ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଲେ ବୀରମହାରାଜପୁରର ୨ଛାତ୍ରୀ

ସୋନପୁର: ଗାଁରୁ ହିଁ ସୃଷ୍ଟି ହୁଅନ୍ତି ପ୍ରତିଭା । ଏହାକୁ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗାଁର ଦୁଇଜଣ ଛାତ୍ରୀ । ଜାତୀୟ ସ୍ତରରେ ଆୟୋଜିତ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ଆଣିଛନ୍ତି ସ୍ବର୍ଣ୍ଣ ପଦକ । ଏହି ଦୁଇଜଣ ଛାତ୍ରୀଙ୍କୁ ନେଇ ଖାଲି ଗାଁ ନୁହେଁ ପୁରା ଅଞ୍ଚଳରେ ଚର୍ଚ୍ଚା

ଇଛାଶକ୍ତି ଓ ଉଦ୍ୟମ ଆଗରେ ହାର ମାନେ ବୟସ । ନିଜର ପ୍ରଚେଷ୍ଟା ବଳରେ ଏହାକୁ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଜଣ ସ୍କୁଲ ଛାତ୍ରୀ । ରାଜସ୍ଥାନ ଜୟପୁରରେ ଆୟୋଜିତ ୟୁଥ ଗେମ କାଉନସିଲ ଅଫ ଇଣ୍ଡିଆର ୧୭ ବର୍ଷରୁ କମ ଓପନ ବକ୍ସିଂରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଯାଜ୍ଞସେନୀ ପର୍ଡିଆ ଓ ଦଶମ ଶ୍ରେଣୀର ଛାତ୍ରୀ ସୁଭ୍ରତା କଲତାଙ୍କୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ।

ପ୍ରତିଯୋଗିତାରେ ସୋନପୁରର ୩ ଜଣ ଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରେରଣା ଏବଂ କୋଚ କୃତିବାଶ ଶତପଥୀଙ୍କ ଦ୍ବାରା ଟ୍ରେନିଂ ପାଇଁ ଏହି ସଫଳତା ହାସଲ କରିଛନ୍ତି ଦୁଇ ଛାତ୍ରୀ । ଝିଅଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ ଓ କୋଚ୍ । ଛାତ୍ରୀଙ୍କ କୃତିତ୍ବକୁ ନେଇ ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୂଅ । ଆଗାମୀ ଦିନରେ ଏହି ଅଭିଯାନ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟେ ।

ଏଥିସହିତ ପଢ଼ନ୍ତୁ: ସୋମବାରଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା