ନାଟୋ କିଏ ? ଋଷ-ୟୁକ୍ରେନ୍ ନାଟକ ପଛରେ ‘NATO’

1 min read

ନନ୍ଦିଘୋଷ ବ୍ୟୁରୋ:  ନାଟୋ । ନର୍ଥ ଆଣ୍ଟାଲାଟିକା ଟ୍ରିଟ ଅର୍ଗାନାଇଜେସନ । କିଏ ଏହି ନାଟୋ ? କଣ ଏହାର ଆଭିମୁଖ୍ୟ ? ବିଶ୍ୱ ଯଦି ତୃତୀୟ ବିଶ୍ୱଯୁଦ୍ଧ ଦେଖିବାକୁ ଯାଉଛି, ତେବେ ଋଷିଆ-ୟୁକ୍ରେନ ଶତ୍ରୁତାର ସନ୍ଧି ସୃଷ୍ଟି କରିଛି ଏହି ନାଟୋ । ତେବେ ନାଟୋ ଏକ ରାଷ୍ଟ୍ର ନୁହେଁ । ନାଟୋ ହେଉଛି ଅନେକ ଦେଶର ସୌନିକ ସଂଗଠନ । ନାଟୋର ସଦସ୍ୟତା ରହିଛନ୍ତି ୩୦ ଦେଶ । ଏମାନଙ୍କ ଆଭିମୁଖ୍ୟ ହେଉଛି, ସବୁଠି ରହିବେ ନାଟୋ ସେନା । ଯଦି ଏହି ୩୦ ଦେଶ ଉପରେ କୌଣସି ମଧ୍ୟ ବାହ୍ୟ ରାଷ୍ଟ୍ର ଆକ୍ରମଣ କରେ, ତେବେ ମିଳିତ ଆକ୍ରମଣ କରିବେ ସଭିଏଁ । ଅର୍ଥାତ ସାମୁହିକ ସୁରକ୍ଷା ଉପରେ ଯଦି କୌଣସି ମଧ୍ୟ ସଙ୍କଟ ଆସେ, ତେବେ ନାଟୋ କରିବ ଆଟାକ୍ । ୪ ଏପ୍ରିଲ ୧୯୪୯ରେ ନାଟୋର ଜନ୍ମ । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି ।

ଋଷ ଏବଂ ୟୁକ୍ରେନ ଦୁଇ ପଡୋଶୀ ଦେଶ । ଉଭୟେ ସୋଭିଏତ ସଂଗଠନର ଅନ୍ତ୍ରଭୁକ୍ତ । କିନ୍ତୁ ଏଠାରେ ୟୁରୋପୀୟ ସଂଗଠନର ନାଁ କାହିଁକି ଉଠୁଛି । ଦୁଇ ଦେଶ ମଧ୍ୟରେ ନାଟୋକୁ ନେଇ ଏ ନାଟକ କାହିଁକି ଲାଗୁଛି । କାହିଁକି ନାଟୋ ପ୍ରତି ଋଷର ଏତେ ଘୃଣା ? ଦର୍ଶକବନ୍ଧୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତିକୁ ୬ ବର୍ଷ ବିତିଯାଇଥିଲା । ୧୯୪୫ରେ ସମାପ୍ତ ଘଟିଥିଲା ଏହି ଭୟଙ୍କର ସଂକଟର । ଯୁଦ୍ଧ ପରେ ମଧ୍ୟ ସୋଭିଏତ ସଂଘ ପୂର୍ବ ୟୁରୋପରୁ ସୈନ୍ୟ ଅପସାରଣ କରିବାକୁ ରାଜି ହୋଇନଥିଲା । ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲା ସୋଭିଏତ ସଂଘ । ଆଉ ପ୍ରତିହତ କରିଥିଲା ଆମେରିକା । ଏହାପରେ ୟୁରୋପୀୟ ମହାଦେଶର ସାମୁହିକ ସୁରକ୍ଷା ପାଇଁ ସୃଷ୍ଟି ହୋଇଥିଲା ନର୍ଥ ଆଣ୍ଟାଲିର୍ଟିକା ଟ୍ରିଟ ଅର୍ଗାନାଇଜେସନ ବା ଉତ୍ତର ଆଣ୍ଟାଲିଟିକ୍ ଚୁକ୍ତି ସଂଗଠନ । ୧୨ଟି ଦେଶରୁ ଆରମ୍ଭ ହୋଇଥିବା ନାଟୋର ସଦସ୍ୟତା ସଂଖ୍ୟା ଏବେ ୩୦ ରେ ପହଁଚିଛି । ବିଶ୍ୱର ମହାଶକ୍ତି ଆମେରିକା ସମେତ ବ୍ରିଟେନ, ଫ୍ରାନ୍ସ, କାନାଡ଼ା, ବେଲଜିୟମ, ନେଦରଲ୍ୟାଣ୍ଡ, ଇଟାଲି, ଆଇସଲାଣ୍ଡ, ପର୍ତ୍ତୁଗାଲ, ଡେନମାର୍କ, ଲକ୍ଷେମବର୍ଗ ଓ ନରୱେ ଆଦି ସାମିଲ ଅଛନ୍ତି । ନାଟୋରେ ସାମିଲ ହେବା ପାଇଁ ସର୍ତ୍ତ ରହିଛି । ଏହି ସର୍ତ୍ତ ହେଉଛି, ସବୁ ଦେଶରେ କାମ କରିବ ସମାନ ସାମରିକ ନୀତି । ଯଦି ଗୋଟିଏ ନାଟୋ ଦେଶ ଉପରେ କେହି ଆକ୍ରମଣ କରେ, ତେବେ ସମସ୍ତ ନାଟୋ ଦେଶ ଉପରେ ଆକ୍ରମଣ କରାଗଲା ବୋଲି ବିବଚେନା କରାଯାଏ । ଏବଂ ପ୍ରତିପକ୍ଷ ରାଷ୍ଟ୍ର ବିରୋଧରେ ସମସ୍ତ ଦେଶ ପ୍ରତିଆକ୍ରମଣ କରିବାକୁ ବାଧ୍ୟ ।

୧୯୯୧ ମସିହାରେ ଭାଙ୍ଗେ ସୋଭିଏତ ଋଷ । ଜନ୍ମନିଏ ୟୁକ୍ରେନ । ଆରମ୍ଭରୁ ୟୁକ୍ରେନକୁ ନିଜ ସପକ୍ଷରେ ନେବାକୁ ଉଦ୍ୟମକରେ ଋଷ । କିନ୍ତୁ ୟୁକ୍ରେନ ଋଷର ପ୍ରଭୁତ୍ୱରୁ ବର୍ତ୍ତବା ପାଇଁ ସର୍ବଦା ପ୍ରୟାସରତ । ପାଶ୍ଟାତ୍ୟ ଦେଶ ସପକ୍ଷରେ ସର୍ବଦା ଆନୁଗତ୍ୟ ପ୍ରକାଶ କରେ ୟୁକ୍ରେନ । ଗତ ଡିସେମ୍ବରରେ ନାଟୋ ସହ ଯୋଗ ଦେବାକୁ ଇଛା ପ୍ରକାଶ କରିଥିଲା ଋଷର ପଡୋଶୀ ରାଷ୍ଟ୍ର ୟୁକ୍ରେନ । ଆଉ ୟୁକ୍ରେନର ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଥିଲା ଋଷ । କାରଣ ୟୁକ୍ରେନ ଏବଂ ଋଷର ସୀମା ରହିଛି ୨୨ ଶହ କିଲୋମିଚରରୁ ଅଧିକ । ଯଦି ୟୁକ୍ରେନ ନାଟୋ ସହ ସଂପର୍କ ଗଢେ, ଅର୍ଥାତ ନାଟୋ ଦେଶରେ ସାମିଲ ହୁଏ । ତେବେ କେଉଁଠି ନା କେଉଁଠି ୟୁକ୍ରେନ ବାହାନାରେ ଋଷ ସୀମାରେ ପହଁଚିଯିବ ନାଟୋ । ଯାହା ଋଷର ସୀମା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ସେଥିପାଇଁ ପୁତିନ ୟୁକ୍ରେନର ଦୁଇ ପୂର୍ବବର୍ତ୍ତୀ ଅଞ୍ଚଳ ଡୋନେସ୍କୋ ଏବଂ ଲୋହାଂସ୍କୋକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଦେଇଛି । ଏହି ଦୁଇ ଅଞ୍ଚଳରେ ମଧ୍ୟ ଋଷ ପବ୍ରବେଶ କରି ନିଜର ସାମରିକ ବେସ ସ୍ଥାପନା କରିଛି । ସେପଟେ ୟୁକ୍ରେନର ଅନ୍ୟ ପଡୋଶୀ ଦେଶ ବେଲାଋଷ ଆର୍ଥିକ ଏବଂ ସାମରିକ ସୁରକ୍ଷା ନିମନ୍ତେ ଋଷ ଉପରେ ନିର୍ଭରଶୀଳ । ଏ ସମସ୍ତ ପରିସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ଯେ ୟୁରୋପୀୟ ସଂଘ ବିରୋଧରେ ଠିଆ ହେବାକୁ ପୁତିନ ପୁଣିଥରେ ସୋଭିଏତ ସଂଘ ଗଢିବା ପାଇଁ ଚାହୁଁଛନ୍ତି ।

ଆଉ ଯଦି ପଡୋଶୀ ୟୁକ୍ରେନ ନାଟୋକୁ ଚାଲିଯାଏ, ତେବେ ମସ୍କୋ ଠାରୁ ୟୁରୋପୀୟ ଦେଶର ଦୂରତା ୧୬୦୦ କିଲୋମିଟର ରହିଥିବାବେଳେ ଏହି ଦୂରତା ହ୍ରାସ ଘଟି ୬୪୦ କିମି ହୋଇଯିବ । ଋଷ ସୀମାରେ ନାଟୋ ସେନା ପହଁଚିଯିବେ । ଏବଂ ଆମେରିକା ଋଷ ପାଖରେ ମଧ୍ୟ ହରକତ ଆରମ୍ଭ କରିଦେବ । ଏପଟେ ଋଷ ଦେଖୁଥିବା ପୁରୁଣା ସୋଭିଏତ ସଂଘ ସ୍ଥାପନା ସ୍ୱପ୍ନ ଅଧୁରା ରହିଯିବ । ୧୯୯୧ ମସିହାର ସୋଭିଏତ ସଂଘ ପୁନର୍ବାର ଗଠନ କରି ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଥିବା ପୁତିନଙ୍କ ପ୍ଲାନ ଫସର ଫାଟିଯିବ । ତେଣୁ ଯେକୌଣସି ଉପାୟରେ ମଧ୍ୟ ନିଜ ପଡୋଶୀ ଦେଶକୁ ନାଟୋ ପାଖକୁ ଯିବାକୁ ଦେବେ ନାହିଁ ପୁତିନ୍ । ଆଉ ଯେଉଁଥିପାଇଁ ଏହି ନାଟ ଲଗାଇଛି ନାଟୋ । କହିବାକୁ ଗଲେ ୟୁକ୍ରେନ-ଋଷ କଳିର ମଞ୍ଜି ଏହି ନାଟୋ ।

Leave a Reply