ଭାରତୀୟଙ୍କୁ ବିପଦରେ ପକାଇଲା ୟୁକ୍ରେନ୍, ଋଷ ଆଗରେ ବିଦେଶୀଙ୍କୁ ମୋହରା ବନାଇବା ଯୋଜନା

Russia Invades Ukraine Indian Student Dnipro

କିଏଭ୍: ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ ଆରମ୍ଭ କରିଛି ଋଷ । ଋଷ ସେନାର ଏୟାରଷ୍ଟ୍ରାଇକରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ୟୁକ୍ରେନରେ କେମିତି ଅଛନ୍ତି ଭାରତୀୟ ଛାତ୍ର । ଋଷ ସୀମା ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଡନିପ୍ରୋ ସହରରେ ରହୁଥିବା ଭାରତୀୟ ଛାତ୍ର ଅଭିଷେକ କହିଛନ୍ତି, ୟୁକ୍ରେନ୍ ନିଜ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଭାରତୀୟ ଓ ବିଦେଶୀ ଲୋକଙ୍କ ଜୀବନକୁ ବିପଦରେ ପକାଇଛି ।

ଡନିପ୍ରୋ ଷ୍ଟେଟ ୟୁନିଭରସିଟିରେ ରହି ଏମବିବିଏସ୍ ପଢ଼ନ୍ତି ଦିଲ୍ଲୀର ଅଭିଷେକ । ତାଙ୍କ କହିବା ଅନୁସାରେ, ସ୍ଥିତି ଖରାପ ହେବା ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆମକୁ ଯିବାକୁ ଦେଇ ନଥିଲେ । କାହିଁକି ନା ଋଷ ସେନା ଆସିଲେ ସେମାନଙ୍କ ଆଗରେ ବିଦେଶୀ ନାଗରିକଙ୍କୁ ବ୍ୟବହାର କରିପାରିବେ ।

Russia Invades Ukraine Indian Student Dnipro

ଡନିପ୍ରୋ ବିମାନବନ୍ଦରରେ ମିଜାଇଲ୍ ଆକ୍ରମଣ ହୋଇଥିବା କହିଛନ୍ତି ଅଭିଶେକ । ତଥାପି ଡନିପ୍ରୋ ସହରରେ ସ୍ଥିତି ସ୍ୱଭାବିକ ରହିଛି । ଯୁଦ୍ଧ ଆରମ୍ଭ ହୋଇ ଯାଇଥିବାରୁ ଲୋକେ ଭୟଭୀତ ଅଛନ୍ତି । ସୁପର ଷ୍ଟୋର୍ସରେ ଖାଦ୍ୟ ସାଇତି ରଖିବାକୁ ଲୋକଙ୍କ ଭିଡ଼ ହେଉଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱାସଘାତକତା କରିଥିବା କହିଛନ୍ତି ଅଭିଷେକ ।

ଭାରତ, ନାଇଜେରିଆ ସମେତ ଆରବ ରାଷ୍ଟ୍ରର ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଛନ୍ତି । ଏମାନଙ୍କ ଉପରେ ଆକ୍ରମଣ କଲେ ଋଷକୁ ଉକ୍ତ ରାଷ୍ଟ୍ରକୁ ଜବାବ ଦେବାକୁ ପଡ଼ିବ । ଏଥିପାଇଁ ଋଷ କେବଳ ବିମାନବନ୍ଦର ଉପରେ ଆକ୍ରମଣ କରୁଛି । ରୋଡ୍ ଓ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି । ଫଳରେ ଲୋକ କୁଆଡ଼େ ଯାଇ ପାରିବେ ନାହିଁ ।

Leave a Reply