ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ ପ୍ରତିଶତ ମତଦାନ, ସୁବର୍ଣ୍ଣପୁରରେ ସର୍ବାଧିକ

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୦୩ ପ୍ରତିଶତ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନ ମଧ୍ୟରୁ ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡାରେ ୮୫.୧୪ ପ୍ରତିଶତ ମତଦାନ ହୋଇଛି । ବୌଦ୍ଧରେ ୮୪.୦୯ ପ୍ରତିଶତ, କଳାହାଣ୍ଡିରେ ୮୩.୮୧ ପ୍ରତିଶତ, ଢେଙ୍କାନାଳରେ ୮୧.୦୮ ପ୍ରତିଶତ, ଭଦ୍ରକରେ ୮୧.୦୪ ପ୍ରତିଶତ ଭୋଟ୍ ହୋଇଛି ।

ସେହିପରି ଯାଜପୁରରେ ୭୦ ପ୍ରତିଶତ ମତଦାନ ହୋଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ସେପଟେ ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି ବୁଥରେ ପୁନଃମତଦାନ ପାଇଁ ପ୍ରସ୍ତାବ ଆସିଛି । ଦୁଇଟି ବୁଥରୁ ବାଲଟ ତ୍ରୁଟି ନେଇ ରିପୋର୍ଟ ଆସିଥିଲା । ସେହିପରି ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ପୁନଃମତଦାନ ନେଇ ପ୍ରସ୍ତାବ ଆସିଛି । ଏ ସବୁ ଉପରେ ନିର୍ବାଚନ କମିଶନ ବିଚାର ବିମର୍ଶ କରୁଥିବା କହିଛନ୍ତି ନିର୍ବାଚନ କମିଶନଙ୍କ ସଚିବ ।

 

Leave a Reply