ମହା ଶିବରାତ୍ରି ପାଇଁ ଗାଇଡଲାଇନ୍ ଜାରି କଲା ବିଏମ୍‌ସି: ପୂଜାର୍ଚ୍ଚନା ବେଳେ ଦର୍ଶନ କରିପାରିବେନି ଭକ୍ତ

1 min read

ଭୁବନେଶ୍ୱର: ମହାଶିବରାତ୍ରୀ ପାଇଁ ଗାଇଡ଼ଲାଇନ ଜାରିକଲା ବିଏମସି । ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡକାଠ ପାଖରୁ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ । ଦର୍ଶନ ବେଳେ ପୂଜାର୍ଚ୍ଚନା କରିପାରିବେନି ଭକ୍ତ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ନାହିଁ ଅନୁମତି। କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହିତ ହାତକୁ ସାନିଟାଇଜ କରିବାକୁ BMC ପରାମର୍ଶ ଦେଇଛି । ସେବାୟତ ମାନଙ୍କୁ ମଧ୍ୟ ନିୟମ ପାଳନ କରିବେ । ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାକୁ ପରାମର୍ଶ ଦେଇଛି ବିଏମସି । ମନ୍ଦିର ଭିତରେ ଛେପ, ଗୁଟୁଖା, ପାନ ସମ୍ପୂର୍ଣ୍ଣ ନିଷେଧ ।

Maha Deepa Lingaraj Temple Time Devotees Can Enter Temple

ତେବେ କରୋନା ପାଇଁ ଜାଗରରେ ଏଥର ନିରାଶ ହେବେ ନାହିଁ ଶ୍ରଦ୍ଧାଳୁ । ମହା ଶିବରାତ୍ରୀରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା । ଦିନ ୩ଟାରୁ ସାଢ଼େ ୩ଟା ଯାଏ ଅବକାଶ ନୀତି ଅନୁଷ୍ଠିତ ହେ ।

Maha Deepa Lingaraj Temple Time Devotees Can Enter Temple

ଅପରାହ୍ଣ ୩ ଟା୩୦ ଠାରୁ ୫ ଟା ଯାଏ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସନ୍ଧ୍ୟା ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇ ପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ ଭକ୍ତ । ଗତବର୍ଷ ଭଳି କୋଭିଡ୍ କଟକଣା ସହ ଦର୍ଶନ ଅନୁମତି ମିଳିବ । ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ, ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

Leave a Reply