ହାସ୍ୟ ଅଭିନେତାରୁ ରାଷ୍ଟ୍ରମୁଖ୍ୟ ଜେଲେନୋସ୍କି…

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ହେଉଛି । ବିଶ୍ୱ ଦେଖୁଛି । ପୃଥିବୀରେ ଏବେ କେବଳ ଦୁଇଟି ଦେଶର ଚର୍ଚ୍ଚା । ଋଷିଆ ଏବଂ ୟୁକ୍ରେନ । ଭ୍ଲାଦିମିର ପୁତିନ ଓ ଭୋଲୋଦିମିର ଜେଲେନସ୍କି ଙ୍କୁ ସମସ୍ତେ ଜାଣିଲେଣି । ଋଷିଆ ରାଷ୍ରପତି ଭାଲଦିମିର ପୁତିନଙ୍କ କଥା ଅଛପା ନାହିଁ । କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କ ଜିବନୀ ଭୋରି ରୋଚକ ରହିଛି । ୟୁକ୍ରେନର ରାଷ୍ଟ୍ରପତି ହେବାର ଇତିହାସରେ ଜେଲେନସ୍କିଙ୍କ ଗାଥା କିଛି ଅଲଗା । ପୂର୍ବରୁ ୟୁକ୍ରେନ ବାସୀଙ୍କୁ ହସାଉଥିଲେ, ଏବେ ଦେଶ କଥା ବୁଥୁଛନ୍ତି । ଅର୍ଥାତ ଜଣେ ହାସ୍ୟ ଅଭିନେତାରୁ ୟୁକ୍ରେନ ରାଷ୍ଟ୍ରପତି ସାଜିଛନ୍ତି ଭୋଲୋଦିମିର ଜେଲେନସ୍କ ।

୪୪ ବର୍ଷୀୟ ବୋଲ୍ଡିମିର୍ ରାଜନୈତିକ ବ୍ୟଙ୍ଗ କଳାକାର ଭାବେ ପରିଚିତ ଲାଭ କରିଥିଲେ । ଜଣେ ବ୍ୟଙ୍ଗ ଶିକ୍ଷକ ଭୂମିକାରେ ଅଭିନୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କ କମେଡି ଏତେ ଲୋକାଦୃତ ହୋଇଥିଲେ ଯେ, ଶେଷରେ ନାଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା ଏହି ସୋ’ । ସୋ’ରେ ଜେଲେନସ୍କିଙ୍କ ଚରିତ୍ର ଓ ତାଙ୍କର ଆଭିମୁଖ୍ୟ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ । ଏବଂ ୟୁକ୍ରେନର ରାଷ୍ଟ୍ରପତି ହୋଇଥିଲେ ।

୨୦୧୯ ମସିହାରେ ରାଷ୍ଟ୍ରପତି ହୁଅନ୍ତି ଜେଲେନୋସ୍କି । ୨୦୧୮ରେ ଜେଲେନସ୍କି ରାଜନୈତିକ ଦଳ ଗଠନ କରନ୍ତି । ୨୦୧୯ରେ ଏହି ଦଳ ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଦୁର୍ନୀତି ବିରୋଧୀ ରାଜନେତା ଭାବେ ଜେଲେନସ୍କି ବେଶ ଖ୍ୟାତି ଅର୍ଜନ କରିଛନ୍ତି । ପୂର୍ବରୁ କମେଡି ଶୋ’ରେ ଲୋକଙ୍କ ମନ ଜିତିଥିବା ବେଳେ ରାଜନୀତିରେ ମଧ୍ୟ ଲୋକଙ୍କ ଭଲ ପାଇବା ମିଳିଥିଲା । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ୭୦ ପ୍ରତିଶତ ଭୋଟରେ ପରାଜିତ କରି ଶେଷରେ କମେଡି କିଙ୍ଗ ଜେଲେନୋସ୍କି ସାଜିଥିଲେ ରାଷ୍ଟ୍ରପତି ।

Leave a Reply