ଭୁବନେଶ୍ୱରରୁ ପୁରୀ ଅଭିମୁଖେ ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପ୍ରମୁଖ ସ୍ୱାଗତ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ।

CM Naveen Patnaik Welcomes President Ramnath Kovind In Airport

ପୁରୀର ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତି କିଛି ସମୟ ପୁରୀ ରାଜଭବନରେ ବିଶ୍ରାମ ନେଇ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାକୁ ନଜରରେ ରଖି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ । ଦର୍ଶନ ପରେ ସେଠାରୁ ଯାଇ ରାତ୍ରୀ ଯାପନ କରିବେ ।

ଏଥିସହ ପଢ଼ନ୍ତୁ: ସକାଳ ଜଳଖିଆରୁ ରାତି ଡିନର, ଜାଣନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ହୋଇଥିବା ଖାଦ୍ଯସୂଚୀ…

ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡୀୟ ମଠକୁ ଯାଇ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ୍ ରହିବେ । ପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଦର୍ଶନ ବ୍ୟବସ୍ଥା ଓ ନୀତିକାନ୍ତିର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ଦିର ଭିତରେ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

Leave a Reply