହାରିଦେଲେ ଜଣେ ଯୁବକ ।

ସୂଚନା ଅନୁଯାୟୀ, ସ୍ଥାନୀୟ ବିଶ୍ୱନାଥ କଲୋନୀର ବାସିନ୍ଦା କମଲେଶ ମସିହି ନିଜ ପୋଷା କୁକୁରକୁ ଖୁବ୍ ଭଲ ପାଉଥିଲା । ଏକଦା କମଲେଶଙ୍କ ମାଆଙ୍କୁ କୁକୁରଟି କାମୁଡି ଦେଇଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ କୁକୁରକୁ ଘରୁ ବାହାର କରିଦେବାକୁ କହିଥିଲେ ମାଆ । ଏହି ଘଟଣାରେ ମ୍ରିୟମାଣ ହୋଇ ଘର ଅଗଣାରେ ଥିବା ଏକ ଗଛରେ ଫାଶୀ ଲଗାଇଥିଲା କମଲେଶ। ଏହି ସମୟରେ କମଲେଶ କୁକୁରକୁ କୋଳେଇ ଧରିଥିବା ନେଇ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।

ଭାଇ ସୁନୀଲଙ୍କ ଅନୁଯାୟୀ, କମଲେଶ କୗେଣସି ପରିସ୍ଥିତିରେ କୁକୁରକୁ ଘରୁ ବାହାର କରିବାକୁ ପ୍ରସ୍ତୁତ ନଥିଲେ। ହେଲେ ପରିବାର ଲୋକେ ତାଙ୍କ କଥାକୁ ଅଣଦେଖା କରିଥିଲେ। ଫଳରେ ସେ କୁକୁରର ଚେନରେ ନିଜକୁ ଫାଶୀ ଲଗାଇଦେଇଛି ।

୩୮ ବର୍ଷୀୟ ମୃତ କମଲେଶ ପ୍ରାୟ ୧୯ ବର୍ଷ ପୂର୍ବେ ବାରସିଭାନୀରେ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ରହିଥିଲା। ନଅ ବର୍ଷ ପୂର୍ବେ ପତ୍ନୀ ଓ ପୁଅ ତାଙ୍କୁ ଛାଡି ଚାଲିଯାଇଥିଲେ। ଯାହା ପରଠାରୁ ଏକ ଖାଲି ପ୍ଲଟରେ କୁଡିଆ ନିର୍ମାଣ କରି କମଲେଶ ନିଜ ୬୫ ବର୍ଷ ବୟସ୍କା ମା’ ଶାନ୍ତିଙ୍କ ସହ ରହୁଥିଲେ। ମେକାନିକ୍ ଭାବରେ କାମ କରୁଥିବା କମଲେଶ କୁକୁରକୁ ବହୁତ ଭଲ ପାଉଥିଲେ। ଏମିତି କୁକୁରକୁ ସବୁବେଳେ ନିଜ ପାଖେପାଖେ ରଖୁଥିଲେ ।

ଆଉ ନାହାନ୍ତି ବାଘୁଣୀ ‘ଖଇରୀ’ର ମାଆ ନିହାର ନଳିନୀ ସ୍ୱାଇଁ

କଟକ: ଆଉ ନାହାନ୍ତି ବାଘୁଣୀ ଖଇରୀର ମାଆ ନିହାର ନଳିନୀ ସ୍ୱାଇଁ । କଟକର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ମୃତ୍ୟୁ ବେଳେକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ବାଘ ଛୁଆକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ସାହସୀ ମହିଳା ନିହାର ନଳିନୀ । ୪୭ ବର୍ଷ ତଳେ ବାଘ ଛୁଆ ଖଇରୀକୁ ସେ ନିଜ ସନ୍ତାନ ଭଳି ଲାଳନପାଳନ କରିଥିଲେ । ୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ ।

Foster Mother Of Tigress Khairi, Nihar Nalini Swain Passes Away

ସେହି ସମୟରେ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ ଉପରୁ ଏକ ବାଘ ଛୁଆକୁ ପାଇ ଯଶୀପୁର ଫରେଷ୍ଟ ବଙ୍ଗଳାରେ ସରୋଜରାୟ ଚୌଧୁରୀଙ୍କୁ ଦେଇଥିଲେ । ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବାରୁ ତାହାର ନାମ ରଖାଯାଇଥିଲା ‘ଖଇରୀ’ । ସେବେଠାରୁ ସରୋଜରାଜଙ୍କ ଘରେ ରହୁଥିଲା ବାଘୁଣୀ ଖଇରୀ । ତାର ଲାଳନପାଳନ କରୁଥିଲେ ନିହାର ନଳିନୀ । ନିହାର ନଳିନୀଙ୍କ ବାତ୍ସଲ୍ୟ ମମତା ଆଗରେ ହାର ମାନିଥିଲା ଖାଦ୍ୟ ଆଉ ଖାଦକର ଭେଦଭାବ । ବହୁବାର ବାଘୁଣୀଟିକୁ ଜଙ୍ଗଲରେ ଛାଡ଼ିବାକୁ ଉଦ୍ୟମ କରାଯିବା ସତ୍ତ୍ୱେ ସେ ପୁଣି ନଳିନୀଙ୍କ ପାଖକୁ ଚାଲି ଆସୁଥିଲା ।

Foster Mother Of Tigress Khairi, Nihar Nalini Swain Passes Away

୧୯୮୧ ମାର୍ଚ୍ଚ ୨୮ ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ଖଇରୀ ।  ଏଭଳି ପରିସ୍ଥିତିରେ ଭାଙ୍ଗି ପଡ଼ିଥିଲେ ସରୋଜରାୟଚୌଧୁରୀ । ଖଇରୀକୁ ଝୁରିଝୁରି ବର୍ଷକ ପରେ ସରୋଜରାଜ ଚୌଧୁରୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଦମ୍ପତିଙ୍କ କୌଣସି ସନ୍ତାନ ନଥିବାରୁ ସ୍ୱାମୀଙ୍କ ମୃତ୍ୟୁପରେ ବୃଦ୍ଧାଶ୍ରମରେ ରହୁଥିଲେ ନିହାର ନଳିନୀ । ନଳିନୀ ମଧ୍ୟ ଆଶ୍ରମରେ ରହିବା ବେଳେ ସବୁ ବେଳେ ଖଇରୀକୁ ମନେ ପକାଉଥିଲେ । ଗତକାଲି ନିହାରୀ ନଳିନୀଙ୍କ ବୃଦ୍ଧାଶ୍ରମରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।