spot_img
Home Blog Page 4724

୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ୧୫ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଚାଲିଛି ଟିକାକରଣ । ସକାଳ ୮ରୁ ଆରମ୍ଭ ହୋଇଥିବା ଟିକାକରଣ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯାଉଛି ।

ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦିଆଯାଉଛି । ସେଥିମଧ୍ୟରୁ କିଛି ଟିକାକେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ ।

ନର୍ଦ୍ଦମା ପାଣି ପାଇଁ ହତ୍ୟା !

ରାୟଗଡ଼ା: ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ଯୁକ୍ତିତର୍କ ଓ ହତ୍ୟା ଅଭିଯୋଗ । ଘଟଣା ଘଟିଛି ରାୟଗଡ଼ା ସଦର ବ୍ଲକ କୁମ୍ଭିକୋଟା ହରିଜନ ସାହିରେ । ମୃତକ ଜଣଙ୍କ ହେଲେ ଅଜୟ କୋସଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ହରିଜନ ସାହିରେ ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ଅଜୟ ଓ ଗୋରେଖା ଖୋରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଘଟଣା ସ୍ଥଳରେ ଅଜୟ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ୪ ଜଣଙ୍କ ବିରୋଧରେ ମୃତ ଅଜୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଯାଜପୁରରେ ବଳ ବଢ଼ାଉଛି ବିଜେଡି, ଶଙ୍ଖ ଫୁଙ୍କିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ଦିନକୁ ଦିନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ଗତକାଲି ଦୁଇ ଶହରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତରେ ବିଜେଡିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ନିଜ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବଳିଷ୍ଠ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଏମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡ଼ିର ବରିଷ୍ଠ ନେତା କାର୍ଣ୍ଣାଟ କେଶରୀ ଦାସ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁଣି ଆରମ୍ଭ ହେଲା ଜଗା ଦର୍ଶନ

ପୁରୀ: ୩ ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେଲା ଶ୍ରୀଜିଉଙ୍କ ଦର୍ଶନ । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଗହଳି ଆଶଙ୍କାରେ ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖିଥିଲା ପ୍ରଶାସନ । ଏଥିପାଇଁ ଡିସେମ୍ବର  ୩୧ ଓ ଜାନୁଆରୀ ୧ତାରିଖ ଶ୍ରୀଜିଉଙ୍କ ଦର୍ଶନ କରିପାରିନଥିଲେ ଶ୍ରଦ୍ଧାଳୁ । ୨ ତାରିଖ ରବିବାର ହୋଇଥିବାରୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ବନ୍ଦ ରହିଥିଲା । ଏହାପରେ ଆଜିଠୁ ପୁଣି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗାଇଡଲାଇନ ଅନୁସାରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

୩ଦିନ ପରେ ଶ୍ରୀମନ୍ଦିର ଖୋଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଏହାସହ ଶରଧାବାଲିରେ ମଧ୍ୟ ସୂର୍ଯ୍ୟୋଦୟ ଓ ସମୁଦ୍ର ଗାଧୁଆର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ଫେରିଲା ଜାଡ଼, ୪ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣିଂ

ଭୁବନେଶ୍ବର: କିଛିଦିନର ଝିପିଝିପି ବର୍ଷା ପରେ ପୁଣି ଫେରିଲା ଶୀତ । କୋହଲା ପାଗକୁ ଥଣ୍ଡା ପବନରେ ଥରହର ଜନଜୀବନ । କମିଲା ସ୍ବାଭାବିକ ତାପମାତ୍ରା । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପ୍ରବଳ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର ଓ ବରଗଡ ଜିଲ୍ଲାରେ ଶୀତଲହରୀ ପାଇଁ ସତର୍କତା ଜାରି କରାଯାଇଛି । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ ବଢିବା ଆରମ୍ଭ କରିଛି । ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ୍ ନ ଥିବାରୁ ପାଗ ମୁଖତଃ ଶୁଖିଲା ରହିବ । ଜାଡ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନୁଗୁଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା

ଭୁବେନଶ୍ବର: ଆଜିଠୁ ଭ୍ୟାକ୍ସିନ ନେବେ କିଶୋର । ୧୫ରୁ ୧୮ ବର୍ଷ କିଶୋରଙ୍କ ଲାଗି ଆରମ୍ଭ ହେବ ଟିକାକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଟିକାକରଣ କରାଯିବ । ସକାଳ ୮ରୁ ଗୋଟାଏ ପର୍ଯ୍ୟନ୍ତ ଭ୍ୟାକ୍ସିନ ଦିଆଯିବ । କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯିବ । ଏଥିପାଇଁ ଉଭୟ ଅନଲାଇନ୍ ଓ ଅନସାଇଟରେ ପଞ୍ଜିକରଣ କରାଯାଉଛି ।

ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦେବାକୁ ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ କିଛି ଟିକାକେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆବଶ୍ୟକ ପଡ଼ିଲେ କିଛି ସ୍କୁଲ୍ ଓ କଲେଜରେ ମଧ୍ୟ ଭ୍ୟାକ୍ସିନେସନ୍ କେନ୍ଦ୍ର ଖୋଲାଯିବ । ମାସକ ଭିତରେ ସମସ୍ତଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପିଲାଙ୍କ ଟିକାକରଣ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପକ୍ଷରୁ ମିଳିତ ବୈଠକ କରାଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କର ପରୀକ୍ଷା ଥିବାରୁ ପ୍ରଥମେ ନବନ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ । ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ବିଦ୍ୟାଳୟରେ ଟିକାଦାନ ପାଇଁ ଆବଶ୍ୟକ ସ୍ଥାନ ଯୋଗାଇ ଦିଆଯିବ । ପ୍ରଥମ ଡୋଜ୍ ନେବାର ୧୮ରୁ ୪୦ ଦିନ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ ।

ଅପହୃତ ନାବାଳକ ଉଦ୍ଧାର

ବରଗଡ଼: ଅପହରଣର ୪ରୁ ୫ ଘଣ୍ଟା ପରେ ଅପହୃତ ୯ ବର୍ଷର ନାବାଳକ ମହମ୍ମଦ ମୌଜାମ ଉଦ୍ଧାର କରାଯାଇଛି । ବରଗଡ଼ ACC ସିମେଣ୍ଟ କାରଖାନାରେ କାର୍ଯ୍ୟରତ ସିଏସଆର ମୁଖ୍ୟ ଜମିଲ ଅଖତର ଖାଁଙ୍କ ପୁଅ ମହମ୍ମଦ ଗତକାଲି ସନ୍ଧ୍ୟାରେ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଫେରି ନଥିଲା । ପରେ ପୁଅକୁ ଅପହରଣ କରାଯାଇଛି ଏବଂ ୧୦ ଲକ୍ଷ ଦେଲେ ପୁଅକୁ ଫେରାଇବାକୁ ଅପହରଣକାରୀ ଚିଠି ମାଧ୍ୟମରେ ଧମକ୍ ଦେଇଥିଲେ । ଖବର ପାଇବା ପରେ ଛକ ବଜାରରେ ଆରମ୍ଭ ହୋଇଯାଇଥିଲା ସର୍ଚ୍ଚ ଅପରେସନ୍ । ସ୍ଥାନେ ସ୍ଥାନେ ପାଟ୍ରୋଲିଂ ଓ ବିଭିନ୍ନ ଛକରେ ଗାଡି ଚେକିଂ ଆରମ୍ଭ ହୋଇଥିଲା । ପୋଲିସ ତନାଘନା ପରେ ଭୟରେ ସ୍କୁଲ ନିକଟରେ ନାବାଳକକୁ ଛାଡି ଦେଇଥିଲେ ଅପହରଣକାରୀ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ, ଅପହରଣ ପରେ ରାସ୍ତାରୁ ଏକ ଚିଠି ପାଇଥିଲେ ପଡୋଶୀ । ଉକ୍ତ ଚିଠିରେ ଛୁଆକୁ ଅପହରଣ କରିଥିବା ସହ ଦଶ ଲକ୍ଷ ଟଙ୍କା ଦେଲେ ଛାଡିବାକୁ ଅପହରଣକାରୀ ଧକମ ଦେଇଥିଲେ । ଦୁଇ ତିନି ଦିନ ମଧ୍ୟରେ ଟଙ୍କା ବନ୍ଦୋବସ୍ତ କରି ବରଗଡ଼ ଜିଲ୍ଲାର ଦୁଇଟି ଲୋକାଲ ଚ୍ୟାନେଲର (Bn news khabar ଓ Bargarh Tv)ରେ ଲାଷ୍ଟ ତିନୋଟି ଭିଡିଓରେ ମୋବାଇଲ ନମ୍ବର କମେଣ୍ଟ କରିବାକୁ ଲେଖିଥିଲେ ଅପହରଣକାରୀ । ଏ ସମ୍ପର୍କରେ ସମ୍ପର୍କୀୟ କିମ୍ବା ପୋଲିସକୁ ଜଣାଇଲେ ପିଲାକୁ ହତ୍ୟା କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା ।

ପାର୍କରେ ଖେଳୁଥିବା ବେଳେ ୯ବର୍ଷ ଶିଶୁପୁତ୍ରକୁ ଉଠାଇ ନେଲେ ଦୁର୍ବୃତ୍ତ

ବରଗଡ଼: ବରଗଡ଼ରେ ନାବାଳକଙ୍କୁ ଅପହରଣ ଅଭିଯୋଗ । ବରଗଡ଼ ACC ସିମେଣ୍ଟ କାରଖାନା ସିଏସଆର୍ ହେଡ ଜମିଲ୍ ଅକ୍ତର ଖାଁଙ୍କ ୯ବର୍ଷର ବର୍ଷର ପୁଅକୁ ଅପହରଣ କରାଯାଇଥିବା ଟାଉନ ଥାନାରେ ଅଭିଯୋଗ । ବରଗଡ଼ ଟାଉନ ଥାନାରେ ଏତଲା ଦେଲେ ସିଏସଆର୍ ହେଡ । ୯ ବର୍ଷର ପୁଅ ମହମ୍ମଦ ମୌଜାମ ଆଜି ସନ୍ଧ୍ୟା ସମୟରେ ଘର ପାଖ ପାର୍କରେ ଖେଳୁଥିବା ବେଳେ କିିଛି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିବା ଜଣାପଡ଼ିଛି ।
ପରେ ରାସ୍ତାରୁ ଏକ ଚିଠି ପାଇଥିଲେ ପଡୋଶୀ । ଉକ୍ତ ଚିଠିରେ ଛୁଆକୁ ଅପହରଣ କରିଥିବା ସହ ଦଶ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଲେଖା ଯାଇଛି । ଦୁଇ ତିନି ଦିନ ମଧ୍ୟରେ ଟଙ୍କା ବନ୍ଦୋବସ୍ତ କରି ବରଗଡ଼ ଜିଲ୍ଲାର ଦୁଇଟି ଲୋକାଲ ଚ୍ୟାନେଲର (Bn news khabar ଓ Bargarh Tv)ରେ ଲାଷ୍ଟ ତିନୋଟି ଭିଡିଓରେ ମୋବାଇଲ ନମ୍ୱର କମେଣ୍ଟ କରିବାକୁ ଲେଖିଛନ୍ତି ଅପହରଣକାରୀ । ଯଦି ଏହି ଘଟଣା ବାବଦରେ ନିଜର ସମ୍ପର୍କୀୟ ଓ ପୋଲିସକୁ ଜଣାଇଲେ ନିଜର ଛୁଆକୁ ହରାଇବେ ବୋଲି ମଧ୍ୟ ଲେଖା ଯାଇଛି ।
ଘଟଣାସ୍ଥଳକୁ ବରଗଡ଼ ଏସପି ଓ ବରଗଡ଼ ବିଧାୟକ ପହଞ୍ଚି ଜମିଲଙ୍କ ପରିବାରଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଏନେଇ ବରଗଡ଼ ଏସ. ପି ରାହୁଲ ଅଧିକ ତଦନ୍ତ ଚଲାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ

ସମ୍ୱଲପୁର/ନୟାଗଡ଼: କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଦୁର୍ଘଟଣା ଘଟିଛି। ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ ଟ୍ରେଲର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଖଣ୍ଡପଡ଼ା ବ୍ଲକ ଅଧିନ ବାହାଡ଼ା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ସହିତ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ପୂର୍ତ୍ତବିଭାଗ ରାସ୍ତାର ବାହାଡ଼ା ଗ୍ରାମ ନିକଟରେ ଖଣ୍ଡପଡ଼ା ପଟୁ ବାଇକ ଯୋଗେ ଆସୁଥିବା ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗ୍ରାମର ସୁଦାମ ରାଉତରାୟ (୨୮) ଏବଂ ତାଙ୍କ ସମ୍ପର୍କୀୟ ଶଳା ବାସୁଦେବ ମାଝୀ (୨୧) ବିପରୀତ ଦିଗରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଯୋଗୁଁ ବାଇକରେ ଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅଟୋରେ ନୟାଗଡ଼ ବ୍ଲକ ଅଧିନ ଖେଡପଡା ଗ୍ରାମର ଗୋଟିଏ ପରିବାରର ସବିତା ନାୟକ, ମାଣିକ ନାୟକ, ସିଶୁଲା ନାୟକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କ୍ରମେ ଆହତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ବାଇକ ଆରୋହୀ ସୁଦାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ମାୟା ନଗରୀରେ ଚମକିଲେ ଓଡ଼ିଆ ଝିଅ

ଦିଗପହଣ୍ଡି: Mrs ମହାରାଷ୍ଟ୍ର ୨୦୨୧ରେ ଚମକିଲେ ଓଡ଼ିଆ ଝିଅ ତପସ୍ୱିନୀ ବରାଡ଼ । ଗତ ଡିସେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ମୁମ୍ବାଇରେ କାଳ୍ପନିକ ନାଚ (ଷ୍ଟୋରୀ )ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତେରୀ ଗାଁର ବୋହୂ ହିଞ୍ଜିଳି ବ୍ଲକ ସିକିରି ଗାଁର ଝିଅ ମିସ ଟାଲେଣ୍ଟେଡ ଆୱାର୍ଡ ପାଇଛନ୍ତି । ସେ ଡିଗ୍ରୀ ପରେ ବାହା ହୋଇଯାଇଥିବା ବେଳେ ସ୍ୱାମୀଙ୍କ ସହ ସୁଦୂର ବାଙ୍ଗାଲୋର ଠାରେ ଉଭୟ ଚାକିରି କରୁଛନ୍ତି ।

ସେ ଡିସେମ୍ବର ୨୬ ତାରିଖରେ ହୋଇଥିବା ଏହି ପ୍ରତିଯୋଗିତାରେ ସ୍ୱାମୀଙ୍କ ସହଯୋଗରେ ନିଜକୁ ସାମିଲ କରିଥିଲେ ଏବଂ ସଫଳତା ହାସଲ କରିଥିଲେ । ମାତ୍ର ଦୁଇ ମିନିଟର ଏହି ପ୍ରତିଯୋଗିତାରେ ଦେଶର ଅନେକ ଝିଅକୁ ପଛରେ ପକାଇପାରିଛନ୍ତି  । ଜଣେ ଝିଅର ଜୀବନ କିଭଳି । ଭାଗ୍ୟ ରେଖା ଭ୍ରୁଣ ହତ୍ୟା । ଦୁନିଆକୁ କିଭଳି ଦେଖିବକୁ ଚାହୁଁଥିବା ଶିଶୁ ଏଠି ବଳି ପଡନ୍ତି । ଦୁନିଆ ଦେଖିବା ପୂର୍ବରୁ ଦୁନିଆ ତାକୁ କାହିଁକି ଘୃଣା କରେ ଏବଂ ଦୁନିଆରେ ଝିଅ ମାନେ କିଭଳି ବଞ୍ଚିବା କଥା ଏଭଳି ୩ଟି ରାଉଣ୍ଡର ଅଭିନୟ ନାଚ ମାଧ୍ୟମରେ ଜର୍ଜମାନଙ୍କ ମନ ଜିତି ପାରି ପୁରସ୍କାର ପାଇଛନ୍ତି ।ସେ ନିଜର ଏହି ସଫଳତାର ଶ୍ରେୟ ସ୍ୱାମୀଙ୍କୁ ଦେଇଛନ୍ତି ।