spot_img
Home Blog Page 4609

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ହୋତାଙ୍କ ମରଶରୀରର ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଗାମୀ ପିଢ଼ି ମନେ ରଖିବ ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ ।

ରାତିରୁ ପଡ଼ିବ ଘନ କୁହୁଡ଼ି, କମିବ ଶୀତ

ଭୁବନେଶ୍ୱର: କମିବ ଶୀତ, ପଡ଼ିବ ଘନ କୁହୁଡ଼ି । ରାଜ୍ୟରେ ଶୀତର ପ୍ରଭାବ କମିବ । ପ୍ରବଳ ଶୀତ ନେଇ ୭ ତାରିଖ ସକାଳ ୮ଟା ୩୦ ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ଆସ୍ତେ ଆସ୍ତେ ବୃଦ୍ଧି ପାଇବ ।

ଶୀତ ପ୍ରଭାବ କମିବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ ତାରିଖ ଯାଏ ଘନ କୁହୁଡ଼ି ଲାଗି ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ କରାଇଛନ୍ତି । ୮ ତାରିଖ ପାଇଁ ଘନ କୁହୁଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି ୯ ତାରିଖ ପାଇଁ ୧୨ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାକୁ ସତର୍କ କରାଯାଇଛି ।

କୋଳରେ ଧରିଥିବା ଏହି ଛୁଆର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ଲତା, ଚିହ୍ନିଲେ କିଏ ?

ନୂଆଦିଲ୍ଲୀ: ଲତା ନାହାନ୍ତି, ତାଙ୍କ କଥା ଅଛି । ୯୨ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଅନେକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଲତାଙ୍କୁ ମନେ ପକାଇ କିଏ ଫଟୋ ପୋଷ୍ଟ କରୁଛି ତ ଆଉ କିଏ ପୁରୁଣା ସ୍ମୃତି ସାଉଣ୍ଟୁଛି । ଏସବୁ ଭିତରେ ଲତା ଏକ ଛୁଆକୁ କୋଳରେ ଧରିଥିବା ଫଟୋ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରୁଛି ।

Lata Mangeshkar Holding Rishi Kapoor Photo Goes Viral

ତେବେ ଲତା କୋଳରେ ଧରିଥିବା ଏ ଛୁଆ କିଏ ? ଫଟୋରେ ଥିବା ଏ ଛୁଆଟି ହେଉଛି ବଲିଉଡର ଜଣେ ଜଣାଶୁଣା କଳାକାର । ତେବେ ଦୁଃଖର କଥା ସିଏ ମଧ୍ୟ ଏ ଦୁନିଆରେ ନାହାନ୍ତି । ଫଟୋରେ ଥିବା ଛୁଆ ହେଉଛନ୍ତି ଋଷି କପୁର । ଲତା ଯେତେବେଳେ ୬୭ ବର୍ଷୀୟ ଋଷ କପୁରଙ୍କ ମୃତ୍ୟୁ ଖବର ଶୁଣିଲେ ତ ଭାଙ୍ଗି ପଡ଼ିଥିଲେ । ଋଷି କପୁର, ଲତା ମଙ୍ଗେସକରଙ୍କ ବେଶ୍ ପ୍ରିୟ ଥିଲେ ।

ଋଷ କପୁରଙ୍କ ମୃତ୍ୟୁ ପରେ ଲତା ମଙ୍ଗେସକର ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ । ଆଉ ଫଟୋ ସହ ଲେଖିଥିଲେ, ସେ ଶବ୍ଦହୀନ ହୋଇ ପଡ଼ିଛନ୍ତି । ଯନ୍ତ୍ରଣା ଜଣାଇବାକୁ ତାଙ୍କ ପାଖରେ ଶବ୍ଦ ନଥିବା ଲେଖିଥିଲେ ଲତା ।

ଚରଣଜିତ୍ ସିଂହ ଚନ୍ନି ପଞ୍ଜାବ କଂଗ୍ରେସର ମୁଖ୍ଯମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ: ଚନ୍ନିଙ୍କୁ ଚେହେରା କରି ପଞ୍ଜାବ ନିର୍ବାଚନ ଲଢ଼ିବ କଂଗ୍ରେସ । ଆଜି ରାହୁଲ ଗାନ୍ଧୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ଭର୍ଚୁଆଲ୍ ପ୍ରଚାର ବେଳେ ଏ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ଏହା ମୋର ନିଷ୍ପତ୍ତି ନୁହେଁ ବରଂ ପଞ୍ଜାବବାସୀଙ୍କର ବୋଲି କହିଛନ୍ତି ରାହୁଲ । ରାହୁଲଙ୍କ ଏ ଘୋଷଣା ବେଳେ ଲୁଧିଆନା ଭର୍ଚୁଆଲ ରାଲିରେ ରାହୁଲ ଗାନ୍ଧୀଙ୍କ ନବଜୋତ ସିଂହ ସିଦ୍ଧୁ, ଚରଣଜିତ୍ ସିଂହ ଚନ୍ନି ଓ ସୁନୀଲ ଜାଖଡ଼ ଉପସ୍ଥିତ ଥିଲେ ।

Charanjit Singh Channi to be Congress CM face for Punjab Assembly polls

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଚନ୍ନି କହିଛନ୍ତି, ପଞ୍ଜାବ ଲୋକଙ୍କ ପାଇଁ ନା ଶୋଇବି, ନା ଶୋଇବାକୁ ଦେବି । କେବଳ ମୁଁ ମାଧ୍ୟମ ହେବି । ପଞ୍ଜାବ ପାଇଁ ନବଜୋତ ସିଂହ ସିଦ୍ଧୁ ଯାହା କରିବାକୁ ଚାହିଁବେ କରିପାରିବେ । ସୁନୀଲ ଜାଖଡ଼ ଯାହା ଚାହିଁବେ କରିପାରିବେ । ଆମେ ସମସ୍ତେ ମିଶିକରି ପଞ୍ଜାବକୁ ଆଗକୁ ନେଇଯିବୁ ।

ମଞ୍ଚରେ ନବଜୋତ ସିଂହ ସିଦ୍ଧୁଙ୍କୁ କୁଣ୍ଢେଇ ପକାଇଥିଲେ ଚନ୍ନି । ସିଦ୍ଧୁ କହିଥିଲେ, ରାହୁଲ ଗାନ୍ଧୀ ଜଣେ ଦଳିତ, ଗରିବଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତି । ବିଜେପି ମୋତେ ନେଇ ପ୍ରଚାର କରେ । କିନ୍ତୁ ରାହୁଲ ଗାନ୍ଧୀ ୪ ବର୍ଷ ମଧ୍ୟରେ ମୋତେ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପଦ ଦେଇଛନ୍ତି । ମୋତେ କିଛି ଲୋଡ଼ା ନାହିଁ । କଂଗ୍ରେସ ଓ ପଞ୍ଜାବର ବିକାଶ ଲୋଡ଼ା ।

‘ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି’ ଲତାଙ୍କ ସ୍ୱରରେ ରେକର୍ଡ ହୋଇଥିବା ଶେଷ ଗୀତ

ମୁମ୍ବାଇ: ସେ ନାହାଁନ୍ତି, କିନ୍ତୁ ତାଙ୍କ ଗୀତ ଅଛି । ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଶେଷ ଗୀତ ଭାବେ ଲତା ‘ଗାୟତ୍ରୀ ମନ୍ତ୍ର’ ଓ ‘ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି’ ଗାଇଥିଲେ ।

ଏଥିସହ ପଢ଼ନ୍ତୁ: କ୍ରିକେଟ୍ ପ୍ରଶାସକ ରାଜ ସିଂ ଡୁଙ୍ଗରପୁରଙ୍କ ସହ ପ୍ରେମରେ ପଡ଼ିଥିଲେ ଲତା !

ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଓ ଆନନ୍ଦ ପିରାମିଲଙ୍କ ବିବାହ ୨୦୧୮ ଡିସେମ୍ବର ୧୨ରେ ହୋଇଥିଲା । ଆଉ ଉକ୍ତ ବିବାହରେ ଲତା ଗାଇଥିବା ଗାୟତ୍ରୀ ମନ୍ତ୍ର ବାଜିଥିଲା । ଗାୟତ୍ରୀ ମନ୍ତ୍ରକୁ ଲତା ଶୁଭକାମନା ସନ୍ଦେଶ ରୂପେ ପଠାଇଥିଲେ ।

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ଲତା ୨୦୧୯ରେ ଶେଷଥର ପାଇଁ ଗୀତ ରେକର୍ଡିଂ କରିଥିଲେ । ଭାରତୀୟ ସେନାକୁ ସମର୍ପିତ ଏହି ଗୀତ ଥିଲା ‘ସୌଗନ୍ଧ ମୁଝେ ଇସ୍ ମିଟ୍ଟି କି’ । ଏହି ଗୀତ ୨୦୧୯ ମାର୍ଚ୍ଚ ୩୦ରେ ରିଲିଜ୍ ହୋଇଥିଲା ।

ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଟିମ୍ ଘୋଷଣା କଲା ଓସିଏ

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ ଦଳରେ ଅଛନ୍ତି ।

OCA Declared 20 Members Odisha Team For Ranji

ଓଡ଼ିଶା ଦଳ ଅହମଦାବାଦରେ ତିନୋଟି ମ୍ୟାଚ ଖେଳିବ । ମୁମ୍ବାଇ, ସୌରାଷ୍ଟ୍ର ଓ ଗୋଆ ବିପକ୍ଷରେ ମ୍ୟାଚ୍ ଖେଳିବ ଓଡ଼ିଶା । ମୁଖ୍ୟ କୋଚ୍ ୱାସିମ ଜାଫରଙ୍କ ଉପସ୍ଥିତରେ ଦଳ ବାରବାଟୀରେ ଭଲ ଅଭ୍ୟାସ କରିଥିବାରୁ ଏଥର ରଣଜୀରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି ।

ପ୍ରଥମ ଆୟ ଥିଲା ୨୫ ଟଙ୍କା, ପଛରେ ଛାଡିଗଲେ ୩୭୫ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଗୀତ ପାଇଁ ମିଳିଥିଲା ଅଫର  । ସେତେବେଳେ ବୟସ ମାତ୍ର ୧୩ ବର୍ଷ  । ଏକ ମରାଠୀ ଫିଲ୍ମରେ ଯଦିବା ଭବିଷ୍ୟତର ପ୍ରଥମ ପାଦ ପଡିଥିଲା, କିନ୍ତୁ ପରିଣାମରେ ମିଳିଥିଲା ମାତ୍ର ୨୫ ଟଙ୍କା  । ଅଭାବୀ ଭିତରେ ଯଦିବା ପିତାଙ୍କ ହାତ ରହିଥିଲା, ସଙ୍ଗୀତ ଶିକ୍ଷା ପାଇଁ ପ୍ରେରଣା ମିଳିଥିଲା । ତାହା ହିଁ ଥିଲା ଆଗକୁ ବଢିବାର ବଡ଼ ପୁଞ୍ଜି । ଜୀବନର ପ୍ରଥମ ଗୀତ ସର୍ବ ସମ୍ମୁଖକୁ ଆସି ପାରିନଥିଲା, ତଥାପି ଏହା ପରେ ଯାହା ହୋଇଥିଲା ତାହା କମାଲ…

୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର  କିଟି ହସାଲରେ ସେ ଗୀତ ଗାଇଥିଲେ । କିନ୍ତୁ କୌଣସି କାରଣରୁ ଏହି ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଥିଲା । ସଙ୍ଗୀତ ନିର୍ଦ୍ଦେଶକ ନୈସାଦଙ୍କ ସହ ଏକ ଗୀତ ରେକର୍ଡିଂ ବେଳେ ହଠାତ୍ ବେହୋସ୍ ହୋଇପଡ଼ିଥିଲେ ଲତା ମଙ୍ଗେସକର । ଖରା ଦିନେ ମଧ୍ୟାହ୍ନରେ ଏହି ଗୀତଟି ରେକର୍ଡିଂ ହୋଇଥିଲା । ମୁମ୍ୱାଇରେ ଅତ୍ୟଧିକ ଗରମ ହେଉଥିବା ବେଳେ ସେ ସମୟରେ ACର ସୁବିଧା ନଥିଲା । ଏବଂ ସିଲିଂ ଫ୍ୟାନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏଣୁ ସେ ବେହୋସ ହୋଇଯାଇଥିବା କହିଥିଲେ ।

ନାନାଦି ସମସ୍ୟା ଭିତରେ ଶୀର୍ଷକୁ ଉଠିଥିଲେ ଲତା ଦିଦି  । ମାତ୍ର ୨୫ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ଲତା ଦିଦିଙ୍କ ପାଖରେ ଏବେ ୩୭୦ କୋଟିର ସମ୍ପତ୍ତି  । କାର କିଣିବାରେ ସେ ବେସ ପସନ୍ଦ କରୁଥିଲେ  । ମାର୍କେଟକୁ ଆସୁଥିବା ନୂଆ କାରକୁ କିଣୁଥିଲେ  । ଏକ ସାକ୍ଷାତକାରରେ ମଧ୍ୟ ଖୋଦ ଏ ବିଷୟରେ ନିଜେ ଉଲ୍ଲେଖ କରିଥିଲେ ଲତା ମଙ୍ଗେସକର  । ପ୍ରଥମ କାର ତାଙ୍କର ଥିଲା ଚେଭୋରଲ୍ଟ  । ଯାହାକୁ ସେ ଇନ୍ଦୋରରେ ରହିବା ବେଳେ କିଣିଥିଲେ  । ଏହା ପରେ ପାର୍କିଂକିରେ ନାମିଦାମୀ କମ୍ପାନୀର ଅନେକ କାର ରହିଥିଲା  ।

କ୍ରିକେଟ୍ ପ୍ରଶାସକ ରାଜ ସିଂ ଡୁଙ୍ଗରପୁରଙ୍କ ସହ ପ୍ରେମରେ ପଡ଼ିଥିଲେ ଲତା !

ମୁମ୍ବାଇ: ଲତାଙ୍କ ସ୍ୱରର ଦିୱାନା ଥିଲା ଦୁନିଆ । ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ବହୁତ କମ୍ ଜାଣିଥିବେ । ଜୀବନରେ ବିବାହ କରି ନଥିବା ଲତା, ପ୍ରେମ ଠାରୁ ଦୂରରେ ନଥିଲେ । ଆଉ ଭଲ ପାଇବାକୁ ମନର ମଣିଷ ପାଇଁ ଉତ୍ସର୍ଗ କରି ଦେଇଥିଲେ । ଲତା ମଙ୍ଗେସକର ରାଜସ୍ଥାନର ପୂର୍ବ ଡୁଙ୍ଗରପୁର ରାଜାଘରର ରାଜ ସିଂହଙ୍କୁ ଭଲ ପାଇ ବସିଥିଲେ । ଆଉ ଲତାଙ୍କୁ ସ୍ନେହରେ ମିଠୁ ଡାକୁଥିଲେ ରାଜ ।

Untold Story Of Lata Mangeshkar Love With Dungarpur Prince Raj Singh

ପସନ୍ଦ ଥିଲା କ୍ରିକେଟ୍

ଲତା ମଙ୍ଗେସକର ଓ ରାଜ ସିଂହ ଡୁଙ୍ଗରପୁରଙ୍କ ବନ୍ଧୁତା କେବେ ପ୍ରେମର ରୂପ ନେଲା । ତାହା ଉଭୟଙ୍କୁ ବି ଜଣାନଥିଲା । ଲତାଙ୍କ ଗୀତର ଦିୱାନା ଥିଲେ ରାଜ । ସେ ସବୁବେଳେ ନିଜ ପାଖରେ ଏକ ଟେପ୍ ରେକର୍ଡର ରଖୁଥିଲେ, ଲତାଙ୍କ ଗୀତ ଶୁଣୁଥିଲେ । କ୍ରିକେଟ୍ ପ୍ରତି ରୁଚି ରଖୁଥିବା ଲତା ପ୍ରାୟ ରାଜଙ୍କ ମ୍ୟାଚ୍ ଦେଖିବାକୁ ଯାଉଥିଲେ, ଉଭୟ ମିଶୁଥିଲେ ।

Untold Story Of Lata Mangeshkar Love With Dungarpur Prince Raj Singh

ପ୍ରଥମ ଭେଟରୁ ପ୍ରେମ

୧୯୫୯ରେ ଆଇନ୍ ପାଠ ପଢ଼ିବାକୁ ମୁମ୍ବାଇ ଆସିଥିଲେ ରାଜ । ଆଉ ୧୯୫୫ରୁ ରାଜ ରାଜସ୍ଥାନ ରଣଜୀ ଟିମର ସଦସ୍ୟ ଥିଲେ । ମୁମ୍ବାଇର କ୍ରିକେଟ୍ ପିଚରେ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ସହ କଥା ହୋଇଥିଲେ । ପ୍ରାୟ ସମୟ ହୃଦୟନାଥ ରାଜଙ୍କୁ ନେଇ ଘରକୁ ଆସୁଥିଲେ । ଲତାଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ଦେଇଥିଲେ ରାଜ । ଧିରେ ଧିରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଲତା ରେକର୍ଡିଂ ପାଇଁ ବ୍ୟସ୍ତ ରହୁଥିବାରୁ ବେଶୀ ମିଳାମିଶା କରିପାରୁ ନଥିଲେ । କୁହାଯାଏ, ସେତେବେଳେ ଲତାଙ୍କ ଅଭାବକୁ ପୂରଣ କରିବାକୁ ରାଜ ତାଙ୍କ ଗୀତ ଶୁଣୁଥିଲେ । ସମୟ ମିଳିବା ମାତ୍ରେ ଉଭୟ ଉଭୟଙ୍କୁ ଭେଟୁଥିଲେ ।

Untold Story Of Lata Mangeshkar Love With Dungarpur Prince Raj Singh

ବାହା ହେବାକୁ ଚାହୁଁଥିଲେ

ଉଭୟ ଉଭୟଙ୍କୁ ଖାଲି ପସନ୍ଦ କରୁନଥିଲେ, ବାହା ହେବାକୁ ଚାହୁଁଥିଲେ । ଥରେ ରାଜ ତାଙ୍କ ମାତାପିତାଙ୍କୁ କହିଥିଲେ, କେଉଁ ସାଧାରଣ ଝିଅ ଆପଣଙ୍କ ରାଜଘରର ବୋହୂ ହେବ ନାହିଁ । ଲତାଙ୍କ ପାଖରେ ପ୍ରବଳ ପ୍ରତିଭା ଥିବାବେଳେ ସେ ସାଧାରଣ ଘରର ଥିଲେ । ଫଳରେ ରାଜ ପରିବାର ଆଗରେ ସେ ନଇଁ ପଡ଼ିଥିଲେ । ବିବାହ ହୋଇନଥିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସାଥ୍ ଦେଇଥିଲେ । ଉଭୟ ମିଶି ଅନେକ ଜନସେବା କରିଥିଲେ । କିନ୍ତୁ ଉଭୟଙ୍କ ଭଲ ପାଇବା କେବଳ ସ୍ମୃତି ହୋଇ ରହିଗଲା ।

ରାଜ ସିଂ କିଏ ?

୧୯୩୫ ଡିସେମ୍ବର ୧୯ରେ ରାଜସ୍ଥାନର ଡୁଙ୍ଗରପୁରର ଏକ ରାଜ ପରିବାରରେ ଜନ୍ମ ହୋଇଥିଲେ ରାଜ ସିଂ । ଡୁଙ୍ଗରପୁରର ମହାରାଜା ଲକ୍ଷ୍ମଣ ସିଂହଙ୍କ ସାନ ପୁଅ ଥିଲେ ରାଜ । ୧୯୫୫ରୁ ୧୬୭୧ ମସିହା ମଧ୍ୟରେ ସେ ୮୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ୧୬ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ସହ ୨୦ ବର୍ଷ ଧରି ବିସିସିଆଇ ସହ ଜଡ଼ିତ ଥିଲେ । ୨୦୦୯ ସେପ୍ଟେମ୍ବର ୧୨ରେ ରାଜ ସିଂଙ୍କ ମୃତ୍ୟୁ ହୋଇଥିଲା ।

ଦିଦି କିମ୍ବଦନ୍ତୀ: ଚୀରକାଳ ବଞ୍ଚି ରହିବ ତାଙ୍କ ଗୀତ

ଭୁବନେଶ୍ୱର: ଭାରତରତ୍ନ ଲତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ ।  ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ  । ସମଗ୍ର ସଙ୍ଗୀତ ଜଗତ ପ୍ରତି ଏହା ଅପୀରଣୀୟ କ୍ଷତି  ।

ସେ ‘ମେଲୋଡି କୁନ୍ ଅଫ୍ ଇଣ୍ଡିଆ’   । ଆମର ସାମୂହିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଚାଲିଗଲେ  । ସେ ଚୀରକାଳ ପାଇଁ ନିଜ ସଙ୍ଗୀତକୁ ନେଇ ବଞ୍ଚି ରହିବେ  । ତାଙ୍କର ବିୟୋଗରେ ମୁଁ ଗଭୀର ମର୍ମାହତ, ଶୋକ ସ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ବୋଲି କହିଛନ୍ତି ନବୀନ ପଟ୍ଟନାୟକ  ।

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ୱାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ

0

କଳାହାଣ୍ଡି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ସିଆରପିଏଫ୍ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ମାରିଥିଲେ ପୋଷ୍ଟର । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଲଗାଇଥିଲେ । ହେଲେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ରୋହିତ ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା । ଆଗକୁ ପଞ୍ଚାୟତ ଭୋଟ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ବିସ୍ଫୋରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ମିଳିବ ୧୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ ।

ଏଥିସହିତ ପଢ଼ନ୍ତୁ: ସେ ସ୍ୱରର ଯାଦୁଗରୀ, ଗୀତ ଶୁଣି କାନ୍ଦିଥିଲେ ପ୍ରଧାନମନ୍ତ୍ରୀ