ମିଜାଇଲ୍ ମାଡ଼ ପରେ ୟୁକ୍ରେନରେ ପଶିଲା ଋଷ ଟ୍ୟାଙ୍କ, ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହାତ

Russia Invades Ukraine, 8 Dead Many Injured

କିଏଭ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ଋଷ । ଗୁରୁବାର ୟୁକ୍ରେନର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ତାଜା ସୂଚନା ଅନୁସାରେ, ଋଷର ମିଜାଇଲ୍ ଆକ୍ରମଣରେ ୮ ଜଣ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନର ଅନେକ ଗାଁକୁ ଦଖଲକୁ ନେଇଛି ଋଷ ସେନା । ଏବେବି ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ ହେଉଥିବା ବେଳେ ଆକାଶରୁ ନିଆଁ ଖସୁଛି ।

Russia Invades Ukraine, 8 Dead Many Injured

ୟୁକ୍ରେନର ନ୍ୟାସନାଲ ଗାର୍ଡ ମୁଖ୍ୟାଳୟକୁ ନଷ୍ଟ କରି ଦେଇଥିବା ଋଷ ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ୍ ତାର ଏୟାର ସ୍ପେସ୍ ବା ବାୟୁ ସୀମାକୁ ବନ୍ଦ କରି ଦେଇଛି । ୟୁକ୍ରେନକୁ ଆସୁଥିବା ବିମାନକୁ ସାଇବର ଆଟାକ ଭୟରେ ଏଭଳି ପଦକ୍ଷେପ ନେଇଛି ୟୁକ୍ରେନ୍ । ୟୁକ୍ରେନର ଅନେକ ସହର ବିମାନବନ୍ଦରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

Russia Invades Ukraine, 8 Dead Many Injured

ଋଷର ସ୍ଥଳ ସେନା ୟୁକ୍ରେନରେ ପ୍ରବେଶ କରି ଆକ୍ରମଣ କରିଛି । ମିଜାଇଲ୍ ପରେ ଋଷ ଟ୍ୟାଙ୍କରୁ ଆକ୍ରମଣ କରିବା ଆରମ୍ଭ କରିଛି । ଅନ୍ୟପଟେ ଋଷର ୫ଟି ବିମାନକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ୍ । ଆକ୍ରମଣ ପରେ ୟୁକ୍ରେନ୍ ରାଜଧାନୀ କିଏଭ୍ ଛାଡ଼ିବାରେ ଲାଗିଛନ୍ତି ଲୋକ । କିଏଭ୍ ରାସ୍ତାରେ ହଜାର ହଜାର ଗାଡ଼ି ଭିଡ଼ ଲାଗିଛି ।

Leave a Reply