spot_img
Home Blog Page 4719

୪୪ ଦିନର ଧାରଣାରେ ଅନ୍ତ, ସ୍ୱାମୀଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର: ତୁଟିବ ବିବାଦ, ମିଶିବ ମନ । ଚର୍ଚ୍ଚିତ ସୁମିତ୍ ଓ ଡିମ୍ପଲ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ତପସ୍ୱିନୀ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।

 

ପୂର୍ବରୁ ଡିମ୍ପଲଙ୍କୁ ଭଡ଼ା ଘରେ ରଖିବା ନେଇ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତଙ୍କ ଓକିଲ । ଶେଷରେ ୪୪ ଦିନ ଧରି ଶ୍ୱଶୁର ଘରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।ସେପଟେ କୋର୍ଟଙ୍କ ରାୟ ପରେ ଖୁସିରେ ଭାବବିହ୍ୱଳ ହୋଇପଡିଛନ୍ତି ଡିମ୍ପଲ । କହିଲେ, ନାରୀ ଜାତି ଓ ନ୍ୟାୟର ବିଜୟ ହୋଇଛି । ସୁମିତଙ୍କୁ ପାଖକୁ ଫେରାଇଆଣିବାକୁ ଏହା ଏକ ସୁଯୋଗ ବୋଲି ଡିମ୍ପଲ କହିଛନ୍ତି ।

ଶାଶୂଘରେ ରହି ସମସ୍ତଙ୍କର ମନ ଜିତିବାକୁ ଚେଷ୍ଟା କରିବି ଏବଂ ସୁମିତଙ୍କୁ ପାଖକୁ ଫେରାଇ ଆଣିବେ ବୋଲି ଡିମ୍ପଲ କହିଛନ୍ତି । କୋର୍ଟଙ୍କ ରାୟ ପରେ ଡିମ୍ପଲଙ୍କ ପରିବାରର ମଧ୍ୟ ଖୁସିର ଲହରି ଖେଳିଯାଇଛି । ଡିମ୍ପଲଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ । ଏଣୁ ଆଜି ସମସ୍ତଙ୍କ ଆଶା ପୂରଣ ହୋଇଛି ବୋଲି ଡିମ୍ପଲଙ୍କ ମାଆ କହିଛନ୍ତି । ଶ୍ୱଶୁର ଘରକୁ ଯିବା ଦାବିରେ ଦେଢ ମାସରୁ ଅଧିକ ଦିନ ହେଲା ଧାରଣାରେ ବସି ରହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲ୍ ।

 

କାଲିଠୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା, ଗୋଟିଏ ରୁମରେ ବସିବେ ସର୍ବାଧିକ ୨୪ ପରୀକ୍ଷାର୍ଥୀ

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ  ଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ୩ ଦିନ ଥିଓରୀ ପରୀକ୍ଷା ୨ଟି ସିଟିଂରେ ହେବ । ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୩ ହଜାର ୯୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର ।

Matric Summative Exam From Tomorrow

ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସକାଳ ସାଢ଼େ ୮ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ ।

Matric Summative Exam From Tomorrow

କପି ରୋକିବା ପାଇଁ ମୋଟ ୭୨ଟି ସ୍କ୍ୱାଡ୍ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ବାଡ୍ ଗଠନ ହୋଇଛି । ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ପରୀକ୍ଷାକୁ ସୁବନ୍ଦୋବସ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେପଟେ ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ ।

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଘରୋଇ ଅଫିସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ କେସ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଦିଲ୍ଲୀରେ ଲାଗୁ ହେଇଛି ସପ୍ତାହାନ୍ତ କର୍ଫ୍ୟୁ । ଆସନ୍ତା ଶୁକ୍ରବାରରୁ ଲାଗୁ ହେବ ଏହି କଟକଣା । ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ଯାଏ ଲାଗୁ ହେବ କର୍ଫ୍ୟୁ ।

ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସ୍ କନଫରମେନ୍ସ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବା ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନୂଆ ନିୟମ ଅନୁସାରେ ସମସ୍ତ ସରକାରୀ ଓ ଘରୋଇ ଅଫିସ କର୍ମଚାରୀ ଓ୍ବାର୍କ ଫ୍ରମ ହୋମ କରିବେ । କେବଳ  ଜରୁରୀକାଳୀନ ସାମଗ୍ରୀ ପରିବହନ ଛଡା ଅନ୍ୟ ସମସ୍ତ କ୍ଷେତ୍ର ଲାଗି ଜାରି ହେବ କଟକଣା । ସେହିପରି ସମ୍ପୂର୍ଣ୍ଣ ସିଟିଂ କ୍ଷମତାରେ ବସ୍ ଓ ମେଟ୍ରୋ ଚାଲିବ । କିନ୍ତୁ ଯାତ୍ରୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି ପୂର୍ବପରି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୦୨ ରନ୍‌ରେ ସୀମିତ ଭାରତ: ବୋଲରଙ୍କ ଭରସାରେ ଦଳ

ଜୋହାନ୍ସବର୍ଗ: ଭାରତ-ଦକ୍ଷିଣ ଆଫ୍ରିକ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ୨୦୨ ରନ୍‌ରେ ଦଳ ସୀମିତ ରହିଥିବା ବେଳେ ଏବେ ବୋଲରଙ୍କ ଭରସାରେ ଟିମ୍ । କୋହଲୀଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭଲ ବ୍ୟାଟିଂ କରିଛନ୍ତି, ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ୨୦୨ ରନରେ ପହଞ୍ଚିଛି।

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୩୫ ରନ୍ କରିଛି। କ୍ୟାପଟେନ୍ ଡିନ୍ ଏଲଗାର ୧୧ ଓ କୀଗାନ ପିଟରସନ୍ ୧୪ ରନ୍ କରି ଅପରାଜିତ ରହିଛନ୍ତି। ଏଡେନ୍ ମାର୍କରାମ ୭ ରନ୍ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲା । ଦକ୍ଷିଣ ଆଫ୍ରିକା ଏବେବି ୧୬୭ ରନରେ ପଛୁଆ ରହିଛି। ତେବେ ଦଳ ହାତରେ ଆହୁରି ୯ ୱିକେଟ୍ ବାକି ରହିଛି।

ରାହୁଲ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ମୟଙ୍କ ଅଗ୍ରୱାଲ (୨୬) ଦ୍ରୁତ ରନ୍ ବ୍ୟାଟିଂ କରିଥିଲେ, କିନ୍ତୁ କିଛି ସମୟ ପରେ ମାର୍କୋ ଜାନସେନ୍ ତାଙ୍କୁ ଆଉଟ କରିଥିଲେ।

ଖରାପ ଫର୍ମରେ ଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେ କ୍ରିଜରେ ତିଷ୍ଠିପାରିନଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଡୁଆନ୍ ଓଲିଭିଅର୍ ଲଗାତର ଦୁଇଟି ବଲରେ ଆଉଟ୍ କରିଥିଲେ। ପୂଜାରା ୩ ଓ ରାହାଣେ ବିନା ଖାତା ଖୋଲି ପ୍ୟାଭିଲିୟନ୍ ଫେରିଥିଲେ। କୋହଲିଙ୍କ ସ୍ଥାନରେ ସୁଯୋଗ ପାଇଥିବା ହନୁମା ବିହାରୀ ନିଜର କମବ୍ୟାକ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଭଲ ଭାଗିଦାରୀ ଗଢ଼ିଥିଲେ। ହେଲେ ଏହି ଯୋଡ଼ିକୁ ଘରୋଇ ଦଳର ଏକ ନମ୍ବର ବୋଲର କାଗିସୋ ରବାଡା ଭାଙ୍ଗିଥିଲେ।

ବିହାରୀ ମାତ୍ର ୨୦ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ଅର୍ଦ୍ଧଶତକ ମାରି ନିଜ ୱିକେଟ୍ ହରାଇ ବସିଥିଲେ। ରାହୁଲଙ୍କୁ ଆଉଟ୍ କରି ଜାନସେନ୍ ଭାରତକୁ ବଡ଼ ଝଟକା ଦେଇଥିଲେ। ରାହୁଲ ୧୩୩ ବଲରେ ୯ ଚୌକା ସହ ୫୦ ରନ୍ କରିଥିଲେ। ଅଶ୍ୱିନ୍ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ତେବେ ଋଷଭ ପନ୍ତ ପୁଣିଥରେ ନିରାଶ କରିଥିଲେ। ପନ୍ତଙ୍କୁ ମଧ୍ୟ ଜାନସେନ୍ ନିଜର ଶିକାର ବନାଇଥିଲେ।

ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିବା ବେଳେ ମହମ୍ମଦ ଶାମି ୯ ରନ୍ କରି ଆଉଟ୍ ହୋଇଥିଲେ। ଅଶ୍ୱିନ୍ ୫୦ ବଲରେ ୪୬ (୬ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଯଶପ୍ରୀତ ବୁମ୍ରା ୧୧ ବଲରେ ଦ୍ରୁତ ୧୪ (୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୧ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି। ସୂଚନା ଯୋଗ୍ୟ ୩ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ନାଇଜରରେ ୩୧ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ଖୋର୍ଦ୍ଧା: ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା । ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ବ୍ଲକରୁ ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖା ଯାଇଥିବା ସୂଚନା ଦେଇଛନ୍ତି ନାଇଜରର ରେଜିଷ୍ଟ୍ରାର ଅଭୟ ନାୟକ ।

31 Student Of Jatani NISER Tested Covid Positive

ଏଥିସହ ପଢ଼ନ୍ତୁ: ରାଜ୍ୟର ୨୩ ଜିଲ୍ଲାରୁ ୬୮୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଏକ ତୃତୀୟାଂଶ ମାମଲା

୩୧ ଜଣ କୋଭିଡ୍ ସଂକ୍ରମିତ ହେବା ପରେ ନାଇଜରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜଟଣୀ ପୌର ପରିଷଦ । ନାଇଜରରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । କାହାଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍ ଟେଷ୍ଟ କରିବାକୁ କୁହାଯାଇଛି ।

ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପ ଘଟଣା, ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବହୁଚର୍ଚ୍ଚିତ ବୁଲ୍ଲିବାଈ ଆପରେ ଶହ ଶହ ମୁସଲିମ୍ ମହିଳାଙ୍କ ଫଟୋ ଅପଲୋଡ କରିବା ଘଟଣାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ଅଟକ ରଖିବା ସହ ତାଙ୍କୁ ଜେରା କରିଛି । ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ବିଭିନ୍ନ ମହଲରୁ ପ୍ରତିବାଦ ପରେ ମୁମ୍ବାଇ ପୋଲିସ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସହରରେ ଜାଲ ବସାଇଥିଲା ।

ଗୀତ୍ ହବ୍ ପ୍ଲାଟଫର୍ମ ଜରିଆରେ ବୁଲ୍ଲିବାଈ ଆପକୁ ବ୍ୟବହାର କରାଯାଇ ଏହି ବେଆଇନ କାର୍ଯ୍ୟ କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିବା ବେଳେ ରବିବାର ପଶ୍ଚିମ ମୁମ୍ବାଇ ସାଇବର ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା । ଧାରା 153-A, ଧାରା 153-B, 295-A, 354-D, 509, 500, ଏବଂ ଆଇଟି ଆକ୍ଟର ଧାରା 67 ଅନୁସାରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା । ଏହି ମାମଲାରେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାରେ ଦିଲ୍ଲୀ ପୋଲିସ ସାଇବର ସେଲ୍ ନିକଟରେ ମଧ୍ୟ ଏଫଆଇଆର ଦାୟର ହୋଇଛି ।

ତେବେ ଏହି ଗଟଣାରେ ମୁମ୍ବାଇ ପୋଲିସ ବେଙ୍ଗାଲୁରୁ ଯେଉଁ ଯୁବକଙ୍କୁ ଅଟକ ରଖିଛି ସେହି ଯୁବକଙ୍କ ବୟସ ୨୧ ବର୍ଷ । ସେ ଦ୍ୱିତୀୟ ବର୍ଷର ସିଭିଲ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ବୁଲ୍ଲି ବାଈ ଆପରୁ ଅପମାନଜନକ ବିଷୟବସ୍ତୁ ସେୟାର କରିଥିଲେ । ଫଟୋ ଅପଲୋଡ କରିଥିବା ଟ୍ୱିଟର ଆକାଉଣ୍ଟର ଆଇପି ଆଡ୍ରେସ୍ ଆଧାରରେ ଛାତ୍ର ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଉକ୍ତ ଛାତ୍ରଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

 

ମଞ୍ଚରେ ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ କଥା, ହାତାହାତି ହେଲେ ମନ୍ତ୍ରୀ ଓ ସାଂସଦ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହାତାହାତି ହେଲେ ମନ୍ତ୍ରୀ ଓ ସାଂସଦ । ମଞ୍ଚ ଉପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାମନଗରରେ । ବି.ଆର ଆମ୍ବେଦକର ଓ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୁ କେମ୍ପେ ଗୌଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ସେଠାରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବସିଥିବାବେଳେ ରାଜ୍ୟ ଆଇଟି ମନ୍ତ୍ରୀ ସିଏନ ଅଶ୍ବଥ ନାରାୟଣ ଓ ବେଙ୍ଗାଳୁରୁ ରୁରାଲର କଂଗ୍ରେସ ସାଂସଦ ଡି.କେ. ସୁରେଶ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସମୟରେ ମନ୍ତ୍ରୀ ଅଶ୍ବଥ ନାରାୟଣ କଂଗ୍ରେସ ସାଂସଦ ଡି.କେ ସୁରେଶ ଓ ତାଙ୍କ ଭାଇଙ୍କ ବିରୋଧରେ ଭାଷଣ ଦେବାରୁ ଏହାର ପ୍ରତିବାଦ କରିଥିଲେ କଂଗ୍ରେସ ସମର୍ଥକ । ଏପରିକି ମନ୍ତ୍ରୀ ସଭାର ନୀତି ନିୟମ ଭୁଲି ଡିକେ ବ୍ରଦର୍ସଙ୍କ ନାମ ନେଇ କିଛି ଟିପ୍ପଣୀ ଦେଇଥିଲେ । ଏହି ମନ୍ତବ୍ୟ ପରେ ସାଂସଦ ସୁରେଶ ଆସନରୁ ଉଠିଯାଇଥିଲେ ଏବଂ ସାଧାରଣ ସଭାରେ ଏହି ଧରଣର ମନ୍ତବ୍ୟକୁ ବିରୋଧ କରିଥିଲେ । କିଛି ସମୟ ଧରି ମନ୍ତ୍ରୀ ଓ ସାଂସଦଙ୍କ ମଧ୍ୟରେ ଠେଲାପେଲା ଲାଗିଥିଲା । ଏହାକୁ ନେଇ କଂଗ୍ରେସ ସମର୍ଥକମାନେ ଉତ୍ତେଜିତ ହୋଇ ନାରାବାଜି ପ୍ରଦର୍ଶନ କରିଥିଲେ । ଏହି ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ନୀରବ ହୋଇ ବସିରହିଥିଲେ । ସେ ଦୁଇ ପକ୍ଷଙ୍କୁ ଶାନ୍ତ ରହିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କେହି ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲା ।

୭ କେଜିର ବଜ୍ରକାପ୍ତା ଜବତ, ଜଣେ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ରେଡ୍ ବେଳେ ବରଗଡ଼-ଭେଡେନ ରୋଡର ନେଗିପାଲି ଖନ୍ସୁମେନ ଦେବୀ ମନ୍ଦିର ନିକଟରୁ ଜୀବନ୍ତ ବଜ୍ରକାପ୍ତା ମିଳିଛି । ମାମଲାରେ ଜଣଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ୍ ରେଡ୍ କରିଥିଲା ।

 STF Rescued An Pangolin From Bargarh

ମାମଲାରେ ଏସଟିଏଫ୍ ନେଗିପାଲିର ଜଗତ ଠେଲାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ସହ ଅନ୍ୟ ଜିନିଷ ଜବତ କରାଯାଇଛି । ଜବତ ବଜ୍ରକାପ୍ତାକୁ ବରଗଡ଼ ବନ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ୍ । ୨୦୨୦ ମସିହାରୁ ଏଯାବତ୍ ୨୨ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ସହ ୧୫କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ବନ୍ୟପ୍ରାଣୀ ଅପରାଧ ମାମଲାରେ ମୋଟ  ୫୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

ଓମିକ୍ରନ ପରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ, ୪୬ ଥର କରିଛି ମ୍ୟୁଟେସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନ ଏବେ ଆତଙ୍କ ଖେଳାଉଛି । ତେବେ ଓମିକ୍ରନ ଆତଙ୍କ ମଧ୍ୟରେ ଆଉ ଏକ ଖବରର ସାମ୍ନାକୁ ଆସିଛି ଯାହା ଚିନ୍ତାଜନକ ଅଟେ । ଓମିକ୍ରନ ଭାରିଆଣ୍ଟ ପରେ ବୈଜ୍ଞାନିକ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି । ଯାହାର ନାମ ହେଉଛି Variant IHU । ସୂଚନା ଅନୁସାରେ ଏହି Variant IHU ୪୬ ଥର ମ୍ୟୁଟେସନ କରିସାରିଛି । ମୂଳ କୋଭିଡ ଜୀବାଣୁ ଅପେକ୍ଷା ଏହା ଅଧିକ ଟିକା ପ୍ରତିରୋଧକ ଏବଂ ସଂକ୍ରାମକ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।

ନ୍ୟୁଜ ଓ୍ୱେବସାଇଟ ଡେଲି ମେଲର ସୂଚନା ଅନୁସାରେ Variant IHU ଫ୍ରାନ୍ସରେ ଚିହ୍ନଟ ହୋଇଛି । ଫ୍ରାନ୍ସର ମାରସୈଲରେ କରୋନାର ନୂଆ ଭାରିଆଣ୍ଟର ୧୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ତେବେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ୧୨ ଜଣ ଆଫ୍ରିକାର କେମରୁନରୁ ଫେରିଥିବା ସୂଚନା ମିଳିଛି । ତେବେ Variant IHU କେତେ ଭୟଙ୍କର ଓ କେତେ ସଂକ୍ରାମକ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଫ୍ରାନ୍ସରେ ଚିହ୍ନଟ ହୋଇଥିବା ମୋଟ କେସରୁ ୬୦ ପ୍ରତିଶତ ଓମିକ୍ରନ କେସ୍ ଚିହ୍ନଟ ହେଉଛନ୍ତି । ତେବେ ବର୍ତ୍ତମାନ ଏହି ଭାରିଆଣ୍ଟ ଅନ୍ୟ ଦେଶରେ ପହଞ୍ଚି ସାରିଲାଣି ନା ତାହା ଏବେ ଦେଖିବାକୁ ବାକି ରହିଛି ।

Variant IHU ପୂର୍ବରୁ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ସାରା ବିଶ୍ୱରେ ଅନେକ ଦେଶରେ ମାଡି ସାରିଲାଣି । ଭାରତରେ ମଧ୍ୟ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରିସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ଭାରତରେ ୧୮୯୨ ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ଦିଲ୍ଲୀରେ ୫୬୮ କେସ୍ ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ୩୮୨ କେସ୍ ଚିହ୍ନଟ ହୋଇଛି ।

ଖରିଫ ମାର୍କେଟିଂ ୨୦୨୧-୨୨ ଗାଇଡଲାଇନ୍ ସଂଶୋଧନ କଲା ଯୋଗାଣ ନିଗମ

ଭୁବନେଶ୍ୱର: ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଷୁନା ଚାଉଳ ନିଜ ମିଲରଙ୍କ ଦ୍ୱାରା ଉଠାଇବାକୁ ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି । ନିଆଣ୍ଟିଆ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାର ମିଲର ଉଷୁନା ଚାଉଳ ଉଠାଇବାକୁ ପଠାଯିବ ।

Odisha To Collect Parboiled Rice With Own Miller In Kharif Season

ଯାହା ଫଳରେ ଯୋଗାଣ ନିଗମକୁ ପରିବହନ ପାଇଁ ଅଳ୍ପ ଖର୍ଚ୍ଚ ଦେବାକୁ ହେବ । ପୂର୍ବରୁ ନୂଆ ମିଲରଙ୍କୁ ଅନୁମତି ନ ଦେବାକୁ ନିୟମ ଥିଲା । ହେଲେ ସ୍ଥିତି ଦେଖି ପାଖ ଜିଲ୍ଲାଗୁଡ଼ିକରୁ ନୂଆ ମିଲରଙ୍କ ଉଷୁନା ଚାଉଳ ଉଠାଇବାକୁ ଅନୁମତି ମିଳିବ । ଏହା ସଂଶୋଧନ କ୍ଲଜ 21.1 ଆଧାରରେ କରାଯାଇଛି । ସେହିପରି କ୍ଲଜ 21.4 ଆଧାରରେ ଆଉ ଏକ ସଂଶୋଧନ କରାଯାଇଛି।

Odisha To Collect Parboiled Rice With Own Miller In Kharif Season

ପୂର୍ବରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର ୧ ପୂର୍ବରୁ ମିଲରମାନଙ୍କୁ ଆବେଦନ କରିବାକୁ ପଡୁଥିଲା । ଏବେ ଏହି ନିୟମକୁ କୋହଳ କରାଯାଇଛି । ଯେଉଁ ଜିଲ୍ଲାରେ ଯେବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ, ତା ପୂର୍ବରୁ ଆବେଦନ କରିପାରିବେ ମିଲର । ନିୟମ ସଂଶୋଧନ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ CSOମାନଙ୍କୁ ଚିଠି କରାଯାଇଛି ।