ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ହେବ ଅଫ୍‌ଲାଇନ୍ ପରୀକ୍ଷା

1 min read

ଭୁବନେଶ୍ୱର: ଅନଲାଇନ୍ ନୁହେଁ ଏବେ ଅଫଲାଇନରେ ହେବ ପରୀକ୍ଷା । ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଫଲାଇନରେ ପରୀକ୍ଷା ହେବ । ସମସ୍ତ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି । କୋଭିଡ ସ୍ଥିତି ସୁଧିରିଥିବା ବେଳେ ଏବେ SRCଙ୍କ ପକ୍ଷରୁ କୌଣସି କଟକଣା ନାହିଁ । ଶିକ୍ଷାର ଗୁଣବତ୍ତା ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ପୂର୍ବରୁ ବୋର୍ଡ ପରୀକ୍ଷା ମଧ୍ୟ ଅଫ୍‌ଲାଇନ୍ ହେବ ବୋଲି ଘୋଷଣା କରାଯାଇଛି । ଏଭଳି କି  ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍‌ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଛି । ଏଭଳି ଆବେଦନ ଛାତ୍ରଛାତ୍ରୀଙ୍କୁ ମିଛ ଆଶ୍ୱାସନା ଦେଉଛି । ପୂରା ଦେଶରେ ପରୀକ୍ଷାକୁ ନେଇ ଭ୍ରମ ସୃଷ୍ଟି ହେଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କରୋନା ସଂକ୍ରମଣ ଯୋଗୁ ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ୧୫ଟି ରାଜ୍ୟର ଛାତ୍ରଛାତ୍ରୀ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍କିଂ ବ୍ୟବସ୍ଥା କରିବାକୁ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ସିବିଏସଇ ସହ ଆଇସିଏସଇ ଛାତ୍ରଛାତ୍ରୀ ମଧ୍ୟ ଅଫଲାଇନ୍‌ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ମହା ଶିବରାତ୍ରି ପାଇଁ ଗାଇଡଲାଇନ୍ ଜାରି କଲା ବିଏମ୍‌ସି: ପୂଜାର୍ଚ୍ଚନା ବେଳେ ଦର୍ଶନ କରିପାରିବେନି ଭକ୍ତ

Leave a Reply