ତାଣ୍ଡବ ରଚିଲା ଭୟଙ୍କର ଝଡ଼ ’ୟୁନିସ’, ପ୍ରଭାବିତ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ

1 min read

ଲଣ୍ଡନ: ଦକ୍ଷିଣ ଇଂଲଣ୍ଡରେ ଭୟଙ୍କର ଝଡ଼ର ତାଣ୍ଡବ । ’ୟୁନିସ’ ପ୍ରଭାବରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୯ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଭାବରେ ହଜାର ହଜାର ଲୋକ ବେଘର ହୋଇଛନ୍ତି । ଇଂଲଣ୍ଡର ନ୍ୟୁ ହେଭେନ ବନ୍ଦରରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଝଡରେ ଇଂଲଣ୍ଡର ଦକ୍ଷିଣାଞ୍ଚଳ, ଉତ୍ତରପଶ୍ଚିମ ୟୁରୋପରେ ବ୍ୟାପକ କ୍ଷତି ଘଟିଛି । ପ୍ରବଳ ପବନ ବହିବା ସହ ଜୁଆର ଯୋଗୁ ଅନେକ ଘର ନଷ୍ଟ ହୋଇଛି । ହଜାର ହଜାର ଘର ଉପୁଡି ପଡିଥିବାବେଳେ ରାଜପଥ ଓ ରେଳପଥରେ ଚଳାଚଳ ଠପ୍ ହୋଇଯାଇଛି ।

https://youtu.be/XsRGRLbfB7w

ଗତକାଲି ସନ୍ଧ୍ୟାରେ ବାତ୍ୟା ଇଉନିସର ଲ୍ୟାଣ୍ଡଫଲ୍ ହୋଇଥିଲା । ପବନର ବେଗ ଘଣ୍ଟା ପ୍ରତି ୧୯୬ କିଲୋମିଟର ଥିବା ଯୋଗୁ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା । ଏହି ଝଡର ପ୍ରଭାବ ଫ୍ରାନ୍ସ, ବେଲଜିୟମ, ଆୟାରଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡସରେ ମଧ୍ୟ ଦେଖିବାକୁ ମିଳିଛି । ବ୍ରିଟେନରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଲକ୍ଷ ଲକ୍ଷ ଯାନବାହନ ନଷ୍ଟ ହୋଇଯାଇଛି । ସେହିପରି ଫ୍ରାନ୍ସର ଓ୍ବିମେରକ୍ସରେ ମଧ୍ୟ ବାତ୍ୟାର ପ୍ରଭାବ ପଡିଛି । ନେଦରଲ୍ୟାଣ୍ଡ୍ସର ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବେଲଜିୟମରେ ଭୟଙ୍କର ଝଡର ପ୍ରଭାବ ପଡିଛି । ହଜାର ହଜାର ଲୋକ ହୋଇଛନ୍ତି କ୍ଷତିଗ୍ରସ୍ତ । ବିଶେଷ କରି ଉପକୂଳ ଅଞ୍ଚଳର ଲୋକଙ୍କ ବିଶେଷ କ୍ଷତି ହୋଇଛି । ନେଦରଲ୍ୟାଣ୍ଡସରେ ପବନର ବେଗ ଏତେ ଅଧିକ ଥିଲା ଯେ ଏକ ଡଙ୍ଗାକୁ ଉଡାଇ ନେଇ ଏକ ଗଛରେ ଲଗାଇଥିଲା ।

Leave a Reply