ଭୁବନେଶ୍ୱର: କିଏ ମାରିବ ପଞ୍ଚାୟତ ବାଜି? କିଏ ଜିତିଛି ଜନତାଙ୍କ ଦିଲ୍ । କାହାକୁ ୫ ବର୍ଷ ପାଇଁ ସାଥି କରିଛନ୍ତି ଭୋଟର । ଆଉ କିଛି ସମୟ ପରେ ଖୋଲିବ ଷ୍ଟ୍ରଙ୍ଗରୁମ୍ ଗଣାହେବ ବାଲାଟ । ୮ ଟାରୁ ଆରମ୍ଭ ହେବ ପଞ୍ଚାୟତ ଭୋଟ୍ ଗଣତି । ଆଜିଠୁ ୩ ଦିନ ଧରି ଭୋଟ ଗଣତି କରାଯିବ । ଆଜି ୩୧୪ ବ୍ଲକରେ ୩୧୫ ଜିଲ୍ଲା ପରିଷଦ ଆସନର ଆସିବ ରାୟ । ଏହା ସହିତ ଏହି ଆସନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡମେମ୍ବର ଫଳାଫଳ ପ୍ରକାଶ ପାଇବ । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନରେ ଗଣତି ହେବାକୁ ଥିବାବେଳେ ଭୋଗରାଇ ବ୍ଲକର ୨ଟି ଜିଲ୍ଲାପରିଷଦ ଆସନରେ ଗଣତି ହେବ । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave a Reply