୧୮ ମାସ ପରେ ଏହି ରାଶିରେ ପ୍ରବେଶ କରୁଛନ୍ତି ରାହୁ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ

Rahu Gochar-2022 May Give Good Profit To 4 Zodiac Signs

ଭୁବନେଶ୍ୱର: ରାହୁ ନାଁ ଶୁଣିଲେ ମନରେ ଡର ଆସେ । ଦେହ ଥରି ଯାଏ । ହେଲେ ରାହୁ ସବୁବେଳେ ଅଶୁଭ ଫଳ ପ୍ରଦାନ କରନ୍ତି ନାହିଁ । କୁଣ୍ଡଳୀରେ ରାହୁଙ୍କର ଉପସ୍ଥିତି ଅନୁସାରେ ଫଳ ମିଳିଥାଏ । ରାହୁ ଦେବ ଶୁଭ ଘର ଥିଲେ ଭଲ ଫଳ ମିଳେ । ଆଉ ଅଶୁଭ ଘରେ ରହିଲେ ଜାତକ ଜୀବନ କଷ୍ଟମୟ ହୋଇଯାଏ । ବହୁତ ଧିର ଗତିରେ ପ୍ରଚଳନ କରୁଥିବା ରାହୁ ଦେବ ୧୮ ମାସ ପରେ ୨୦୨୨ ଜୁଲାଇ ୧୨ରେ ରାଶି ବଦଳାଇବାକୁ ଯାଉଛନ୍ତି । ରାହୁଙ୍କ ରାଶି ପରିବର୍ତ୍ତନ ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ । କିନ୍ତୁ ୪ଟି ରାଶିଙ୍କ ଲାଗି ରାହୁ ଦେବଙ୍କ ରାଶି ପରିବର୍ତ୍ତନ ବେଶ୍ ଲାଭଦାୟକ ହୋଇପାରେ ।

Rahu Gochar-2022 May Give Good Profit To 4 Zodiac Signs

ଏହି ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ

(ମିଥୁନ) କର୍ମ ଅନୁସାରେ ପୂର୍ଣ୍ଣ ଫଳ ପାଇବେ ମିଥୁନ ରାଶିର ବ୍ୟକ୍ତି । ପ୍ରଶାସନିକ ସେବାରେ ଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବଢ଼ିବ । ବେପାର ବଣିଜ କରୁଥିବା ବ୍ୟକ୍ତିଙ୍କୁ ବି ଲାଭ ଦେବ ରାହୁଙ୍କ ରାଶି ପରିବର୍ତ୍ତନ । ଯଦି ଆପଣ ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ରାହୁ ଚଳନ ସମୟ ଆପଣଙ୍କ ପାଇଁ ବେଶ୍ ଅନୁକୂଳ । ସେୟାର ବଜାରରେ ଟଙ୍କା ଲଗାଇଲେ ଲାଭ ହେବ ।

(କର୍କଟ) କର୍କଟ ରାଶି ଜାତକଧାରୀଙ୍କ ଆର୍ଥିକ ସ୍ଥିତିରେ ଭଲ ସୁଧାର ଆସିବା ସମ୍ଭାବନା ରହିଛି । ପ୍ରତିଟି କାମରେ କର୍କଟ ରାଶି ବ୍ୟକ୍ତିଙ୍କ ପ୍ରଦର୍ଶନ ଭଲ ରହିବ । ଆପଣ ଭଲ ଆୟ କରିବାରେ ସଫଳ ହେବେ । କାର୍ଯ୍ୟକ୍ଷେତ୍ରରେ ଆପଣ ଉଚ୍ଚ ପ୍ରଂଶସିତ ହେବା ସହ କର୍କଟ ରାଶି ଉପରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିବ । ଏଥିପାଇଁ ଆପଣଙ୍କୁ ବିଶେଷ ଲାଭ ମିଳିବ । ଦୀର୍ଘ ସମୟରୁ ଧିମେଇ ଯାଇଥିବା ବ୍ୟବସାୟରେ ଅଗ୍ରଗତି ଆସିବ ।

Rahu Gochar-2022 May Give Good Profit To 4 Zodiac Signs

(ବିଛା) ବିଛା ରାଶିର ବ୍ୟକ୍ତିଙ୍କ ଲାଗି ରାହୁ ଚଳନ ଶୁଭଫଳ ଦେବ । ବିଛା ରାଶିର ବ୍ୟକ୍ତି ଭଲ ଧନ ଅର୍ଜନ କରିବା ସହ ସଞ୍ଚୟ କରିବାକୁ ସକ୍ଷମ ହେବେ । ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କୁ ବେଶ୍ ଲାଭ ଦେବ । ବିଛା ରାଶିର ଅଧିପତି ମଙ୍ଗଳ ଗ୍ରହ ହୋଇଥିବାରୁ ସେନା, ଇଞ୍ଜିନିୟର, ପୋଲିସ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ ।

(କୁମ୍ଭ) ବିଛା ଭଳି କୁମ୍ଭ ରାଶିର ଲୋକଙ୍କ ପାଇଁ ରାହୁ ଚଳନ ଶୁଭଦାୟକ ହେବ । କୁମ୍ଭ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିବ । ଶନି ଦେବଙ୍କ ସମ୍ପର୍କିତ ସାମଗ୍ରୀ ଯେପରିକି ତେଲ, ଲୁହା କାର୍ଯ୍ୟ କିମ୍ବା ତା ଉପରେ ନିବେଶ ପାଇଁ ଏହି ସମୟ ଶୁଭଙ୍କର । ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବି ସମୟ ବେଶ୍ ଭଲ । ଶନି ଦେବ କୁମ୍ଭ ରାଶିର ଅଧିପତି ଅଟନ୍ତି । ଜ୍ୟୋତିଷଙ୍କ ଅନୁସାରେ, ରାହୁଙ୍କ ସହ ଶନିଦେବଙ୍କ ବନ୍ଧୁତା ରହିଛି । ସେ ଦୃଷ୍ଟିରୁ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ସେୟାର ବଜାରରେ ଆକସ୍ମିକ ଲାଭ ମିଳିପାରେ ।

ଏହାଛଡ଼ା ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ଧନୁ, ମକର, ମୀନ, ରାଶି ଲାଗି ରାହୁ ଚଳନ ସେତେଟା ଭଳ ଫଳ ଦେବ ନାହିଁ ।

Leave a Reply