ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଭୁଶୁଡ଼ିଲା ସେୟାର ବଜାର, ୨ ହଜାର ହ୍ରାସ ପାଇଲା ସେନସେକ୍ସ

1 min read

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ବିବାଦ କାରଣରୁ ବିଗତ କିଛି ଦିନ ଧରି ଲଗାତର ଭାବରେ ଭୁଷୁଡିବାରେ ଲାଗିଥିଲା ସେୟାର ବଜାର । ଆଉ ଆଜି ପୁଟିନ୍ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ସେୟାର ବଜାର ପୂରା ଭୁଷୁଡି ପଡ଼ିଛି । ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। କାରବାର ଆରମ୍ଭରୁ ସେନସେକ୍ସ ୧୫୨୪ ପଏଣ୍ଟ ହ୍ରାସ ପାଇଛି। ସେହପିରି ନିଫ୍ଟି ମଧ୍ୟ ୪୫୧ ପଏଣ୍ଟ ତଳକୁ ଖସିଥିଲା ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ସେୟାର ବଜାରରେ ଆଜି କାରବାର ଆରମ୍ଭ ପୂର୍ବରୁ ପ୍ରି-ଓପନ୍‌ ସେସନରେ ସେନସେକ୍ସରେ ୧୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ସେନସେକ୍ସ ସହ ନିଫ୍ଟି ମଧ୍ୟ ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ତେବେ ସେୟାର ବଜାରରେ କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୧୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ନିଫ୍ଟି ମଧ୍ୟ ୩୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା । ଏହାପୂର୍ବରୁ ଗତକାଲି ସେୟାର ବଜାରରେ ଭଲ କାରବାର ହୋଇଥିଲା । ହେଲେ ସନ୍ଧ୍ୟା ସମୟରେ ବଜାର ଡାଉନ୍‌ ହୋଇଯାଇଥିଲା ।

Leave a Reply