ପୁନର୍ବାର ବିଜୟୀ ହେବ ବିଜେଡି: ୬୫୦ରୁ ଊର୍ଦ୍ଧ୍ୱ ଆସନ ହାତେଇବ ଦଳ

1 min read

ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଶାସକ ବିଜୁ ଜନତା ଦଳ ସପକ୍ଷରେ ରହିବ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ୬୫୦ରୁ ଊର୍ଦ୍ଧ୍ୱ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ । ଗତ ଥର ଅପେକ୍ଷା ପାଖାପାଖି ୨୦୦ଜିଲ୍ଲା ପରିଷଦ ଆସନ ଅଧିକ ଜିତିବ ବୋଲି ବୁଥ୍ ଫେରନ୍ତାଙ୍କ ମତରୁ ଜଣାପଡ଼ିଛି । ତେବେ ୨୦୧୭ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଯେତିକି ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର କରିଥିଲା, ଏଥର ତା’ର ଲେଶ ମାତ୍ର ପରିଲକ୍ଷିତ ହୋଇନାହିଁ । ଏହାର ପ୍ରଭାବ ନିର୍ବାଚନ ଉପରେ ଜବରଦସ୍ତ ପଡ଼ିଛି । ଦଳ ହାତରୁ ଶତାଧିକ ଆସନ ଖସିଯିବାର ସମ୍ଭାବନା ରହିଛି ।

ତେବେ ନନ୍ଦିଘୋଷ ଟିଭି EXIT POLL ଅନୁଯାୟୀ ଅନୁଗୁଳର ୨୮ଜିଲ୍ଲା ପରିଷଦ ଆସନରୁ ବିଜେଡିକୁ ୧୯, ବିଜେପିକୁ ୬ଆସନ ମିଳିପାରେ । ୩ଟିରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ବାଲେଶ୍ୱରର ୪୫ଜିଲ୍ଲା ପରିଷଦ ଆସନରୁ ବିଜେଡିକୁ ୩୪, ବିଜେପିକୁ ୫, କଂଗ୍ରେସକୁ ୨ଆସନ ମିଳିପାରେ । ୪ଆସନରେ କଡ଼ା ମୁକାବିଲା ହୋଇପାରେ । ବରଗଡ଼ର ୩୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୨୭ ଓ ବିଜେପିକୁ ୩ଆସନ ମିଳିପାରେ । ୪ଆସନରେ ହୋଇପାରେ କଡ଼ା ମୁକାବିଲା । ଭଦ୍ରକର ୨୮ଜିଲ୍ଲା ପରିଷଦ ଆସନରୁ ୨୬ଆସନରେ ଜିତିପାରେ ବିଜେଡି, ଅନ୍ୟ ୨ଟି ଆସନରେ କଡ଼ା ଟକ୍କର । ବଲାଙ୍ଗୀରର ୩୪ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୧୯, କଂଗ୍ରେସ ୬, ବିଜେପି ୫ଆସନରେ ଜିତିପାରେ । ୪ଆସନରେ କଡ଼ା ମୁକାବିଲା ହୋଇପାରେ । କଟକର ୪୬ଜିଲ୍ଲା ପରିଷଦ ଆସନରୁ ବିଜେଡି ୩୮, ବିଜେପି ୪, କଂଗ୍ରେସକୁ ୧ଆସନ ମିଳିପାରେ ।

ଏଥି ମଧ୍ୟରୁ ୩ଟି ଆସନରେ ହୋଇପାରେ କଡ଼ା ମୁକାବିଲା । ୬ଟିରେ ବିଜେଡି ଜିତିପାରେ, ଗୋଟିକରେ କଡ଼ା ଟକ୍କର । ଢେଙ୍କାନାଳର ୨୭ଜିଲ୍ଲା ପରିଷଦ ଆସନରୁ ୧୭ଟିରେ ବିଜେଡି, ୭ଟିରେ ଜିତିପାରେ ବିଜେପି । ୩ଟିରେ ହୋଇପାରେ କଡ଼ା ମୁକାବିଲା । ଗଜପତିର ୧୪ଜିଲ୍ଲା ପରିଷଦ ଆସନ । ବିଜେଡିକୁ ୮, ବିଜେପିକୁ ୨, କଂଗ୍ରେସକୁ ୩ଆସନ ମିଳିପାରେ । ଗୋଟିକରେ ହୋଇପାରେ କଡ଼ା ମୁକାବିଲା । ଗଞ୍ଜାମର ୬୯ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡିକୁ ୬୬ଟି ଆସନ ମିଳିପାରେ, ୩ରେ କଡ଼ା ମୁକାବିଲା । ଜଗତସିଂହପୁରର ୨୬ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୦, ବିଜେପି ୧ଆସନ ପାଇପାରେ । ୫ଟି ଆସନରେ କଡ଼ା ମୁକାବିଲା ହୋଇପାରେ । ଯାଜପୁରର ମୋଟ୍ ଆସନ-୩୯ ମଧ୍ୟରୁ ବିଜେଡି-୩୪ ଓ ୫ଆସନରେ କଡ଼ା ଟକ୍କର ସମ୍ଭାବନା । ଝାରସୁଗୁଡ଼ାର ମୋଟ୍ ୯ ଆସନ ମଧ୍ୟରୁ ବିଜେଡି-୮, ଗୋଟିକରେ କଡ଼ା ଟକ୍କର । କଳାହାଣ୍ଡିର ମୋଟ୍ ଆସନ-୩୬ ମଧ୍ୟରୁ ବିଜେଡି-୨୨, ବିଜେପି-୯, କଂଗ୍ରେସ-୧ଜିତିପାରେ । ୪ଆସନରେ ହୋଇପାରେ କଡ଼ା ଟକ୍କର । କନ୍ଧମାଳର ମୋଟ୍ ଆସନ-୧୮ରହିଥିବା ବେଳେ ଏଥିମଧ୍ୟରୁ ବିଜେଡି-୧୨, କଂଗ୍ରେସ-୪ଆସନ ଜିତିପାରେ । ୨ଆସନରେ ହୋଇପାରେ କଡ଼ା ଟକ୍କର ।

Leave a Reply