ଶୋଭିଏତ୍ ସଂଘର ବିଘଟନରୁ ‘ୟୁକ୍ରେନ୍’ର ଜନ୍ମ, ଋଷର ଉତ୍ଥାନରୁ ପତ୍ତନ ?

Ukraine's Turbulent History Since Independence in 1991

କିଏଭ୍: ୟୁକ୍ରେନ୍ ଉପରେ ଋଷର ଘନ ଘନ ଆକ୍ରମଣ । ୟୁକ୍ରେନର ଏକାଧିକ ସହରରେ ଋଷ ମିଜାଇଲ୍ ମାଡ଼ କରିବା ସହ ଦକ୍ଷିଣ ଉପକୂଳରେ ସ୍ଥିତି ଜାହିର୍ କରିଛନ୍ତି ଋଷ ସୈନ୍ୟ । ୧୯୯୧ରେ ସୋଭିଏତ୍ ୟୁନିୟନ୍ ଠାରୁ ୟୁକ୍ରେନ୍ ନିଜକୁ ସ୍ୱାଧୀନ ଘୋଷଣା କରିବା ସହ ନୂଆ ଇତିହାସ ଲେଖିଥିଲା । ସେତେବେଳର ସୋଭିଏତ୍ ରିପବ୍ଲିକ୍ ଅଫ୍ ୟୁକ୍ରେନର ନେତା ଥିଲେ ଲିୟୋଣ୍ଡ କ୍ରାଭଚୁକ୍ । ମସ୍କୋ ଠାରୁ ୟୁକ୍ରେନକୁ ସ୍ୱାଧୀନ ଘୋଷଣା କରି ଲିୟୋଣ୍ଡ କ୍ରାଭଚୁକ୍ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।

Ukraine's Turbulent History Since Independence in 1991

ଏହାପରେ ୟୁକ୍ରେନରେ ଆରମ୍ଭ ହୋଇଥିଲା କ୍ଷମତାର ଅସଲ ଲଢ଼େଇ । ପାଲି ପଲଟିଗଲା । ୧୯୯୪ ରାଷ୍ଟ୍ରପତି ନିର୍ବାଚନରେ ଲିୟୋଣ୍ଡ କୁଚମାଙ୍କୁ ଠାରୁ ହାଗିରଲେ ଲିୟୋଣ୍ଡ କ୍ରାଭଚୁକ୍ । ତମାମ୍ ବିବାଦ ସତ୍ତ୍ୱେ ଲିୟୋଣ୍ଡ କୁଚମା ପୁଣି ୧୯୯୯ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଋଷିଆ ସମର୍ଥିତ ଭିକ୍ଟର ୟାନୁକୋଭିଚ ୟୁକ୍ରେନ୍ ରାଷ୍ଟ୍ରପତି ବନିଥିଲେ । ନାଟୋରେ ୟୁକ୍ରେନକୁ ସାମିଲ୍ ନେଇ ୨୦୦୫ରେ ଲଢ଼େଇ ଆରମ୍ଭ କରିଥିଲେ ୟାନୁକୋଭିଚ ।

Ukraine's Turbulent History Since Independence in 1991

୨୦୧୦ରେ ଟାଇମୋସେଙ୍କୋକୁ ହରାଇ ୟାନୁକୋଭିଚ ପୁଣି ରାଷ୍ଟ୍ରପତି ହୋଇଥିଲେ । ଏଥିସହ ଋଷିଆ ନୌସେନା ୟୁକ୍ରେନର ବ୍ଲାକ ସି ପୋର୍ଟକୁ ଲିଜରେ ନେଇଥିଲା । ୨୦୧୩ରେ ଋଷ ସହ ସମ୍ପର୍କକୁ ବଢ଼ାଇବାକୁ ଯାଇ ଭିକ୍ଟର ୟାନୁକୋଭିଚ ୟୁରୋପିଆନ୍ ୟୁନିୟନ୍ ସହ ସମସ୍ତ ବାଣିଜ୍ୟିକ କାରବାର ବନ୍ଦ କରି ଦେଇଥିଲେ । ଯାହାର ବିରୋଧରେ ଅଶାନ୍ତ ହୋଇ ଉଠିଥିଲା ୟୁକ୍ରେନ୍ ରାଜଧାନୀ କିଏଭ୍ । ମୈଦାନ ସ୍କୋୟାରରେ ହୋଇଥିବା ହିଂସାରେ ଶତାଧିକ ନାଗରିକ ପ୍ରାଣ ହରାଇଥିଲେ ।

Ukraine's Turbulent History Since Independence in 1991

୨୦୧୪ ଫେବ୍ରୁଆରୀରେ ଭିକ୍ଟର ୟାନୁକୋଭିଚଙ୍କ ବିପକ୍ଷରେ ସଂସଦରେ ଜନମତ ଆସିବା ପରେ ସେ ରାଷ୍ଟ୍ରପତି ପଦରୁ ହଟିଥିଲେ । ରାଷ୍ଟ୍ରପତି ପଦରୁ ହଟିବାର କିଛିଦିନ ମଧ୍ୟରେ ୟୁକ୍ରେନ୍ ସଂସଦଙ୍କୁ କବଜା କରିବା ସହ ବିଦ୍ରୋହୀ ଋଷ ପତାକା ଉଡ଼ାଇଥିଲେ । ସେହିବର୍ଷ ଏପ୍ରିଲରେ ୟୁକ୍ରେନର ଡୋନାବସକୁ ଋଷ ବିଚ୍ଛିନ୍ନତାବାଦୀ ସ୍ୱାଧୀନ ଘୋଷଣା କରିଥିଲେ । ସେବେଠୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ଏବେ ୨୦୨୨ରେ ଯୁଦ୍ଧର ରୂପ ନେଇଛି ।

Ukraine's Turbulent History Since Independence in 1991

ମେ ୨୦୧୪ରେ ଶିଳ୍ପପତି ପେଟ୍ରୋ ପୋରୋସେଙ୍କୋ ଯୁକ୍ରେନ୍ ରାଷ୍ଟ୍ରପତି ହୋଇଥିଲେ । ୨୦୧୯ରେ ପେଟ୍ରୋଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ପୂର୍ବତନ ହାସ୍ୟ ଅଭିନେତା ଭୋଲୋଦିମିର୍ ଜେଲେନସ୍କି । ୨୦୨୧ରେ ଅଭ୍ୟାସ ନାଁରେ ୟୁକ୍ରେନ୍ ସୀମାରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଥିଲା ଋଷ । ଡିସେମ୍ବରରେ ୟୁକ୍ରନକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷକୁ ଚେତାବନୀ ଦେଇଥିଲେ । ଆଉ ୨୦୨୨ ଜାନୁଆରୀରୁ ୟୁକ୍ରେନ୍ ସୀମାର ବଢ଼ିଥିଲା ଋଷର ସୈନ୍ୟ କାର୍ଯ୍ୟକଳାପ ।

Ukraine's Turbulent History Since Independence in 1991

ଜାନୁଆରୀ ୧୭ରେ ଋଷ ସେନା ଯୁକ୍ରେନର ଉତ୍ତରରେ ଥିବା ବେଲାଋଷରେ ପହଞ୍ଚିଥିଲା । ଏହାକୁ ଦେଖି ଜାନୁଆରୀ ୨୪ରେ ଯୁଦ୍ଧ ବିମାନ ସହ ସଜାଗ ହୋଇଥିଲା ନାଟୋ । ଫେବ୍ରୁଆରୀ ପହିଲାରୁ ୟୁକ୍ରେନ ଉପରେ ଋଷର ଆକ୍ରାମଣାତ୍ମକ ଆଭିମୁଖ୍ୟ ଦେଖି ଆମେରିକା ବାରମ୍ବାର ପୁଟିନଙ୍କୁ ଚେତାବନୀ ଦେଇଥିଲା । ୧୯ ତାରିଖରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ନିର୍ଦ୍ଦେଶ ଦେଇ ଯୁଦ୍ଧର ଆଶଙ୍କାକୁ ଆହୁରି ଶାଣିତ କରିଥିଲେ ପୁଟିନ୍ । ଆଉ ୨୪ ସକାଳୁ ପୁଟିନ୍ ସ୍ୱତନ୍ତ୍ର ମିଲିଟାରୀ ଅପରେସନ୍ ଲାଗି ଋଷ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ନିର୍ଦ୍ଦେଶ ପାଇବା କ୍ଷଣି ଋଷ ସେନା ୟୁକ୍ରେନ୍ ସୈନ୍ୟ, ଏୟାରବେସ୍ ଉପରେ ମିଜାଇଲ୍ ଓ ତୋପମାଡ଼ କରିବା ଆରମ୍ଭ କରି ଦେଇଛନ୍ତି ।

Leave a Reply