ରାଜଧାନୀରେ ରକ୍ତ ଅଭାବ, ଜୀବନ ଦେଉଛି ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ରାଜ୍ୟରେ ଦେଖାଦେଇଛି ରକ୍ତ ସଙ୍କଟ । ଅଧିକାଂଶ ଲୋକ ଟିକା ନେଇଥିବାରୁ ରକ୍ତ ଦାନ କରିବା ସମ୍ଭବପର ହେଉନାହିଁ । ଫଳରେ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ବିଭିନ୍ନ ବର୍ଗର ରକ୍ତର ଅଭାବ ଦେଖାଦେଇଛି । ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଓଡିଶା ମୋ ପରିବାର ପକ୍ଷରୁ ଗତ ବର୍ଷ ବହୁ ସଂଖ୍ୟାରେ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ରକ୍ତ ଦାନ ଶିବିର ଆୟୋଜନ କରିବା ମୁସକିଲ ହୋଇପଡିଛି ।

ରକ୍ତ ସଙ୍କଟକୁ ଦୂର କରିବାକୁ ପୁଣି ଓଡିଶା ମୋ ପରିବାର ବିଭିନ୍ନ ସଙ୍ଗଠନ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ କରୁଛି । ଭୁବନେଶ୍ୱର ଜିମ୍ ମାଲିକ ସଂଘ ସହଯୋଗରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ସେହିଭଳି ଏହି ଅବସରରେ ଅଙ୍ଗଦାନ କାର୍ଯ୍ୟକ୍ରମ ମଧ୍ୟ ଓଡିଶା ମୋ ପରିବାର ପକ୍ଷରୁ କରାଯାଇଛି । ଏହିପରି ଅନେକ ସଂଗଠନ ମଧ୍ୟ ସମଗ୍ର ଓଡ଼ିଶାରେ ଦେଖା ଦେଇଥିବା ରକ୍ତ ଅଭାବକୁ ଦୂର କରିବାକୁ ପ୍ରୟାସରତ ଅଛନ୍ତି  ।

ସେପଟେ ଭୁବନେଶ୍ୱରରେ ଜାନୁଆରୀ ୨୧ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ବିଭିନ୍ନ ଦୁର୍ଘଟଣା ଯୋଗୁଁ ଲୋକେ ଅଙ୍ଗ ହରାଉଛନ୍ତି ତ ଆଉ କେଉଁଠି ବ୍ରେନ୍ ଡେଡ୍ ହୋଇ ଲୋକଙ୍କ ଅଙ୍ଗ ନଷ୍ଟ ହେଉଛି । ଫଳରେ ଅଙ୍ଗ ପ୍ରତ୍ୟଙ୍ଗ ଅଭାବକୁ ଦୂର କରିବାକୁ ଏହି ଅଭିଯାନ ହାତକୁ ନେଇଛି ଓଡିଶା ମୋ ପରିବାର।

Leave a Reply