spot_img
Home Blog Page 4740

ଡରାଉଛି ଓମିକ୍ରନ୍, ପର୍ଯ୍ୟଟକଙ୍କ ପାଇଁ ୫ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦିନ ଗଢ଼ିବା ସହ ବଢ଼ୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସଜାଗ ଅଛନ୍ତି ସରକାର । ସଂକ୍ରମଣ ରୋକିବାକୁ ନେଉଛନ୍ତି କଡ଼ା ପଦକ୍ଷେପ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

Nandankanan Zoological Park Closed For Visitors In New Year Omicron

ନନ୍ଦନକାନନ ସହ ରାଜ୍ୟ ବଟାନିକାଲ ଗାର୍ଡେନ ସାମୟିକ ବନ୍ଦ ରହିବ । ଆସନ୍ତାକାଲି ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ନୂଆବର୍ଷ ସମୟରେ ନନ୍ଦନକାନରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୮ ଲକ୍ଷ ୨୦ ହଜାର ୪୮୪ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ । ୨୦୨୧ ଜାନୁଆରୀ ୧ ତାରିଖରେ ମୋଟ ୧୨ ହଜାର ୪୩୯ ଜଣ ପର୍ଯ୍ୟଟକ ଆସିଥିଲେ ନନ୍ଦନକାନନ । ସେହିଭଳି ଭୋଜି ପାଇଁ ରାଜ୍ୟ ବଟାନିକାଲ ଗାର୍ଡେନରେ ଏହି ସମୟରେ ବେଶ୍ ଭିଡ଼ ଜମିଥାଏ ।

ପୁଷ୍ପା I Hate Beer: ଭିନ୍ନ ଅନ୍ଦାଜରେ ଟ୍ରାଫିକ୍ ସଚେତନତା

0

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆସିବାକୁ ଯାଉଛି ନବବର୍ଷ । ଏହା ପୂର୍ବରୁ ବେପରୁଆ ଗାଡି ଚାଳନା ତଥା ମଦ ପିଇ ଗାଡ଼ି ଚାଳନା ନକରିବାକୁ ଲୋକଙ୍କୁ ଭିନ୍ନ ଅନ୍ଦାଜରେ ସଚେତନ କରି ଚର୍ଚ୍ଚାକୁ ଆସିଛି ରାଜସ୍ଥାନ ପୋଲିସ।

ଲୋକଙ୍କୁ ସଚେତନ ପାଇଁ ଫିଲ୍ମର ଲୋକପ୍ରିୟ ଡାଇଲଗ୍ ଗୁଡିକୁ ବ୍ୟବହାର କରିଛନ୍ତି ପୋଲିସ । ପୁଷ୍ପା I Hate Beer,  ଜାନି! ଏ ବଚୋକେ ଖେଲନେ କି ଚିଜ୍ ନେହି ହେ, ବେକାବୁ ହୋ ଯାଏ ତାେ ଆକ୍ସିଡେଣ୍ଟ ହୋ ଜାତା ହେ ଭଳି କିଛି ମଜାଦାର ଟ୍ୱିଟ୍ କରିଛି ରାଜସ୍ଥାନ ପୋଲିସ । ଖାଲି ଏତିକି ନୁହେଁ ”ଚଳିତ ନବବର୍ଷରେ ବାଇକ୍ ହେଉ କିମ୍ବା କାର୍, ସ୍ପିଡକୁ କଣ୍ଟ୍ରୋଲ୍ କରନ୍ତୁ” ବୋଲି ଟ୍ୱିଟ୍ ମଧ୍ୟ କରାଯାଇଛି ।

‘ପୁଷ୍ପା, ଆଇ ହେଟ୍ ବିଅର୍!’-

ରାଜେଶ ଖନ୍ନାଙ୍କ ଲୋକପ୍ରିୟ ଡାଏଲଗ୍ ‘ପୁଷ୍ପା ଆଇ ହେଟ୍ ଟିଅର୍ସ’କୁ ବଦଳାଇ ରାଜସ୍ଥାନ ପୋଲିସ ‘ପୁଷ୍ପା ଆଇ ହେଟ୍ ବିଅର’ ବୋଲି ଟ୍ୱିଟ୍ କରିଛି । ଯେଉଁଥିରେ ପୋଲିସ ପକ୍ଷରୁ ମଦ ପିଇ ଗାଡି ନଚଳାଇବାକୁ ସୂଚନା ଦିଆଯାଇଛି।

ରାଜସ୍ଥାନ ପୋଲିସର ଏଭଳି ଅଭିନବ ଅନ୍ଦାଜକୁ ସୋସିଆଲ୍ ମିଡିଆରେ ଖୁବ୍ ପସନ୍ଦ କରିଛନ୍ତି ୟୁଜର୍ସ ।

ଉଦଘାଟନର ୧୦ ଦିନ ପରେ ଓଭରହେଡ୍ ପାଣି ଟାଙ୍କି ଅଚଳ

କଣ୍ଟାବାଞ୍ଜି: ଉଦଘାଟନର ୧୦ ଦିନ ପରେ ଅଚଳ ହେଲା ଓଭରହେଡ୍ ପାଣି ଟାଙ୍କି । ବିଶୁଦ୍ଧ ପାନୀୟଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପତ୍ରାପାଲିବାସୀ । ଠିକା ସଂସ୍ଥାର ମନମାନି ପାଇଁ ଅଚଳ ହୋଇ ପଡିଛି ଓଭରହେଡ଼ ପାଣି ଟାଙ୍କି । ଏପଟେ ପାଣି ଟୋପାଏ ପାଇଁ ସସସ୍ୟା ଭୋଗୁଛନ୍ତି ଲୋକେ । ନଳକୂପର ଲୁହାଗୁଣ୍ଡି ପାଣିକୁ ବ୍ୟବହାର କରି ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ।

Over Head Water Tank Unfunctional After 10 Days Of Inauguration

ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ପାଣିରେ ପଡ଼ିଛି ସରକାରୀ ଅର୍ଥ । ଟ୍ୟାପ ଲାଗିଛି, ଷ୍ଟାଣ୍ଡପୋଷ୍ଟ ବି ଅଛି, ହେଲେ ଶୁଖିଲା ପଡ଼ିଛି ଟାଙ୍କି । ଉଦଘାଟନ ହେବାର ମାତ୍ର ୧୦ ଦିନ ପରେ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ପାଣି ଟାଙ୍କି ଅଚଳ ହୋଇ ପଡ଼ିଛି । ମଟର ଅଚଳ ହେବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି ମୁରିବାହାଲ ବ୍ଲକ ଜାମୁଟ ଗ୍ରାମବାସୀ ।

Over Head Water Tank Unfunctional After 10 Days Of Inauguration

ପାଣି ଆସୁନଥିବାରୁ ଧିରେ ଧିରେ ନଷ୍ଟ ହେଲାଣି ଷ୍ଟାଣ୍ଡପୋଷ୍ଟ । ଗାଁରେ ୫ଟି ନଳକୂପ ଅଛି, ହେଲେ ପାଣିରେ ଲୁହାଗଣ୍ଡି ବାହାରୁଥିବାରୁ ବ୍ୟବହାର ଉପଯୋଗୀ ହେଉନାହିଁ । ମଟର ସଚଳ କରିବାକୁ ଦାବି ହେଉଛି, ମାତ୍ର କୌଣସି ସୁଫଳ ମିଳୁନାହିଁ । ସେପେଟ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ସେଠ୍ ସମସ୍ୟାକୁ ସ୍ୱୀକାର କରିବା ସହ ଶୀଘ୍ର ପାଣି ଟାଙ୍କି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଲୁଟ୍ ପାଇଁ ଆସି ଫାଇନାନ୍ସ କର୍ମଚାରୀଙ୍କ ହାତ ହାଣିଦେଲେ ଦୁର୍ବୃତ୍ତ

ବାଲିପାଟଣା: ସଞ୍ଜ ନଇଁଲେ ଅପରାଧ ବଢ଼ୁଛି । ପୁଣି ବାଲିଅନ୍ତା ଅଞ୍ଚଳରେ ସକ୍ରିୟ ହେଲେ ଲୁଟେରା । ବାଲିଅନ୍ତା ବ୍ଲାକ ରଣପୁର ଗାଁରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆହାତ କର୍ମଚାରୀ ଜଣଙ୍କ ବନ୍ଧନ ବ୍ୟାଙ୍କର ବୋଲି ଜଣା ପଡ଼ିଛି ।

ଏଥିସହ ପଢ଼ନ୍ତୁ: ୧୪ ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଟଙ୍କା ଆଦାୟ ସାରି ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ଲାଲ୍ ରଙ୍ଗର ପଲସରରେ ଆସି ଲୁଟ୍ ପାଇଁ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । କର୍ମଚାରୀ ଜଣଙ୍କ ଡାହାତ ହାତକୁ ହାଣି ଦେଇଥିଲେ ଦୁର୍ବୃତ୍ତ । ସେହି ସମୟରେ କିଛି ସ୍ଥାନୀୟ ଲୋକ ପହଞ୍ଚିବାରୁ ଦୁର୍ବୃତ୍ତ ପଳାଇ ଯାଇଥିଲେ । ଆହାତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ତଦନ୍ତ କରୁଛି ।

୧୪ ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବେ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।

CM Naveen Patnaik Inaugurates 14 Cybercrime Police Stations

ଉଦଘାଟିତ ହୋଇଥିବା ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ  ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେର ଏବଂ ସଫ୍ଟୱେର ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ଥାନାର ଉଦଘାଟନ କରିଛନ୍ତି । ଇନଫୋ ଭ୍ୟାଲି ସ୍ପେଶିଆଲ୍ ଇକୋନୋମିକ ଜୋନ୍, କଟକ ବୟାଳିଶି ମୌଜା, ଭୁବନେଶ୍ୱର ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତିକରଣ କରାଯାଇଛି । ଏସବୁ ପୋଲିସ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରି ଆସୁଥିଲେ । ୩ ଥାନା ରୂପାନ୍ତିକରଣ ଦ୍ୱାରା ଦୈତ୍ୟ ନଗରୀରେ ପୋଲିସର ଶକ୍ତି ବୃଦ୍ଧି ପାଇବ ।

ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍: ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକାର ସେଞ୍ଚୁରିୟନଠାରେ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ଭାରତ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଛି । ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ଭାରତ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ସର୍ବାଧିକ ୩୪ ରନ ଋଷଭ ପନ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ୍ ଓ କଗିସୋ ରାବାଡା ୪ଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଲୁଙ୍ଗି ଏଙ୍ଗିଡି ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

ଆଜି ଚତୁର୍ଥ ଦିନ ଖେଳ ଆରମ୍ଭରୁ ଭାରତ ଖରାପ ଆରମ୍ଭ କରିଥିଲା । ଚତୁର୍ଥ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ବୋଲର ଲଗାତର ଭାବରେ ଓ୍ୱିକେଟ ଅକ୍ତିଆର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୨୩, ଚେତେଶ୍ୱର ପୂଜାରା ୧୬, ବିରାଟ କୋହଲି ୧୮, ଆଜିଙ୍କେ ରାହାଣେ ୨୦ ଓ ଅଶ୍ୱିନୀ ୧୪ ରନ କରିଥିଲେ । ଭାରତର ୪ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ତେବେ ଏହି ମ୍ୟାଚକୁ ଜିତିବାକୁ ଭାରତକୁ ଦକ୍ଷିଣ ଆଫ୍ରିକାକୁ ୩୦୫ ରନ ପୂର୍ବରୁ ଅଲଆଉଟ କରିବାକୁ ପଡ଼ିବ ।

ନୂଆବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏସବୁ ସାମଗ୍ରୀ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ନୂଆଦିଲ୍ଲୀ: ନବବର୍ଷକୁ ଆଉ ଦିନ କେଇଟା ବାକି ରହିଛି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ। ୨୦୨୨ର ଏହି ନୂତନ ବର୍ଷରେ ସମସ୍ତେ କିଛିନା କିଛି ନୂଆ ଜିନିଷ ଘରକୁ ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁସବୁ ଜିନିଷ ଘରକୁ ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ…

ମୟୂର ପର-
ମୟୂର ପର ଭଗବାନ କୃଷ୍ଣଙ୍କ ସହ ଜଡିତ । କୁହାଯାଏ ଯେଉଁ ଘରେ ମୟୂରର ପଙ୍ଖ ରହିଥାଏ ସେଠାରେ ଧନୀର ଦେବୀ ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଯଦି ଆପଣ ମଧ୍ୟ ନୂଆ ବର୍ଷକୁ ଖୁସିରେ ଭରିବାକୁ ଚାହୁଁଛନ୍ତି ତେବେ ଘରକୁ ନିଶ୍ଚୟ ଆଣନ୍ତୁ ମୟୁର ପର ।

ଧାତୁର କଇଁଛ-
ଏକ ନିର୍ଦ୍ଦିଷ୍ଟ ଧାତୁରେ ନିର୍ମିତ କଇଁଛ ବାସ୍ତୁ ଦୃଷ୍ଟିକୋଣରୁ ଶୁଭ । ବାସ୍ତୁଶାସ୍ତ୍ର ଅନୁଯାୟୀ ରୂପା, ପିତ୍ତଳ କିମ୍ବା କାଂସ୍ୟ ଧାତୁରେ ନିର୍ମିତ କଇଁଛ ଖୁବ୍ ଶୁଭ । ଧାତୁ କଇଁଛକୁ ଉତ୍ତର ଦିଗରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାସହିତ ପରିବାରରେ ସୁଖ ଏବଂ ସମୃଦ୍ଧି ବଢିଥାଏ ।

ଗୋମତି ଚକ୍ର-
ଜ୍ୟୋତିଷ ଶାସ୍ତ୍ରରେ ଗୋମତି ଚକ୍ରକୁ ଚମତ୍କାର ବୋଲି ବିବେଚନା କରାଯାଏ । ଏହାକୁ ଘରେ ରଖିଲେ ଶତ୍ରୁମାନେ ହଇରାଣ କରନ୍ତିନାହିଁ । ଗୋମତି ଚକ୍ରକୁ ଘର ଭିତରେ ଏକ ସିନ୍ଦୁର ଡବାରେ ରଖିବାକୁ ଶୁଭ ବୋଲି ବିବେଚିତ କରାଯାଏ । ଏହାବ୍ୟତୀତ ୧୧ ଗୋମତି ଚକ୍ରକୁ ହଳଦିଆ କପଡ଼ାରେ ଗୁଡ଼ାଇ ଟିଜୋରୀରେ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

ତୁଳସୀ ଗଛ-
ତୁଳସୀର ସମ୍ପର୍କ ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ରହିଛି । ଏହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଘରେ ତୁଳସୀ ଗଛ ରହିବା ଦ୍ୱାରା ଘରେ ଅସୁବିଧା ହେବାର ସମ୍ଭାବନା କମିଯାଏ | ଏହା ସହିତ ଘରର ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ଅଛି |

 

କୁଆପଥର ବର୍ଷା ପରେ ଘୋଡ଼ାଇବ ଘନ କୁହୁଡ଼ି, ପୁଣି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସାମାନ୍ୟ ହ୍ରାସ ପାଇଥିବା ବେଳେ ଲାଗି ରହୁଛି ଘନ କୁହୁଡ଼ି । ସେପଟେ ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି । ଯାହାକି ବିହାରରୁ ତେଲଙ୍ଗାନା ଦେଇ ପୂର୍ବ ମଧ୍ୟ ପ୍ରଦେଶ ଓ ଭିଦ୍ରବ ଯାଏ ଲମ୍ବିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ରହିଛି । ବର୍ଷା ପରେ ଆଉ ୨ ଦିନ ଘନ କୁହୁ଼ଡ଼ି ଲାଗି ରହିବ ।

୩୧ ତାରିଖରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

ଏହି ରାଜ୍ୟରେ ୨୫ ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

ରାଞ୍ଚି: ନୂଆ ବର୍ଷରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର । ନୂଆ ବର୍ଷରେ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ । ଟଙ୍କାଏ କି ଦୁଇ ଟଙ୍କା ନୁହେଁ ୨୫ ଟଙ୍କା ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଦର। ଏନେଇ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କିନ୍ତୁ ଏହି ଶସ୍ତା ପେଟ୍ରୋଲ-ଡିଜେଲ କେବଳ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ହିଁ ମିଳିପାରିବ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ମିଳିବ ।

ଝାଡଖଣ୍ଡ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଲଗାତର ଭାବରେ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମ୍ କରିବା ପାଇଁ ଦାବି କରୁଥିଲେ । ଆସୋସିଏସନ ସରକାରଙ୍କୁ ପେଟ୍ରୋଲରୁ ୫ ପ୍ରତିଶତ ଭାଟ୍ କମାଇବାକୁ ଦାବି କରିଥିଲେ । ସେମାନେ କହିଥିଲେ ଯଦି ସରକାର ଭାଟ୍ କମ୍ କରି ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତକୁ କଲେ ସାଧାରଣ ଲୋକ ଏହା ଦ୍ୱାରା ବେଶ୍ ଉପକୃତ ହେବେ । ଆସୋସିଏସନ ଆହୁରି କହିଛି କି ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି । ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରେ ଡିଜେଲ ଭରୁଛନ୍ତି । ଯେଉଁଥିପାଇଁ ଝାଡଖଣ୍ଡ ସରକାରଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ହୋଇଥିଲେ । ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଥିଲା । କ୍ରମାଗତ ଭାବର ଦର ବୃଦ୍ଧି ହେବା ପରେ ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ପାଞ୍ଚ ଟଙ୍କା ଓ ଡିଜେଲ ଉପରୁ ଦଶ ଟଙ୍କା ହ୍ରାସ କରି ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ । କେନ୍ଦ୍ର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ସାରା ଦେଶରେ ତୈଳ ମୂଲ୍ୟ ହ୍ରାସ ପାଇଥିଲା । କେନ୍ଦ୍ର ସରକାର ଭାଟ୍ ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡରେ କାହିଁକି ସାମିଲ ମାୟାବାକ୍…

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବଳୟରେ ସାମିଲ ହୋଇଛି ମର୍ସିଡିଜର ମାୟାବାକ୍ । ଏହି କାରର ମୂଲ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ତେବେ ସରକାରୀ ସୁତ୍ରରୁ ପ୍ରକାଶ ଯେ ନୂଆ କାରଗୁଡ଼ିକର ଅ୍ରପଗ୍ରେଡ୍ କରାଯାଇ ନାହିଁ ବରଂ ବଦଳାଇ ଦିଆଯାଇଛି। କାରଣ ବିଏମଡବ୍ଲୁ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ମଡେଲର ନିର୍ମାଣ ବନ୍ଦ କରି ଦେଇଛି।

ଏପରିକି ନୂଆ କାରର ମୂଲ୍ୟ ଗଣମାଧ୍ୟମ ଅନୁମାନ କରିଥିବା ଦାମ୍ ତୁଳନାରେ ବହୁତ କମ୍ । ଅନେକ ଗଣମାଧ୍ୟମରେ ମାୟାବାକ୍ କାରର ମୂଲ୍ୟ ୧୨ କୋଟିରୁ ଅଧିକ ହେବ ପ୍ରକାଶିତ ହୋଇଥିଲା।

ଏସପିଜିର ସୁରକ୍ଷା ନିୟମ ଅନୁଯାୟୀ ସୁରକ୍ଷା ପାଇଁ ବ୍ୟବହୃତ ଯାନ ବଦଳାଇବା ପାଇଁ ଛଅ ବର୍ଷର ମାନଦଣ୍ଡ ରହିଛି। କିନ୍ତୁ ମୋଦୀଙ୍କ ପାଇଁ ବ୍ୟବହୃତ ହେଉଥିବା ପୂର୍ବ କାରଗୁଡିକ ଆଠ ବର୍ଷ ଯାଏଁ ବ୍ୟବହାର ହୋଇଛି। ଅଡିଟ୍ ବେଳେ ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ତେବେ ନୂଆ କାର ନେଇ ଅଧିକାରୀମାନେ କହିଥିଲେ ଯେ- ଏସମ୍ପର୍କରେ ମୋଦୀ କୗେଣସି ପସନ୍ଦ ଦର୍ଶାଇନଥିଲେ ।