spot_img
Home Blog Page 4608

ଦେଶରେ ୧ ଲକ୍ଷ ତଳେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୮୩ ହଜାର ୮୭୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୮୩ ହଜାର ୮୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୮୯୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୭.୨୫ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୯ ହଜାର ୦୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ରବିବାର ୧ ଲକ୍ଷ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ୨୪ ଘଣ୍ଟାରେ ଦେଶରେ ୮୩ ହଜାର ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୧ ଲକ୍ଷ ୦୮ ହଜାର ୯୩୮ ରହିଛି ।

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ହଜାର ୪୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ୨୪ ଘଣ୍ଟାରେ ରାଜ୍ୟରେ ହଜାର ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୨୩ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ସେହିପରି ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୬୨୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ଅନୁଗୁଳରୁ ୭୧, ବାଲେଶ୍ୱରରୁ ୫୦, ବରଗଡ଼ରୁ ୨୨, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୩୨, କଟକରୁ ୬୯, ଦେଓଗଡ଼ରୁ ୬୨, ଢେଙ୍କାନାଳରୁ ୨୭, ଗଜପତିରୁ ୪୫, ଗଞ୍ଜାମରୁ ୦୮, ଜଗତସିଂହପୁରରୁ ୨୪, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୭୫, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୬, କେନ୍ଦୁଝରରୁ ୪୨, କୋରାପୁଟରୁ ୬୬, ମାଲକାନଗିରିରୁ ୦୭, ମୟୁରଭଞ୍ଜରୁ ୩୫, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୫୬, ନୂଆପଡ଼ାରୁ ୨୩, ପୁରୀରୁ ୩୭, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୫୯, ସୋନପୁରରୁ ୦୬, ସୁନ୍ଦରଗଡ଼ରୁ ୧୦୧ ଷ୍ଟେଟ ପୁଲରୁ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଆଜିଠୁ ଖୋଲିଲା ଏମସ୍ ଓପିଡି

ଭୁବନେଶ୍ୱର: ଆଜିଠୁ ଖୋଲିଲା ଏମସ ଓପିଡି । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଆଜିଠୁ ଖୋଲିଛି ଏମସ ଓପିଡି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । ନୂଆ ଆଡମିଶନ ହେଲେ ସନ୍ଦିଗ୍ଧ କୋଭିଡଙ୍କ ପାଇଁ ପ୍ରତି ଓ୍ବାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କୁ ନିୟମିତ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ ଜାରି ରହିବ । କରୋନାର ତୃତୀୟ ଲହର ପାଇଁ ଜାନୁଆରୀ ୧୭ ରୁ ଭୁବନେଶ୍ବର ଏମସର ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା । ତେବେ ଏବେ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜିଠୁ ଏମସ ଓପିଡି ଖୋଲିଛି ।

ଆଜି ପବିତ୍ର ମାଘ ସପ୍ତମୀ, କୋଭିଡ କଟକଣାରେ ପଡ଼ିଲା ମାଘବୁଡ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନ ୪ଟାରୁ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ର ଶୂନଶାନ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିଥିଲେ । ପରେ ଭୋର ୪ଟା ୨୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସାଧୁ ,ସନ୍ଥ ,ସେବକମାନେ ବୁଡ଼ ପକାଇଥିଲେ ।

ସେହିପରି ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବି ଫିକା ପଡ଼ିଛି ମେଳା । କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ । ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ ପତ୍ର ଖୋଲିବ ନାହିଁ । ଏହାସହ ଅପେରା ମଧ୍ୟ ବନ୍ଦ କରାଯାଇଛି । ମନ୍ଦିର ଭିତରେ ନୀତିକାନ୍ତି ପାଳନ ସହିତ ଖଣ୍ଡଗିରି ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେଉଛି । ଗତକାଲିଠୁ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି ମୋଟ ୧୦୦ ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି ।

ଆଜିଠୁ ପୁଣି ଖୋଲିବ ସ୍କୁଲ, ସକାଳ ୧୦ଟାରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ଚାଲିବ କ୍ଲାସ୍

ଭୁବନେଶ୍ୱର: ଆଜିଠୁ ସ୍କୁଲରେ ପୁଣି ବାଜିବ ଘଣ୍ଟି । କୋଳାହଳରେ କମ୍ପିବ କ୍ୟାମ୍ପସ୍ । ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ବ ସମସ୍ତ ଶ୍ରେଣୀରେ ଆଜିଠୁ ଆରମ୍ଭ ହେବ ପାଠପଢା । ସେହିଭଳି ୧୪ ତାରିଖରୁ କେଜିରୁ ସପ୍ତମ ଯାଏ କ୍ଲାସ୍ ଖୋଲିବ । କୋଭିଡ କଟକଣା ଭିତରେ ଅଫଲାଇନରେ ଚାଲିବ କ୍ଲାସ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ମଧ୍ୟାହ୍ନ ଭୋଜନରେ କେବଳ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୧୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା । କ୍ଳାସରୁମ୍ ସାନିଟାଇଜ୍ ହେବା ସହ ଚେୟାର ଟେବୁଲ୍ ପ୍ରସ୍ତୁତ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସଂକ୍ରମଣ କମୁଥିବାରୁ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଏବଂ କାଉନ୍ସିଲ ବୋର୍ଡକୁ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁବିଧା ଦେଖି ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋର୍ଡ । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

ବାହାଘର ସାରି ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ

ନୂଆପଡ଼ା: ବାହାଘର ସାରି ଫେରିବା ବେଳ ଦୁର୍ଘଟଣା । ବରଯାତ୍ରୀ ପିକଅପ୍ ଭ୍ୟାନ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହାତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନରସିଂହପୁର ନିକଟର ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Accident Near Nuapada One Minor Dead

ଘଟଣା ସ୍ଥଳରେ ୧୩ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ଗୁରୁତର ଆହାତ ୯ ଜଣଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପିକଅପ୍ ଭ୍ୟାନଟିରେ ୩୫ରୁ ୪୦ ଜଣ ବରଯାତ୍ରୀ ଥିଲେ । ବାହାଘର ସାରି ବରଯାତ୍ରୀ ବଙ୍ଗୋମୁଣ୍ଡା ପାତଲପଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

୫ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

ବାଲେଶ୍ୱର: ଜମତରା ଲିଙ୍କରେ ୫ ଜଣ ଗିରଫ । ବାଲେଶ୍ୱର ସାଇବର ଥାନା ପୋଲିସ ଏକ ଲୁଟ୍ ମାମଲାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି । ନୀଳଗିରି ଅଞ୍ଚଳର ଜଣେ ମହିଳା ଲୁଟର ଶିକାର ହୋଇଥିଲେ । ମହିଳା ଜଣଙ୍କ ବ୍ୟାଙ୍କ କଷ୍ଟମର କେୟାର ନମ୍ବର ଗୁଗଲରେ ସର୍ଚ୍ଚ କରି କଲ୍ କରି ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିଲେ । ସାଇବର ଲୁଟେରା କୌଶଳକ୍ରମେ ମହିଳା ଜଣଙ୍କ ଠାରୁ ଓଟିପି ହାସଲ କରି ନେଇ ନେଟ୍ ବ୍ୟାଙ୍କିଂରେ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ ।

Balasore Cyber Police Arrested 5 Accused In Online Loot Case

ଏହାପରେ ୧୨ ଲକ୍ଷ ୪୫ ହଜାର ଟଙ୍କା ଆକାଉଣ୍ଟରୁ ବିଭିନ୍ନ ଖାତାକୁ ଟ୍ରାନ୍ସଫର କରି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ବାଲେଶ୍ୱର ସାଇବର ଥାନା ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା ଏହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଛି । ସେଥିମଧ୍ୟରୁ ଗୋଟିଏ ଆକାଉଣ୍ଟ ସୁନ୍ଦରଗଡ଼ ଜିଲ୍ଲାର ରହିଛି । ପୋଲିସ ଉକ୍ତ ଆକାଉଣ୍ଟଧାରୀଙ୍କ ନିକଟରେ ପହଞ୍ଚିବା ପରେ ଜଣାପଡ଼ିଥିଲା ମହିଳାଙ୍କ ଆକାଉଣ୍ଟକୁ ତାଙ୍କ ସ୍ୱାମୀ ଅପରେଟ୍ କରୁଛନ୍ତି ।

Balasore Cyber Police Arrested 5 Accused In Online Loot Case

ପୋଲିସ ତାଙ୍କ ସ୍ୱାମୀକୁ ଗିରଫ କରି ଗ୍ୟାଙ୍ଗ ବିଷୟରେ ସୂଚନା ପାଇଥିଲା । ଏବେ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍ ରହିଛି । ଗିରଫଙ୍କ ଘର କଲିକତା, ବିହାର, ଝାଡ଼ଖଣ୍ଡ, ମୁର୍ସିଦାବାଦ ଓ ସୁନ୍ଦରଗଡ଼ । ସେମାନଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା, ୧୦ଟି ମୋବାଇଲ୍, ୩୯ଟି ସିମ୍ କାର୍ଡ ଜବତ କରାଯାଇଛି । ଏବେ ବି ତଦନ୍ତ ଜାରି ରହିଛି ।

ସ୍ପୁଟନିକର ସିଙ୍ଗଲ ଡୋଜ୍ କୋଭିଡ୍ ଟିକାକୁ DCGIର ଅନୁମତି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ସିଙ୍ଗଲ୍ ଡୋଜ୍ । ଏଣିକି ଦେଶରେ ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକା ଦିଆଯିବ । ସ୍ପୁଟନିକ ଲାଇଟ୍ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି DCGI ଅନୁମତି ପ୍ରଦାନ କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା । ସେ କହିଛନ୍ତି, ଦେଶ କୋଭିଡ୍ ବିରୋଧୀ ଲଢ଼େଇରେ ନବମ ଟିକା ପାଇଛି ।

ଏଥିସହ ପଢ଼ନ୍ତୁ: ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଲାଇଟ୍’କୁ ଋଷର ଅନୁମତି, ୮୦% ପ୍ରଭାବୀ ଦାବି

ପୂର୍ବରୁ ସ୍ପୁଟନିକ ଭି ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳି ସାରିଛି । ୨ ଡୋଜ୍ ବିଶିଷ୍ଟ ସ୍ପୁଟନିକ୍ ଭି ତୁଳନାରେ ସିଙ୍ଗଲ୍ ଡୋଜ୍ ବିଶିଷ୍ଟ ‘ସ୍ପୁଟନିକ ଲାଇଟ୍’ ଅଧିକ ପ୍ରଭାବୀ । ସ୍ପୁଟନିକ ଭି ୯୧.୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ‘ସ୍ପୁଟନିକ ଲାଇଟ୍’ ୭୯.୪ ପ୍ରତିଶତ ପ୍ରଭାବୀ ଥିବା କମ୍ପାନୀ ଦାବି କରିଛି ।

ହଜାରେ ତମ ଦିନିକିଆ କ୍ରିକେଟ୍ ମ୍ୟାଚକୁ ୬ ୱିକେଟରେ ଜିତିଲା ଭାରତ

ଅହମଦାବାଦ: ଦିନିକିଆରେ ଜିତ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ୪୩.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା । ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ୧୭୮ ରନ୍ କରି ମ୍ୟାଚକୁ ଜିତି ନେଇଛି ।

India beat West Indies by 6 wickets in 1st ODI at Ahmadabad

ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ସର୍ବାଧିକ ୫୭ ରନ କରିଥିଲେ । ଦଳର ଅଧିନାୟକ ପୋଲାର୍ଡ ଶୂନ୍ ରନରେ ଚହଲଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲ । ହୋଲ୍ଡର ଓ ଫାବିଆନଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ୨୦ ରନ୍ ଡେଇଁ ନଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ୨.୪ ଓଭରରେ ଓପନର ସାଇ ହୋପେ ଆଉଟ୍ ହୋଇଥିଲେ ।

India beat West Indies by 6 wickets in 1st ODI at Ahmadabad

ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱାଂଶିଟନ୍ ସୁନ୍ଦର ୩ଟି, ପ୍ରସିଦ୍ଧ କ୍ରୀଷ୍ଣା ୨ଟି, ସିରାଜ ଗୋଟିଏ ୱିକେଟ୍ ନେଇଥିଲେ । ରୋହିତ ଶର୍ମା ୫୧ ବଲରେ ୬୦ ରନ୍ କରିଥିଲେ । ପ୍ରଥମ ଦିନିକିଆ ଜିତି ଭାରତୀୟ ଦଳ ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ପଞ୍ଚଭୂତରେ ବିଲୀନ ହେଲେ ‘ସ୍ୱରର ସରସ୍ୱତୀ‘, ଭାଇ ଦେଲେ ମୁଖାଗ୍ନି

ମୁମ୍ବାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଛଳଛଳ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।

ଲତାଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ ମୁମ୍ବାଇ ପ୍ରଭୁକୁଞ୍ଜ ବାସଭବନକୁ ନିଆ ଯାଇଥିଲା । ତାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଶିବାଜୀ ପାର୍କ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ଫିଲ୍ମ କଳାକାର, କ୍ରୀଡ଼ାବିତ୍, ରାଜନେତା ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିବାଜୀ ପାର୍କରେ ଦ୍ୱିତୀୟ ବ୍ୟକ୍ତି ଭାବେ ଲତାଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହା ପୂର୍ବରୁ ଶିବାଜୀ ପାର୍କରେ କେବଳ ବାଲାସାହେବ ଠାକରେଙ୍କ ଶେଷକୃତ୍ୟ କରାଯାଇଥିଲା ।

୭ ଦଶନ୍ଧିର ଲମ୍ବା କ୍ୟାରିୟରରେ ଲତା ମଙ୍ଗେସକର ପ୍ରାୟ ୩୦ ହଜାର ଗୀତ ଗାଇଥିଲେ । ଦେଶ ସହ ବିଦେଶରେ ବି ଲତାଙ୍କ ସ୍ୱର ସମସ୍ତଙ୍କୁ ଟାଣୁଥିଲା । ପ୍ରାୟ ୩୬ଟି ଭାଷାରେ ଲତା କଣ୍ଠଦାନ କରିଥିଲେ । ଗତ ଏକ ମାସ ଧରି ଲତା ମେଡିକାଲରେ ଆଡମିଟ୍ ହୋଇଥିଲେ । ଲତାଙ୍କ ମୃତ୍ୟୁ ସହ ଦେଶବ୍ଯାପୀ ଶୋକର ଛାୟା ଖେଳି ଯାଇଛି । ବିବାହ ନକରି ଲତା ପରିବାର ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ ।