ଇମ୍ରାନଙ୍କୁ ଟକ୍କର ଦେବା ପାଇଁ ଇସଲାମାବାଦରେ ଆୟୋଜିତ ହେବ ବିରୋଧୀ ଦଳଙ୍କ ମହାସମାବେଶ

OIC Summit 2022 Imran Khan Slams Muslim World For Islamophobia

ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଛି ବୈଦେଶିକ ଷଡଯନ୍ତ୍ର । ଏଥିପାଇଁ ବିଦେଶରୁ ଅର୍ଥ ମଧ୍ୟ ଆସୁଛି । ଗତକାଲି ଇସଲାମାବାଦରେ ବଡ଼ ଧରଣର ରାଲି କରି ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଲିଖିତ ଭାବେ ଏହି ଦାବିକୁ ସତ ବୋଲି ପ୍ରମାଣ କରିପାରିବେ ବୋଲି କହିଛନ୍ତି ଇମ୍ରାନ୍ । ଅର୍ଥ ପାଇଁ ନିଜ ଦଳର ସାଂସଦ ମଧ୍ୟ ତାଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ।

ଇମ୍ରାନଙ୍କ ଶାସନ କାଳରେ ପାକିସ୍ତାନ ଠିକ୍ ରାସ୍ତାରେ ଚାଲିଛି । ଅନ୍ୟ ଶାସକଙ୍କ ତୁଳନାରେ ପାକିସ୍ତାନ ବିକାଶ ପଥରେ ଚାଲିଛି ବୋଲି ଇମ୍ରାନ୍ କହିଛନ୍ତି । ତେବେ ବୈଦେଶିକ ଶକ୍ତି ତାଙ୍କୁ ହଟାଇବାରେ ସଫଳ ହେବେନି ବୋଲି ଇମ୍ରାନ କହିଛନ୍ତି । ସେପଟେ ଆଜି ଇମ୍ରାନଙ୍କୁ ଟକ୍କର ଦେବା ଲାଗି ଇସଲାମାବାଦରେ ଆୟୋଜିତ ହେବ ବିରୋଧୀ ଦଳଙ୍କ ମହାସମାବେଶ ।

ବିରୋଧୀଦଳ ଗୁଡ଼ିକୁ ନେଇ ଗଠିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ବା ପିଡିଏମ ପକ୍ଷରୁ ଏହି ରାଲି ହେବ । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି । ସମାବେଶକୁ ନେଇ ଆଭନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ କୌଣସି ସଡ଼କ ପଥ ଅବରୋଧ କରିବା ଲାଗି ବିରୋଧୀ ଦଳଙ୍କୁ ଅନୁମତି ଦିଆଯିବ ନାହିଁ । ସେପଟେ ଅନାସ୍ଥା ଭୋଟ ତାରିଖ ଆସନ୍ତା ଏପ୍ରିଲ ୪କୁ ଘୁଞ୍ଚାଇଦିଆଯାଇଥିବା ଜଣାପଡିଛି ।