ପେଟ୍ରୋଲ ପକାଇବାକୁ ଡେରିକଲେ ବୋଲି ଗୁଳି ଫୁଟାଇଲେ ଦୁର୍ବୃତ୍ତ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ । ତେଣୁ ପେଟ୍ରୋଲ ପମ୍ପ ଆଶଙ୍କାରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ଲମ୍ବା ଲାଇନ ଲାଗିଥିଲା । ଏହି ସମୟରେ ଦୁଇଜଣ ପେଟ୍ରୋଲ ପକାଇବାକୁ ଆସିଥିଲେ  । ପେଟ୍ରୋଲ ପକାଇବାରେ ଡେରି ହେଲା ବୋଲି ଦୁଇ ରାଉଣ୍ଡ ଗୁଳି ଫୁଟାଇଛନ୍ତି ଦୁର୍ବୃତ୍ତ ।

ଘଟଣାଟି ହେଉଛି ବମିଖାଲ ପେଟ୍ରୋଲ ଟାଙ୍କିର । ଗତକାଲି ପେଟ୍ରୋଲ ପକାଇବାକୁ ନେଇ ଯୁକ୍ତିତର୍କ ପରେ ଗୁଳି ଫୁଟାଇଛନ୍ତି ଦୁର୍ବୃତ୍ତ । ଦୁଇ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପେଟ୍ରୋଲ ଟାଙ୍କିର ସିପୁନ ଖୁଣ୍ଟିଆ ନାମକ ଜଣେ କର୍ମଚାରୀ ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ତେଲ ପକାଇବାକୁ ଆସିଥିଲେ । କିନ୍ତୁ ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରଥମେ ଏକ ଟାଭେରାରେ ତେଲ ପକାଇବାରୁ ପମ୍ପ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ଆଉ ୪ ଜଣ ସାଙ୍ଗଙ୍କୁ ଡାକି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।