ରାଜ୍ୟରେ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଦିନ ୧୨.୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ । ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନେତା ବାଛିଛନ୍ତି ଜନତା । ଦିନ ସାଢେ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଜି ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ୧୭୭୫ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଆଇନଶୃଙ୍ଖଳା ପାଇଁ ପ୍ରାୟ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । କେବଳ କଟକ ନିଆଳି ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।

ସେପଟେ ତୃତୀୟ ପର୍ଯ୍ୟାୟର ୩୦ଟି ଓ ଚତୁର୍ଥ ପର୍ଯ୍ୟାୟର ୬ଟି ସ୍ଥାନରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା । ତେବେ ବାଧାପ୍ରାପ୍ତ ହୋଇଥିବା ବୁଥରେ ଆସନ୍ତାକାଲି ସାନି ମତଦାନ ହେବ । ତେବେ ଆଜି ଯେଉଁ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି ସେହି ବୁଥରେ ଆସନ୍ତାକାଲି ସାନି ମତଦାନ ହେବ । ସୂଚନା ଅନୁସାରେ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆସନ୍ତା ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।

Leave a Reply